ପରିବା ଦର ଆକାଶ ଛୁଆଁ : ୫୦ ଟଙ୍କା ତଳକୁ ମିଳୁନି ପରିବା , ୫ଶହ ଟଙ୍କାରେ ବି ପୁରୁନି ବ୍ୟାଗ୍

Published By : Prameya-News7 Bureau | July 10, 2019 IST

ଭୁବନେଶ୍ବର ୧୦/୭ : ପରିବା ବଜାରରେ ମହଙ୍ଗା ମାଡ । ହାତ ମାରିବାକୁ ଭୟ କଲେଣି ଖାଉଟି । ଆଳୁ ପିଆଜକୁ ଛାଡିଦେଲେ ସବୁ ପରିବା ଦର ୫୦ ଉପରେ । କେଜିଏ ଜାଗାରେ ଅଢେଇ ଶହ ନେଉଛନ୍ତି ଗ୍ରାହକ । ସେପଟେ ବ୍ୟବସାୟୀଙ୍କ କହିବା କଥା ବାହାର ରାଜ୍ୟରୁ ପରିବା ଆସୁଥିବାରୁ ଦର ବଢିଛି ।

{"id":132397}

ପରିବା ବଜାରରେ ନିଆଁ । ଦର ଆକାଶ ଛୁଆଁ । ୫୦ ଟଙ୍କା ତଳକୁ ମିଳୁନି ପରିବା । ୫ଶହ ଟଙ୍କାରେ ବି ବ୍ୟାଗ୍ ପୁରୁନି । କିଛି ଦିନ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପୋଟଳ ଦର ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ବାଇଗଣ ଅମୂଲ ମୂଲ । ୭୦ ରୁ ୧୦୦ ଟଙ୍କାରେ ମିଳୁଛି କିଲେ ବାଇଗଣ । ଝୁଡଙ୍ଗ ୬୦ ଟଙ୍କା, ସେଞ୍ଚୁରି ମାରିଲାଣି ବିନ୍ସ । ଫୁଲ କୋବି ଗୋଟା ୫୦ ରୁ ୭୦ ଟଙ୍କାରେ ମିଳୁଥିବା ବେଳେ ବନ୍ଧା କୋବି କେଜିଏକୁ ୪୦ ଟଙ୍କା । ସେହିପରି କାକୁଡି ୪୦, ଗାଜର ୫୦, କଲରା ୬୦, ଭେଣ୍ଡି ୫୦, ସଜନା ଛୁଇଁ ୧୦୦ ଟଙ୍କା ହୋଇଥିବା ବେଳେ କଞ୍ଚାଲଙ୍କା ଶହେ ଗ୍ରାମକୁ ୧୫ଟଙ୍କା । ହାଇବ୍ରିଡ କାଙ୍କଡ କିଲୋ ପିଛା ୫୦ ରୁ ୬୦  ଟଙ୍କାରେ ମିଳୁଥିବା ବେଳେ ଦେଶୀ କାଙ୍କଡ ଦର ହେଉଛି ୨ଶହ ଟଙ୍କା । ବଜାରର ଏଭଳି ସ୍ଥିତି ଦେଖି ଛାନିଆ ଗ୍ରାହକ । କେଜିଏ ଜାଗାରେ ଅଢେଇ ଶହ ନେଉଛନ୍ତି । ରାଜଧାନୀର ପରିବା ପେଣ୍ଠ ସ୍ଥଳୀ ଭାବେ ଜଣାଶୁଣା ୧ ନମ୍ବର ହାଟରେ ଦର ସାମାନ୍ୟ କମ୍ ଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ବେଲଗାମ୍ ।

{"id":132398}

ଫୋନି ପରେ ପରେ ଲଗାଣ ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ଚାଷ ।ଏବେ ପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଯେମିତିକି ବନ୍ଧାକୋବି, ଟମାଟୋ, ବିନ୍ସ, ଫୁଲକୋବି ପାଇଁ କର୍ଣ୍ଣାଟକ ଭରସା । ରାଞ୍ଚିରୁ  ଆସୁଛି କଞ୍ଚାଲଙ୍କା । ପଶ୍ଚିମବଙ୍ଗରୁ ବାଇଗଣ,  ଭଣ୍ଡା, କଖାରୁ । ଆନ୍ଧ୍ରପ୍ରଦେଶରୁ ମାଟିଆଳୁ, କଦଳୀ ଆସୁଥିବା ବେଳେ ଛୁଇଁ ପାଇଁ ତାମିଲନାଡୁ ଉପରେ ନିର୍ଭର କରିବାକୁ ପଡୁଛି । 

{"id":132399}

ବାତ୍ୟା ଓ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଆକାଶଛୁଆଁ ପରିବା ଦର ଖାଉଟିଙ୍କ ପକେଟକୁ ଭାରି ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.