ଇନ୍ଦୋର: ନଗରପାଳିକା ଅଧିକରୀଙ୍କୁ ଉଚ୍ଚଶିକ୍ଷିତା ପରିବା ବିକାଳୀଙ୍କ ବିରୋଧ, ଇଂରାଜୀ ତର୍କ ଇଣ୍ଟରନେଟ୍‌ରେ ଭାଇରାଲ

Published By : Prameya-News7 Bureau | July 24, 2020 IST

ଇନ୍ଦୋର ୨୪।୭: ମଧ୍ୟପ୍ରଦେଶ ଇନ୍ଦୋରର ଜନୈକା ପରିବା ବ୍ୟବସାୟୀଙ୍କ ବିରୋଧ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କ ପରିବା ଠେଲାକୁ ମ୍ୟୁନସିପାଲ୍ଟି କର୍ମଚାରୀମାନେ ହଟାଇବାକୁ ଉଦ୍ୟମ କରିବାରୁ ସେ ଏହାର ବିରୋଧ କରିଥିଲେ। ଏଥିଲାଗି ସେ ଅଫିସରଙ୍କ ସହ ଇଂରାଜୀରେ କଥା ହେଉଥିବାର  ଭିଡିଓ କେହି ଜଣେ ୟୁଜର ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ଏହି ମହିଳା ପରିବା ବ୍ୟବସାୟୀ ହେଉଛନ୍ତି ରାଇସା ଅଂସାରୀ। ସେ ଇନ୍ଦୋରର ଦେବୀ ଅହିଲ୍ୟା ୟୁନିଭର୍ସିଟିରୁ ମେଟେରିଆଲ ସାଇନ୍ସରେ ଡକ୍ଟରେଟ ହାସଲ କରିଛନ୍ତି। ତେବେ ପରିବାର ଚଳାଇବା ଲାଗି ରାସ୍ତା ଉପରେ ପରିବା ଓ ଫଳ ଠେଲା ଲଗାଉଛନ୍ତି। କରୋନା ଭାଇରସ ମହାମାରୀ ଯୋଗୁ ଲକଡାଉନ ପରେ ଲକଡାଉନ ଜାରି ହେଉଛି। ଏଥିରେ ଲୋକଙ୍କୁ ପନିପରିବା ଓ ଫଳ ବିକି ପରିବାର ଚଳଇବା ଲାଗି ରଇସା ସଂଘର୍ଷ ଚଳାଇଥିବା ବେଳେ ମ୍ୟୁନସିପାଲ୍ଟି କର୍ମଚାରୀମାନେ ତାଙ୍କୁ ହିନସ୍ତା କରୁଥିବାର କହିଛନ୍ତି।

wp:html /wp:html

ଦୋକାନରେ ଭିଡ ନଥିଲେ ମଧ୍ୟ ପାଳିକା କର୍ମଚାରୀମାନେ ତାଙ୍କୁ ଏଠାରୁ ହଟ ସେଠାକୁଉଠ ଲଗାତାର ହଟହଟା କରୁଥିବାରୁ ବିରକ୍ତ ହୋଇ ସେ ଅଧିକାରୀଙ୍କ ସହ ଲଢି ଯାଇଥିଲେ। ତାଙ୍କର ସ୍ପଷ୍ଟ ଇଂରାଜୀ ଉଚ୍ଚାରଣ ଅଧିକାରୀଙ୍କ ସମେତ ଲୋକଙ୍କୁ ମଧ୍ୟ ଚକିତ କରିଛି। ତେବେ ଚାକିରୀ କି ଅନ୍ୟ କିଛି ନ କରି ପରିବା ବେପାର କାହିଁକି କରୁଛ ବୋଲି ପଚରା ଯିବାରେ ଦେଶରେ ମୁସଲମାନମାନେ କରୋନା ସଂକ୍ରମଣ କରାଇଲେ ବୋଲି ଲୋକେ କହୁଛନ୍ତି। ଏଥିରେ ଚାକିରୀ ଦେବ କିଏ ବୋଲି ରଇସା ଓଲଟି ପ୍ରଶ୍ନ କରିଛନ୍ତି।

ତେବେ ବ୍ୟବସାୟୀଙ୍କୁ ରାସ୍ତାରୁ ହଟାଇବା ଲାଗି ପ୍ରଶାସନର ନିର୍ଦ୍ଦେଶ ଥିବା ଇନ୍ଦୋର ନଗରନିଗମ ଜୋନାଲ ଅଧିକାରୀ ଅଶ୍ୱିନ୍‌ ଜନବେଦ କହିଛନ୍ତି। ସେହି ଅନୁସାରେ ରାସ୍ତାକଡରୁ ହଟିଯିବା ଲାଗି ବ୍ୟବସାୟୀମାନଙ୍କୁ ସେ ପୂର୍ବରୁ ନୋଟିସ୍ ଜାରି କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଥିଲେ। ହେଲେ ପରିବା ବ୍ୟବସାୟୀଙ୍କ ମଧ୍ୟରେ ଏତେ ଉଚ୍ଚଶିକ୍ଷିତ ଅଛନ୍ତି ବୋଲି ତାଙ୍କର ଧାରଣା ନଥିବା ଗଣମାଧ୍ୟମକୁ  କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.