ବାତ୍ୟା ଗଲାଣି ବାଙ୍ଗଲାଦେଶ- ବାତ୍ୟା ନାଁରେ ପରିବା ଦର ଆକାଶ ଛୁଆଁ

Published By : Prameya-News7 Bureau | November 09, 2019 IST

ନବରଙ୍ଗପୁର ୦୯।୧୧-  ବାତ୍ୟା ଗଲାଣି ବାଙ୍ଗଲାଦେଶ କିନ୍ତୁ ପରିବା ବ୍ୟବସାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯେ।ଗ । ମନ ଇଛା ଦର କଷିବାରେ ଲାଗିଛନ୍ତି ବେପାରୀ ।ରାଜ୍ୟର ସବୁ ଜିଲ୍ଲାରେ ଏବେ ଏଭଳି ସ୍ଥିତି ।  ପରିବା ଦର ଆକାଶଛୁଆଁ ।ତେବେ ଦର ବୃଦ୍ଧି ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ ।

ପରିବା ବଜାରରେ ମହଙ୍ଗା ମାଡ । ସବୁ ପରିବା ଦର  ୬୦ ଉପରେ ।ଆଳୁ ପିଆଜରେ ବି ହାତ ମାରି ହେଉନି ।ନବରଙ୍ଗପୁରରେ ଉଚ୍ଚା ଦର ଦେଖି ଗ୍ରାହକ ଛାନିଆ ।ଜିଲ୍ଲା ଦୈନିକ ବଜାରରେ ବେଲାଗାମ ପରିବା ଦର । ମାସେ ହେଲାଣି ଉପରମୁହାଁ ହେ।ଇ ରହୁଛି ଦର । ୭ଦିନ ତଳେ ଯେଉଁ ପରିବା ୩୦/୪୦ଟଙ୍କାରେ ମିଳୁଥିଲା ଏବେ ୬୦ ଉପରେ । ଭେଣ୍ଡିି, କଲରା ୪୦ରେ ଥିବା ବେଳେ ବାଇଗଣ, ଟମାଟେ।, ଫୁଲ କେ।ବି, ବନ୍ଧା କେ।ବି ସବୁ ୬୦ ଉପରେ ।ଯିଏ କିଲେ ନେବାକୁ ଚିନ୍ତା କରି ଆସୁଛନ୍ତି ଦର ଦେଖି ଅଧ କିଲେ।ରେ ସନ୍ତୁଷ୍ଟ ହେ।ଇ ଫେରୁଛନ୍ତି ।

ଚାଲିଛି ପଞ୍ଚୁକ ବ୍ରତ ।ତା ସାଙ୍ଗକୁ ସମ୍ଭାବ୍ୟ ବାତା ବୁଲବୁଲ କୁ ନେଇ ବ୍ୟବସାୟୀଙ୍କ ଲଗାମଛଡା ।ମନ ଇଛା ଦର କରୁଛନ୍ତି । କହିବାକୁ କହି ନାହିଁ, କି ଦର ନିୟନ୍ତ୍ରଣ କରିବାକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନର କୌଣସି ଉଦ୍ୟମ ନାହିଁ । ଯାହାର ପୁରା ଫାଇଦା ନେଉଛନ୍ତି ବ୍ୟବସାୟୀ । ଆଉ ଉଚ୍ଚା ଦରର ପ୍ରଭାବ ସିଧାସଳଖ ପଡୁଛି ଗ୍ରାହକଙ୍କ ପକେଟ ଉପରେ । ସେପଟେ ଜିଲ୍ଲାରେ ଏଥର ପରିବା ଉତ୍ପାଦନ କମିଛି । ପରିବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ମାର୍ଗଶିର ଯାଏ ଦର କମିବାର ପ୍ରଶ୍ନ ଉଠୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.