କ୍ଵିଣ୍ଟାଲ୍ କ୍ଵିଣ୍ଟାଲ୍ ଟମାଟର ଉପରେ ଟ୍ରାକ୍ଟର ଚଢାଇ ଦେଲେ ଚାଷୀ: ଦାମ୍ ମିଳିଲାନି, କେହି ଶୁଣିଲେନି, ପ୍ରତିବାଦରେ କଲେ ଏମିତି

Published By : Prameya-News7 Bureau | May 12, 2021 IST

ମୁଜଫରପୁର ୧୨।୦୫: କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଲଗାଯାଇଥିବା ଲକ୍‌ଡାଉନ୍‌ରେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଅନ୍ନ ଦାତା। ଲକ୍‌ଡାଉନ୍‌ରେ ବଜାର ବନ୍ଦ। ଫଳରେ ଚାଷୀଙ୍କୁ ନିଜ ଉତ୍ପାଦିତ ଫସଲ ମଧ୍ୟ ବିକ୍ରି କରି ପାରୁ ନାହାନ୍ତି। ଯାହା କିଛି ବିକ୍ରି ହେଉଛି ତାହା ବହୁତ କମ ଦାମରେ ହେଉଛି। ଚାଷୀଙ୍କୁ ଏହାର ମୂଲ୍ୟ ମଧ୍ୟ ମିଳୁନାହିଁ। ଏହାର ପ୍ରଭାବ ବିହାରର ମୁଜଫରପୁରର କୃଷକଙ୍କ ଉପରେ ମଧ୍ୟ ପଡିଛି। ନିରାଶ  ହୋଇ ଏଠାକାର ଚାଷୀମାନେ ସଡକରେ କ୍ୟାରେଟ୍ କ୍ୟାରେଟ୍ ଟମାଟର ସଡକରେ ଫିଙ୍ଗି ଦେଉଛନ୍ତି। ଏପରିକି ଟମାଟର ଉପରେ ଟ୍ରାକ୍ଟର ମଧ୍ୟ ଚଢାଇ ଦେଉଥିବା ଦୃଶ୍ୟ ମୀନାପୁର ବ୍ଲକ୍‌ର ମଝୋଲିା ପଞ୍ଚାୟତରେ ଦେଖିବାକୁ ମିଳିଛି।

ଗୋଟିଏ କ୍ୟାରେଟ୍‌ରେ ପ୍ରାୟ ୨୫ କେଜି ଟମାଟର ରହିଥାଏ। ଏହାର ବଜାରରେ ମୂଲ୍ୟ ପ୍ରାୟ ୩୫୦ ଟଙ୍କା ଆସିଥାଏ। ମାତ୍ର ଲକ୍‌ଡାଉନ୍‌ ଲାଗିବା ପରେ ଟମାଟର ଯୋଗାଣ ବାହାର  ବଜାରକୁ ହୋଇ ପାରୁ ନାହିଁ। ଲୋକେ ଘରୁ ମଧ୍ୟ ବାହାରି ପାରୁ ନାହାନ୍ତି। ଯିଏ ବି ଟମାଟର କିଣିବାକୁ ଆସୁଛନ୍ତି ସେମାନେ ମାତ୍ର ୨୦ ରୁ ୨୫ ଟଙ୍କା ଦେଉଛନ୍ତି। ଏମିତି କୃଷକଙ୍କୁ ସେମାନଙ୍କର ପରିଶ୍ରମର ମୂଲ୍ୟ ମଧ୍ୟ ମିଳୁନାହିଁ। କୃଷକଙ୍କ କହିବା କଥା ଫସଲରେ ଯେତିକି ଖର୍ଚ୍ଚ କରୁଛନ୍ତି ତାର ପାରିଶ୍ରମିକ ମଧ୍ୟ ମିଳୁନାହିଁ। ତେଣୁ ଫିଙ୍ଗିବା ବ୍ୟତୀତ ଆମ ପାଖରେ କୌଣସି ଉପାୟ ନାହିଁ ବୋଲି ଚାଷୀମାନେ କହିଛନ୍ତି।

{"id":451659,"sizeSlug":"large","linkDestination":"none"}

ଅନେକ କୃଷକ କହିଛନ୍ତି, ଏହି ମହାମାରୀ କାରଣରୁ ଲୋକେ ବାହାରକୁ ଆସୁ ପାରୁ ନାହାନ୍ତି। ତେଣୁ ତାଙ୍କ ଉତ୍ପାଦିତ ଶସ୍ୟ ବିକ୍ରି ହୋଇ ପାରୁନାହିଁ। ବିଶେଷ କରି ସେହି ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁମାନେ ସୁଧରେ ଟଙ୍କା ଆଣି ପରିବା ଚାଷ କରିଛନ୍ତି। ବର୍ତ୍ତମାନ ବିବାହ ସମୟ। ଅନେକ ଗାଁର ଲୋକ ଆସି ବହୁ ମାତ୍ରାରେ ପନି ପରିବା କିଣୁଥିଲେ। ଏଥିରେ ଚାଷୀଙ୍କୁ ସେମାନଙ୍କ ପରିଶ୍ରମର ମୂଲ୍ୟ ମଧ୍ୟ ମିଳି ଯାଉଥିଲା। ମାତ୍ର ମହାମାରୀ କାରଣରୁ ସୀମିତ ଲୋକଙ୍କୁ ନେଇ ବିବାହ ସମାରୋହ ଆୟୋଜନ ହେଉଛି। ଫଳରେ ଲୋକେ କିଛି କିଣୁ ନାହାନ୍ତି। ଏହାର ପ୍ରଭାବ କୃଷକଙ୍କ ଉପରେ ମଧ୍ୟ ପଡୁଛି।

ମୁଜଫରପୁର ଜିଲ୍ଲାର ମୀନାପୁର ଉପଖଣ୍ଡରେ ସବୁଠୁ ଅଧିକ ପରିବା ଚାଷ କରାଯାଏ। ଏଠାରେ ଅନେକ ପ୍ରକାରର ପରିବା ଉତ୍ପାଦନ ହୁଏ। ଏଥିରେ ଲୋକଙ୍କୁ ଭଲ ଆୟ  ମଧ୍ୟ ହୋଇଥାଏ। ମାତ୍ର ଲକ୍‌ଡାଉନ୍‌ କାରଣରୁ କୃଷକଙ୍କ ଉତ୍ପାଦିତ ପନି ପରିବା ବିକ୍ରି ହୋଇ ପାରୁନାହିଁ। ଫଳରେ କୃଷକ କ୍ଵିଣ୍ଟାଲ କ୍ଵିଣ୍ଟାଲ ଟମାଟର ସଡକକୁ ଫିଙ୍ଗିବାରେ ଲାଗିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.