ଡମ୍ଫର ଧକ୍କାରେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ
10/07/2019 at 8:43 AM

ବାଲେଶ୍ବର ୧୦|୭: ବାଲେଶ୍ବର ଗୋଲାଇ ଓ ରେମୁଣା ରାସ୍ତାର ଠାକୁରାଣୀ ଛକ ନିକଟରେ ଆଜି ସକାଳେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତଙ୍କର ନାମ ହୃଷିକେଶ ଖଣ୍ଡା । ତାଙ୍କ ଘର ରେମୁଣା ଗୁଡ଼ୁଦା ଗ୍ରାମରେ । ସେ ଜଣେ ପରିବା ବ୍ୟବସାୟୀ । ରାତି ୪ଟାରେ ପରିବାନେଇ ବାଲେଶ୍ବର ନୂଆବଜାର ଆସିବା ସମୟରେ ୪ଟା ୪୦ରେ ଏହି ଦୁର୍ଘଟଣା ଘଟିଛି । ଡମ୍ଫର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହୃଷିକେଶଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ପରେ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ଅଣା ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021