Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଟମାଟୋ କିଲୋ ୧୦୦ ଟଙ୍କା ! ମାସେ ଭିତରେ ଦୁଇଗୁଣ ହେଲା ଆଳୁ ପିଆଜ ଦାମ୍

16/09/2020 at 11:24 AM

ନୂଆଦିଲ୍ଲୀ ୧୬/୦୯ : କରୋନା ସଙ୍କଟ ମଧ୍ୟରେ ସାଧାରଣ ଜନତାଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପନିପରିବା ଦାମ ବଢିଯିବାରୁ ଲୋକେ ମୁଣ୍ଡରେ ହାତ ଦେଲେଣି । ପନିପରିବା ଦାମ ବଢିଯିବାରୁ ରୋଷେଇ ବଜେଟ ମଧ୍ୟ ବଢିଯାଇଛି । ଦୀନନ୍ଦିନ ଜୀବନରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆଳୁ, ପିଆଜ, ଟମାଟୋ ଦାମ ମଧ୍ୟ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, ଟମାଟୋ କିଲୋ ପ୍ରତି ୧୦୦ ଟଙ୍କା ହୋଇଛି । ଉପଭୋକ୍ତା ମନ୍ତ୍ରାଳୟ ଅନୁଯାୟୀ ସୋମବାର ଦିନ କୋଲକାତାରେ ଟମାଟୋ କିଲୋପ୍ରତି ୧୦୦ ଟଙ୍କା ରେକର୍ଡ କରାଯାଇଥିଲା । ସେପ୍ଟେମ୍ବର ମାସରେ କୋଲକାତାରେ ଟମାଟୋ ଦାମ କିଲୋ ପ୍ରତି ୪୦ ଟଙ୍କା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି ।

ଦେଶର ଅନ୍ୟ ସହରମାନଙ୍କରେ ମଧ୍ୟ ଟମାଟୋ ଦାମ ଆକାଶଛୁଆଁ ହୋଇଛି । ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ଟମାଟୋ କିଲୋ ପ୍ରତି ୬୩ ଟଙ୍କା, ମୁମ୍ବାଇ ଓ ପାଟନାରେ ୬୫ ଟଙ୍କା, ଲଖନଉରେ ୭୦ ଟଙ୍କା ଓ ଗୁରୁଃଗ୍ରାମ. ଶିମଲା, ଲୁଧିଆନାରେ କିଲୋ ପ୍ରତି ୬୦ ଟଙ୍କା ଥିଲା ।

କେବଳ ଟମାଟୋ ନୁହେଁ, ଆଳୁ ପିଆଜ ଦାମ ମଧ୍ୟ ବୃଦ୍ଧି ପାଇଛି । ଅଧିକାଂଶ ସହରରେ ଆଳୁ କିଲୋ ପ୍ରତି ୩୫-୪୦ ଟଙ୍କା ରହିଛି । କିଛି ସହରରେ ଆଳୁ କିଲୋ ପ୍ରତି ୪୫ ଟଙ୍କା ରେକର୍ଡ କରାଯାଇଛି । ଉପଭୋକ୍ତା ମନ୍ତ୍ରାଳୟ ଅନୁସାରେ ସୋମବାର ଦିନ ଦିଲ୍ଲୀରେ ଆଳୁ କିଲୋ ପ୍ରତି ୩୭ ଟଙ୍କା, ଗୁରୁଃଗ୍ରାମରେ ୩୫, ଶିମଲାରେ ୪୫, ଲୁଧିଆନାରେ ୪୦, ମୁମ୍ବାଇରେ ୪୪, ପାଟନାରେ ୩୬, କୋଲକାତାରେ ୩୨ ଟଙ୍କା ରେକର୍ଡ କରାଯାଇଥିଲା ।

ଆଳୁ ପିଆଜ ଭଳି ଟମାଟୋ ଦାମ ମଧ୍ୟ ବୃଦ୍ଧି ପାଇଛି । ଉପଭୋକ୍ତା ମନ୍ତ୍ରାଳୟ ଅନୁସାରେ ସୋମବାର ଦିନ ଦିଲ୍ଲୀରେ ପିଆଜ ଦାମ କିଲୋ ପ୍ରତି ୪୧ ଟଙ୍କା ରେକର୍ଡ କରାଯାଇଥିଲା । ପିଆଜ ଦାମ ବୃଦ୍ଧି ପାଇଥିବା ଦେଖି ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ପନିପରିବା ଯୋଗାଣ ପ୍ରଭାବିତ ହୋଇଛି । ଫଳରେ ଦାମ ଲଗାତାର ବୃଦ୍ଧି ପାଉଛି । ଏହାଛଡା ଗତ କିଛି ଦିନ ହେଲା ଡିଜେଲ ଦାମ ମଧ୍ୟ ବୃଦ୍ଧି ପାଇଛି । ଯାହାଫଳରେ ପନିପରିବା ମଣ୍ଡି ଯାଏଁ ପହଞ୍ଚାଇବାକୁ ଅଧିକ ଶୁଳ୍କ ଲାଗୁଛି । ଏହାର ପ୍ରଭାବରେ ପନିପରିବା ଦାମ ବୃଦ୍ଧି ପାଇଛି ।

   Related Posts