ରାଜଧାନୀର ପରିବା ବଜାରରେ ଲାଗିଛି ନିଆଁ : ହୋସ୍ ଉଡ଼ିଯାଉଛି ଖାଉଟିଙ୍କର

Published By : Prameya-News7 Bureau | July 22, 2019 IST

ଭୁବନେଶ୍ବର୨୨|୭: ରାଜଧାନୀର ପରିବା ବଜାରରେ ଲାଗିଛି ନିଆଁ ।  ଦର ଶୁଣିଲେ ଖାଉଟିଙ୍କ ହୋସ୍ ଉଡ଼ିଯାଉଛି । ହାଟକୁ ଗଲେ ଗରାଖଙ୍କ ବ୍ୟାଙ୍କ ପୁରୁନି । ସେପଟେ ବେପାରୀ କହୁଛନ୍ତି କଣ ନା ଫୋନି ପାଇଁ ପରିବା ଦର ଆକାଶ ଛୁଆଁ ।

{"id":136300}

ହାଣ୍ଡିଶାଳକୁ ଛାଟ ।  ଚିନ୍ତାରେ ଖାଉଟି । ରାଜଧାନୀର ବିଭିନ୍ନ ମାର୍କେଟକୁ ଗଲେ ପରିବାରେ ହାତ ମାରିହେଉନି । ଦର ଶୁଣିଲେ ଗରାଖଙ୍କ କାନ ମୁଣ୍ଡା ଭାଁ ଭାଁ । ଆଳୁ କିଲୋ ପିଛା ଗତ ମାସରେ ୧୨ ଟଙ୍କା ଥିଲା । ଏବେ ଦର ୧୪ ଟଙ୍କା । ବାଇଗଣ ୨୬ ଟଙ୍କାରୁ ବଢ଼ି ୩୦ ଟଙ୍କା ଛୁଇଁଲାଣି ।

{"id":136301}

ଟମାଟ ଦର ୩୫ରୁ ବଢ଼ି ୪୦ ଟଙ୍କାରେ ପହଞ୍ଚିଲାଣି । ଭେଣ୍ଡି, ଟମାଟ, କଲରା ଆଦି କିଲୋପିଛା ଦର  ୪୦ ଟଙ୍କା ରହିଛି । ସେହିପରି କାଙ୍କଡ଼, ପୋଟଳ ସବୁ ୩୦ ଟପିଛି । କିଲେ ଜାଗାରେ ଅଢ଼େଇ ଶହ ନେବାକୁ ବାଧ୍ୟ ହେଉଛନ୍ତି ଗରାଖ । ଗଲା ବେଳକୁ ପକେଟ୍ ସିନା ଖାଲି ହେଉଛି ହେଲେ  ବ୍ୟାଗ ଭର୍ତ୍ତି ହେଉନି । ପରିବା ଦର ଏକ ନମ୍ବର ହାଟରେ ଗୋଟେ, ୪ ନମ୍ବର ହାଟରେ ଗୋଟେ ଏବଂ ଆଇଗିଣିଆ ମାର୍କେଟ୍‌ରେ ଆଉ ଗୋଟେ ।

{"id":136302}

ସେପଟେ ପରିବା ଦର ବୃଦ୍ଧି ପାଇଁ ଫୋନିକୁ ଦୋଷ ଦେଇଛନ୍ତି ବ୍ୟବସାୟୀ । ବାତ୍ୟା ପରେ ପରିବା ଉତ୍ପାଦନ କମିଥିବାରୁ ଦର ଉଚ୍ଚା ରହିଛି । ବାହାର ରାଜ୍ୟରୁ ପରିବା ଆମଦାନୀ ହେଉଛି । ପରିବହନ ଖର୍ଚ୍ଚ ପାଇଁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ ।

{"id":136303}

ପରିବା ଦର ବଢିଥିବାରୁ ହାଣ୍ଡିଶାଳ ଉପରେ ଏହାର ପ୍ରଭାବ ପଡ଼ିଛି ।  ପକେଟକୁ ବାଧୁଥିଲେ ବି କାନ ମୁଣ୍ଡା ଆଉଁସି ରହିବା କଥା ।

{"id":136304}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.