ପରିବା ବଜାରରେ ନିଆଁ : ୭୦ଛୁଇଁଲା ପିଆଜ ଗାଜର ଶହେ, ପଞ୍ଚୁକକୁ ନେଇ ଚିନ୍ତାରେ ଖାଉଟି

Published By : Prameya-News7 Bureau | November 03, 2019 IST

ଭୁବନେଶ୍ବର ୩।୧୧: ପରିବା ବଜାରରେ ନିଆଁ । ପିଆଜ କିଣିବାକୁ ଭୟ ଲାଗିଲାଣି । ପିଆଜ କିଲେ। ପିଛା ୫୫ରୁ ୭୦ ଛୁଇଁଥିବା ବେଳେ ଆଳୁ ଦର ପହଞ୍ଚିଲାଣି ୨୦ ଟଙ୍କାରେ । ସବୁଜ ପନିପରିବା କଥା ନକହିଲେ ଭଲ । ଗାଜର କିଲେ ଶହେରେ ମିଳୁଛି ତ ବାକି ସବୁ ପରିବା ୫୦ଟଙ୍କା ଉପରେ । ସେପଟେ ଆଗକୁ ପଞ୍ଚୁକ ଆସୁଥିବାରୁ ଦର ଦେଖି ଗ୍ରାହକ ଛାନିଆ ।

{"id":178680}

ଚାଲିଛି ଧର୍ମ ମାସ କାର୍ତ୍ତିକ । ଅଧିକାଂଶ ଘରେ ଆଇଁଷ ମନା । ଏଭଳି ସ୍ଥିତିରେ ବଜାରରେ ପରିବା ଦର ବେଲଗାମ । ହଜାରେ ଟଙ୍କାର ପରିବା କିଣିଲେ ବି ବ୍ୟାଗ୍ ପୁରୁନି । ଆଳୁକୁ ଛାଡିଦେଲେ ସବୁ ପରିବା ଦର ୫୦ ଉପରେ । ସବୁଠୁ କଷ୍ଟ ଦେଉଛି ପିଆଜ ରେଟ୍ । କିଛି ଦିନ ଦର ୪୫ ଭିତରେ ରହିଥିବା ବେଳେ, ଏବେ ହଠାତ୍ ୫୫ରୁ ୭୦ଟଙ୍କାରେ ପହଞ୍ଚିଛି । ତେବେ ଆଗକୁ ଆହୁରି ଦର ବଢିବ ବେ।ଲି କହୁଛନ୍ତି ବ୍ୟବସାୟୀ । ଯାହାକୁ ନେଇ ଚିନ୍ତାରେ ଗ୍ରାହକ ।

{"id":178681}

ଏ ତ ଗଲା ଆଳୁ ପିଆଜ କଥା । ସବୁଜ ପନିପରିବାରେ ହାତ ମାରି ହେଉନି । କେବଳ ଟମାଟେ।କୁ ଛାଡ଼ିଦେଲେ ବାକି ସବୁ  ୫୦ଉପରେ । ଗାଜର କିଲେ। ପିଛା ୧୦୦ଟଙ୍କା, ବିନିସ ୮୦, ବାଇଗଣ ୫୦, ପେ।ଟଳ ୬୦, କଲରା ୭୦, ଫୁଲକେ।ବି ୫୦ଟଙ୍କା ରହିଛି । ଦେଶି କଦଳୀ ଗେ।ଟା ୧୦ଟଙ୍କା ରହିଛି । ତେବେ ଦର ଯେତେ ବାଧିଲେ ବି ପରିବା କିଣିବାକୁ ତ ପଡିବ । 

{"id":178682}

ପଞ୍ଚୁକ ପୂର୍ବରୁ ଉଚ୍ଚା ଦର ଦେଖି ଗ୍ରାହକ ତାଜୁବ୍ । ଏଭଳି ଉଚ୍ଚା ଦର ଦେଖି ଗ୍ରାହକ କେବଳ  ଅସନ୍ତୋଷ ପ୍ରକାଶ କରିବା ଛଡା ଆଉ କିଛି ବାଟ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.