ବାତ୍ୟା ନାଁରେ – ପରିବା ଦର ଆକାଶ ଛୁଆଁ, ବୁଲବୁଲ ଚୁଲବୁଲି ହୋଇ ଆସୁଛି କହି ଗ୍ରାହକଙ୍କୁ ଛାନିଆଁ କରୁଛନ୍ତି ବେପାରୀ

Published By : Prameya-News7 Bureau | November 06, 2019 IST

ପାଣିପାଗ ବିଭାଗ କହୁଛି ଓଡ଼ିଶାକୁ ବାତ୍ୟା ନାହିଁ । କେବଳ ବର୍ଷା ହେବ । କିନ୍ତୁ ବାତ୍ୟା ନାଁ ଶୁଣି ଲୋକେ ଛାନିଆଁ । ସେପଟେ ମଉକା ଦେଖି ଚଉକା ମାରିବା ନ୍ୟାୟରେ ମନଇଛା ଦର କଷୁଛନ୍ତି ବେପାରୀ । ରାଜଧାନୀରେ ସବୁ ପରିବା ଦର ୫୦ ପ୍ଲସ । ସେପଟେ ଦର ବଢିବା ପାଇଁ ମିଡିଆ ଓ ସରକାରଙ୍କୁ ଦାୟୀ କରିଛନ୍ତି ବ୍ୟବସାୟୀ । …

{"id":180062}

ବାତ୍ୟା ମାଡ଼ି ଆଇଲାରେ । ବୁଲବୁଲ ଚୁଲବୁଲି ହୋଇ ଆସୁଛିରେ । …  ଏକ ନମ୍ବର ହାଟରେ ବେପାରୀଙ୍କ ଏମିତି ଡାକରେ ଗ୍ରାହକଙ୍କ ହାଲୁକ ଶୁଖି ଯାଉଛି । ଏକ ନମ୍ବର ହା ଟରେ ସବୁ ପରିବା ଦର ୫୦ ଉପରେ । ବିନ୍ ୮୦, ପୋଟଳ ୭୦ । ଝୁଡଙ୍ଗ କିଲୋ ୫୦ କୁ କାକୁଡି ବି ୫୦ । କାଙ୍କଡ ଦର ଶୁଣି କାନ ମୁଣ୍ଡା ଆଉଁଶିଛନ୍ତି ଲୋକେ । କିଲୋ ୨ଶହ ଟଙ୍କା । ଫୁଲ କୋବି ଗୋଟାକୁ ୫୦ ଥିବା ବେଳେ ବନ୍ଧାକୋବି କିଲୋ ୩୦ ଟଙ୍କାରେ ବିକ୍ରି ହେଉଛି । ଗାଜର ୭୦,  ଶାଗ ୩ ବିଡାକୁ ୨୦ ଟଙ୍କା । ହବିଷ ଡାଲମାର ମୁଖ୍ୟ ଆଇଟମ୍ ସାରୁ କିଲୋ ୪୦ ଟଙ୍କାରେ ପହଞ୍ଚିଛି । ତେବେ ଚାଷୀ ରେଟ୍ ବଢାଇଥିବାରୁ ପରିବା ରେଟ୍ ବଢିଛି । ଦର ବୃଦ୍ଧି ପାଇଁ ମିଡିଆ ଓ ସରକାରଙ୍କୁ ବି ଦାୟୀ କରିଛନ୍ତି ବ୍ୟବସାୟୀ ।

{"id":180063}

ପରିବା ରେଟ୍ ଦେଖି ଗ୍ରାହକଙ୍କ ମୁଣ୍ଡ ଝାଇଁ ମାରିଯାଉଛି । ଯିଏ କିଲେ ପାଇଁ ଆସିଥିଲେ ସିଏ ଅଢେଇ ଶହ ଅଧକିଲୋରେ ମନକୁ ବୁଝାଇ ଦେଉଛନ୍ତି । ମହଙ୍ଗା ମାଡ ଯୋଗୁଁ ଲୋକଙ୍କ ବ୍ୟାଗ ଭର୍ତ୍ତି ହୋଇପାରିନଥିଲା । ତେବେ ବାତ୍ୟା ପାଇଁ ବେପାରୀ ମନଇଛା ଦର କହୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବି ଦେଖାଦେଇଛି ।

{"id":180064}

ବର୍ଷା ସାରା ପରିବା ଦର ବଢୁଥିଲା କମୁଥିଲା କିନ୍ତୁ କାର୍ତ୍ତିକ ସାଙ୍ଗକୁ ବାତ୍ୟା ନାଁ ଯୋଡି ହୋଇଯିବାରୁ ଦି ପଇସା ଅଧିକ ରୋଜଗାର ଆଶାରେ ମନମାନି ଚଳାଇଛନ୍ତି ବେପାରୀ ।

{"id":180065}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.