କାର୍ତ୍ତିକରେ ଆକାଶଛୁଆଁ ପରିବା ଦର: ମାର୍କେଟରେ ଚଡକ, ଚିନ୍ତାରେ ଖାଉଟି

Published By : Prameya-News7 Bureau | October 22, 2021 IST

ଚଣ୍ଡିଖୋଲ ୨୨/୧୦: ପନିପରିବା ଦର ଆକାଶଛୁଆଁ । ଯେଉଁ ପରିବାକୁ ହାତ ମାରିଲେ ୪୦ ଟଙ୍କା ଉପରକୁ ରହୁଛି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକରେ ଥିବା ପ୍ରମୁଖ ପରିବା ମାର୍କେଟରେ ପରିବା ଦର ଆକାଶଛୁଆଁ ହୋଇଛି । ଫଳରେ ପରିବା କିଣିବା ଏବେ କଷ୍ଟକର ହୋଇ ପଡ଼ିଲାଣି । ଧର୍ମ ମାସ କାର୍ତିକ ମାସ ଆରମ୍ଭ ହୋଇଥିବାରୁ ପ୍ରତି ଘରେ ନିରାମିଷ ଚାଲିଛି ।

wp:html /wp:html

ହେଲେ ପରିବା ଦର ଅହେତୁକ ବୃଦ୍ଧି ଯୋଗୁ ୨୦୦ଟଙ୍କାର ପରିବା କିଣିଲେ ବି ଅଧ ବ୍ୟାଗ ବି ହଉନି, ଚଣ୍ଡିଖୋଲ ପରିବା ମାର୍କେଟରେ ବାଇଗଣ ଦର ୪୦ ଟଙ୍କା, ବିଲାତି ୬୦ ଟଙ୍କା, ଗାଜର ୮୦ ଟଙ୍କା, ପୋଟଳ ୪୦ ରୁ ୬୦ ଟଙ୍କା, ଵିନ ୧୦୦ ଟଙ୍କା, ମାଟି ଆଳୁ ୬୦ ଟଙ୍କା, ଝଡ଼ଙ୍ଗ ୬୦ ଟଙ୍କା ପହଁଚିଲାଣି । ଯେଉଁଠି ଲୋକେ ୧ କେଜି ନେଉଥିଲେ ସେଠି ୨୫୦ରେ ଚଳାଇବାକୁ ପଡୁଛି । ଦୀର୍ଘ ଦିନ ଧରି ପରିବା ଦର ଦାମ ଏହି ଭଳି ଅହେତୁକ ବୃଦ୍ଧି ପାଉଥିବାରୁ ଖାଉଟିଙ୍କ ଉପରେ ବେଶ ପ୍ରଭାବ ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.