Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବାତ୍ୟା ପୂର୍ବରୁ ମାର୍କେଟ୍‌ରେ ମନଇଚ୍ଛା ଦର କଷୁଛନ୍ତି କଳାବଜାରୀ, ମାଲ୍ ସର୍ଟେଜ୍‌ର ଆଳ ଦେଖାଉଛନ୍ତି ବ୍ୟବସାୟୀ ସଂଘ

2/05/2019 at 5:34 PM

ଭୁବନେଶ୍ବର|କଟକ ୨|୫: ପ୍ରତି ଥର ଭଳି ଏଥର ମଧ୍ୟ ବାତ୍ୟା ପୂର୍ବରୁ ମାର୍କେଟ୍‌ରେ ମନଇଚ୍ଛା ଦର କଷୁଛନ୍ତି କଳାବଜାରୀ । ୧୫ଟଙ୍କାର ଆଳୁ ୩୫ରେ ହୋଇଥିବା ବେଳେ ୨୦ଟଙ୍କାର ପିଆଜ ୪୫ରେ ବିକ୍ରି ହେଉଛି । ପଚାରିଲେ ଦୋକାନୀ କହୁଛନ୍ତି ଇଚ୍ଛା ପାଇଲେ ନିଅ ନହେଲେ ଯାଅ । କିଛି କାମ କରୁନି ପ୍ରଶାସନର କଟକଣା । ସେପଟେ ମାଲ୍‌ ସର୍ଟେଜ୍‌ର ଆଳ ଦେଖାଉଛନ୍ତି ବ୍ୟବସାୟୀ ସଂଘର ମୁଖିଆମାନେ । ଏଠି ବ୍ୟବସାୟୀ ଆଉ ପ୍ରଶାସନର ମଧୁଚନ୍ଦ୍ରିକା ଭିତରେ ପେଶି ହେଉଛନ୍ତି କେବଳ ସାଧାରଣ ଖାଉଟୀ । ଚଢାଦରରେ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି ।

ଯୋଉ ଆଳୁ ୨ଦିନ ତଳେ ୧୫ ଟଙ୍କା କିଲୋ ଥିଲା । ତାହା ଆଜି ହଠାତ୍‌ ୩୫-୪୦ଟଙ୍କା ବଢ଼ିଯାଇଛି । ଆଉ ପିଆଜ ୧୮-୨୦ ଯାଗାରେ ୪୫-୫୦ଟଙ୍କା ଯାଏଁ ଗଲାଣି । ସବୁ ପନିପରିବା ଦର କିଲୋ ପିଛା ୧୦ରୁ ୧୫ଟଙ୍କା ବଢ଼ିଯାଇଛି । ଦୋକାନୀକୁ ପଚାରିଲେ ଉତ୍ତର ମିଳୁଛି ନେଲେ ନିଅ ନହେଲେ ନାଇଁ ଯାଅ । କାହିଁକି ନା’ ବାତ୍ୟା ସମୟ । ୫ଟଙ୍କାର ଜିନିଷକୁ ୨୫ଟଙ୍କାରେ ବିକ୍ରି କରି ପୂରା ଫାଇଦା ଉଠାଉଛନ୍ତି ବେପାରୀ ।

ସେମିତି କରିବେନି ବା କେମିତି, ଯୋଉଠି  ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନର ବଡ଼ ବଡ଼ ଅଧିକାରୀମାନେ  କେବଳ ଟିଭି ବାଇଟ୍‌ରେ କଟକଣା କଥା ଶୁଣାଇ ଚୁପ୍‌ ବସିବେ, ଆଉ ବେପାରୀଙ୍କୁ ମନଇଚ୍ଛା ଭାଉ ବଢ଼ାଇ ବେପାର କରିବାକୁ ସୁଯୋଗ ଦେବେ ସେତେବେଳେ ଏୟା ହିଁ ହେବ । ଏକଥା ଯେ, କେବଳ ଏବେ ହେଉଛି ସେୟା ନୁହେଁ । ପ୍ରତିଥର ବାତ୍ୟା ଆସିଲେ ବଜାର ଦର ଏମିତି ହୁ ହୁ ହୋଇ ବଢ଼େ । ଆଉ ଆତଙ୍କିତ ହୋଇପଡ଼ିଥିବା ସାଧାରଣ ଖାଉଟିଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡ଼ା ଭଳି ମାଡ଼ିବସେ । ଆଉ କାନମୁଣ୍ଡା ଆଉଁସି ଦୋକାନୀ ଦାବି କରୁଥିବା ଦରରେ ଜିନିଷ କିଣିବାକୁ ବାଧ୍ୟ ହୁଅନ୍ତି ଲୋକେ ।

ଇଏ ତ ଥିଲା ଗ୍ରାହକଙ୍କ ଅଭିଯୋଗ । ସେପଟେ ବାତ୍ୟା ବଜାରରେ ଏମିତି ଭାଉ ବଢ଼ିବା କଥାକୁ କିନ୍ତୁ ସିଧାସଳଖ ମାନିବାକୁ ନାରାଜ୍‌ ବ୍ୟବସାୟୀ ସଂଘର ମୁଖିଆମାନେ। ବୁଲେଇ ବଙ୍କେଇ ବିଭିନ୍ନ କାରଣ ଦେଖାଇ ଅଭିଯୋଗକୁ ମ୍ୟାନେଜ କରିବାକୁ କେମିତି ଚେଷ୍ଟା କରୁଛନ୍ତି ଦେଖନ୍ତୁ ।

ବାତ୍ୟା ବଜାରରେ କଳାବାଜାରୀଙ୍କ ଉପରେ ନିୟନ୍ତ୍ରଣ ରଖିବାକୁ ଯୋଗାଣ ବିଭାଗ ତରଫରୁ କୁଆଡ଼େ ଫ୍ଲାଇଙ୍ଗ ସ୍କ୍ବାର୍ଡ଼ ଗଠନ କରାଯାଇଛି । ହେଲେ ସ୍କ୍ବାର୍ଡ କୋଉଠି ପ୍ଲାଇଂ କରୁଛି ସେକଥା ଗ୍ରାହକ ଜାଣିପାରୁନାହାନ୍ତି । ସେକତା କେବଳ ଜିଲ୍ଲା ପ୍ରଶାସନ ନଲେଜ୍‌ରେ ହିଁ ଅଛି ।

ବାତ୍ୟା ଆସୁଛି । ବଜାରରେ ଭାଉ ବଢ଼ାଇବେ ବେପାରୀ । ସେକଥା ପ୍ରଶାସନ ବି ଜାଣିଛି ।  ଏମିତି ସବୁ ଥର ହୁଏ । ସମସ୍ତେ ସବୁ କିଛି ଜାଣି ମଧ୍ୟ ଲୋକେ ୫ଟଙ୍କାର ଜିନିଷକୁ ୨୫ଟଙ୍କାରେ କିଣିବାକୁ ବାଧ୍ୟ ହୁଅନ୍ତି । ଫାଇଦା ଉଠାନ୍ତି କଳାବଜାରି । ଆଉ ବିଭିନ୍ନ ଆଳ ଦେଖାଇ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରେ ପ୍ରଶାସନ । ଆଉ ବାତ୍ୟା ଆସି ଯିବା ଭଳି ସବୁ ନିୟମ ସବୁ କଟକଣା ଯେଝା ବାଟରେ ଯିଏ ଫୁ ହୋଇଯାଏ ।

   Related Posts