Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଟମାଟୋ କେଜି ୮୦, ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର : ଭେଣ୍ଡି, ଆଳୁ, ପିଆଜ ଦାମ ଆକାଶ ଛୁଆଁ

17/10/2021 at 3:44 PM

ନୂଆଦିଲ୍ଲୀ ୧୭/୧୦ : ପରିବା ବଜାର​‌ରେ ମହଙ୍ଗା ମାଡ । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପଡୁଛି । ରାଜଧାନୀ ଦିଲ୍ଲୀରୁ ଉତ୍ତର ପ୍ରଦେଶ, ଓଡିଶାରୁ ବିହାର ସବୁଠି ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ବିଭିନ୍ନ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି । ଯାହା ଫଳରେ ଖାଉଟି ହିଁ ହନ୍ତସନ୍ତ ହେଉଛନ୍ତି । ହୋଲସେଲ ବଜାରରୁ ରିଟେଲ ବଜାର ପର୍ଯ୍ୟନ୍ତ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି ।

ପରିବା ମଧ୍ୟରେ ଟମାଟର ଉପରେ ସବୁଠାରୁ ଅଧିକ ମହଙ୍ଗା ମାଡ ଦେଖିବାକୁ ମିଳୁଛି । ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ବୃଦ୍ଧି ଫଳରେ ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି । ବିଭିନ୍ନ ରାଜ୍ୟର ହୋଲସେଲ ବଜାରରେ ପରିବା ଦର କିଲୋ ପିଛା ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଟମାଟର ଯୋଗାଣ ଉପରେ ପ୍ରଭାବ ପଡୁଥିବାରୁ ଦରବୃଦ୍ଧି ଘଟୁଛି ।

ଯେଉଁ ପରିବା ଦର ହୋଲସେଲ ମାର୍କେଟ୍‌ରେ ୩୦/୩୫ ଟଙ୍କା ରହୁଛି ତାହା ରିଟେଲ ବଜାରରେ ୩୫/୪୦ ଟଙ୍କାରେ ବିକ୍ରି ହେଉଛି । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ପିଆଜ ଏବଂ ଟମାଟର ଚାଷ ଉପରେ ପ୍ରଭାବ ପଡିଛି । ଏହି ରାଜ୍ୟରୁ ଅନ୍ୟ ରାଜ୍ୟଗୁଡିକୁ ଯୋଗାଣ ପ୍ରଭାବିତ ହେବା କାରଣରୁ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ରାଜଧାନୀ ଦିଲ୍ଲୀ​‌ରେ ଟମାଟର କେଜି ପିଛା ୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଉତ୍ତର ପ୍ରଦେଶ, ବିହାର, ଛତିଶଗଡ ଏବଂ ଓଡିଶା ସମେତ ଅନେକ ରାଜ୍ୟରେ ଦର ବୃଦ୍ଧିପାଇବାରେ ଲାଗିଛି । କେବଳ ଟମାଟର ନୁହେଁ ଭେଣ୍ଡି, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ପରିବା ଦର ଅହେତୁକ ବୃଦ୍ଧି ପାଇଛି ।

ଧଣିଆ ପତ୍ର ଦର ବି ଆକାଶ ଛୁଆଁ । ଯେଉଁଠି ପରିବା ଦୋକାନୀ ମାଗଣାରେ ଧଣିଆ ପତ୍ର ଦେଇଦେଉଥିଲେ ଏବେ ଏହାର ମୂଲ୍ୟ କିଲୋ ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଉତ୍ତର ପ୍ରଦେଶରେ ଟମାଟର କେଜି ପିଛା ୫୦ ରୁ ୬୦ ଟଙ୍କା ଥିବା ବେଳେ ଆଳୁ ୨୦ ଟଙ୍କା, ଧଣିଆ ପତ୍ର କେଜି ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଦେଶରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଫଳରେ ପରିବା ଯୋଗାଣ ପାଇଁ ଉର୍ଦ୍ଧିଷ୍ଟ ଗାଡି ଭଡା ମଧ୍ୟ ବୃଦ୍ଧି ପାଉଛି । ଯାହା ଫଳରେ ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡୁଛି ।

ଓଡିଶାରେ ମଧ୍ୟ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଦରବୃଦ୍ଧି ଘଟିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ମଧ୍ୟବିତ୍ତଙ୍କ ଉପରେ ପରିବାର ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ଭଳି ହୋଇପଡିଛି ।

   Related Posts