Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କାର୍ତ୍ତିକ ସାଙ୍ଗକୁ ବାତ୍ୟା ଖବର ପରେ ପରିବା ଦର ଆକାଶ ଛୁଆଁ, ଜାଣନ୍ତୁ କାହା ଦର କେତେ ରହିଛି

5/11/2019 at 6:04 PM

ଭୁବନେଶ୍ୱର /କଟକ ୦୫।୧୧ –  କାର୍ତ୍ତିକ ମାସରେ ଏମିତି ବି ପରିବା ବଜାରରେ ଦର ଆକାଶ ଛୁଆଁ ଥିଲା । ହେଲେ ଏବେ ବାତ୍ୟା ଖବର ଶୁଣିବା ପରେ ଆହୁରି ୧୦/୨୦ ଦର କଷିଛନ୍ତି ବେପାରୀ ।  ପିଆଜ ୬୦ ଟପିଥିବା ବେଳେ ଆଳୁ ୨୪/୨୫କୁ ବଢ଼ିଛି । ବାକି ପରିବା କଥା ନ କହିଲେ ଭଲ । କୋଉ ପରିବା ଆଉ ୫୦ ତଳକୁ ନାହିଁ । ଯେତେବେଳେ ମନ୍ତ୍ରୀ କହୁଛନ୍ତି ପିଆଜ ଦର ଆହୁରି ୧୦ଟଙ୍କା ବଢ଼ିବ ।

ଓଡ଼ିଶାକୁ ବାତ୍ୟା ମାଡ଼ ହେବ କି ନାହିଁ ଏ ଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ ବଜାରରେ ମହଙ୍ଗା ମାଡ଼ ଗ୍ରାହକଙ୍କ ଅଣ୍ଟା ଭାଙ୍ଗିଦେଲାଣି । ପଞ୍ଚୁକରେ ପରିବା ବଜାରରେ ନିଆଁ । ସେପଟେ ଡାଲି ଦର ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ମଝିରେ ପିଆଜ ଟିକେ କମିଥିଲା । ହେଲେ ଏବେ ପୁଣି ୬୦ ଟପିଲାଣି । ଯୋଗାଣ ମନ୍ତ୍ରୀ କହୁଛନ୍ତି ଏତିକି ନୁହେଁ ଆହୁରି ୧୦ଟଙ୍କା ବଢ଼ିବ ପିଆଜ ଦର । ଆମଦାନୀ କମିଥିବାରୁ ଦର ବଢ଼ୁଛି । ସରକାର ଲୋକଙ୍କୁ ରିହାତି ଦରରେ ପିଆଜ ଯୋଗାଇଦେବାକୁ ଚିନ୍ତା କରୁଛନ୍ତି  ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ମନ୍ତ୍ରୀ ପିଆଜ କଥା ଚିନ୍ତା କରୁଛନ୍ତି, ସେପଟେ ମାର୍କେଟରେ ଆଳୁ ଦର ଗ୍ରାହକଙ୍କ ଚିନ୍ତା  ବଢ଼ାଇଲାଣି । ଦର ଦେଖି ପରିବା ଛୁଇଁବାକୁ ସାହସ କରୁନଥିବା ଖାଉଟୀ ଆଳୁ ଉପରେ ଭରସା କରିବେ କ’ଣ

(ସମସ୍ତ ଦର ଟଙ୍କାରେ)

ଆଳୁ ୨୪/୨୫ ଛୁଇଁଲାଣି

ରସୁଣ – ୨୦୦ 

ଅଦା – ୧୫୦

 ବାଇଗଣ – ୫୦,

ପୋଟଳ- ୬୦

 ବିଲାତି – ୫୦

 ବିନ୍‌ସ୍‌ – ୬୦

 ବନ୍ଧାକୋବି – ୩୫

ଫୁଲକୋବି ୬୦

କାହାକୁ କିଣିବେ କାହାକୁ ନ କିଣିବେ ଗ୍ରାହକଙ୍କ ମୁଣ୍ଡ କିଛି କାମ କରୁନି । ୫୦୦ଟଙ୍କା ନେଇ ମାର୍କେଟକୁ ଗଲେ କାନମୁଣ୍ଡା ଆଉଁସି ଅଧା ବ୍ୟାଗ୍‌ ପରିବା ଧରି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ ।   

କିଛି ଦିନ ତଳେ ଲଗାଣ ବର୍ଷାରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିଲା । ଆଉ ଏହାର ସିଧାସଳଖ ପ୍ରଭାବ ପରିବା ବଜାର ଉପରେ ପଡ଼ିଥିଲା । ଆଉ ଏବେ ସମ୍ଭାବ୍ୟ ବାତ୍ୟା ଖବର ସିଧା ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇଛି । ମାର୍କେଟ୍‌ ଉପରେ କୌଣସି ନିୟନ୍ତ୍ରଣ ନଥିବାରୁ ମନଇଚ୍ଛା ଦର କଷୁଛନ୍ତି ବେପାରୀ । ଆଉ ହଇରାଣ  ହେଉଛନ୍ତି ତ କେବଳ ସାଧାରଣ ଖାଉଟୀ ।

   Related Posts