Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ଲକଡାଉନ୍ ଘୋଷଣା ହେଉ ହେଉ ପରିବା ଦାମ୍ ଆକାଶଛୁଆଁ: ଟମାଟୋ କିଲୋ ୫୦କୁ ଭେଣ୍ଡି ୮୦ ଟଙ୍କା, ବାକି ନ କହିବା ଭଲ…

8/04/2021 at 5:25 PM

ରାୟପୁର ୦୮/୦୪ : ଛତିଶଗଡ଼ ରାୟପୁର ଜିଲ୍ଲାରେ ଲକଡାଉନ ଘୋଷଣା ପରେ ପନିପରିବା ଦାମ୍ ବଢିଯାଇଛି। ୨୪ ଘଣ୍ଟା ପୂର୍ବରୁ ୫ କିଲୋ ପ୍ରତି ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ବର୍ତ୍ତମାନ ୫୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟାନ୍ୟ ପନିପରିବା ଦାମ୍ ପାଖାପାଖି କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଅଧିକାରୀ ବ୍ୟବସାୟୀଙ୍କୁ କଳାବଜାରୀ ନ କରିବାକୁ ଚେତାବନୀ ଦେଇଛନ୍ତି। କିନ୍ତୁ ଜିଲ୍ଲା ଅଧିକାରୀଙ୍କ ଚେତାବନୀର କୌଣସି ପ୍ରଭାବ ପଡିଲା ଭଳି ନଜର ଆସୁନାହିଁ।

କରୋନା ମହାମାରୀ ଓ ଲକଡାଉନର ସମୟରେ ମଣିଷ ଏହିଭଳି ମଉକାର କିଭଳି ଫାଇଦା ଉଠାଉଛି ତାର ଉଦାହରଣ ଦେଖିବାକୁ ମିଳିଛି। ରାୟପୁରରେ ଲକଡାଉନ ଘୋଷଣା ହେବାପରେ ବଜାରରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ଆସୁ ଆସୁ ପରିବା ବ୍ୟବସାୟୀ ପନିପରିବା ଦାମ ବଢାଇବା ଆରମ୍ଭ କରିଥିଲେ। ଗୁରୁବାର ଦିନ ବଜାରରେ ପରିବା ଦାମ ଆକାଶଛୁଆଁ ହୋଇଛି।

ଆଳୁ ପିଆଜ କିଲୋ ପ୍ରତି ୫୦ ଟଙ୍କାରେ ବିକ୍ରି ହେଉଛି। ଭେଣ୍ଡି କିଲୋ ୮୦ ଟଙ୍କା, ଫୁଲକୋବି ୮୦ ଟଙ୍କା, ବନ୍ଧାକୋବି ୭୦ ଟଙ୍କା, ଧନିଆ ପତ୍ର ୧୨୦ ଟଙ୍କା, ଝୁଡୁଙ୍ଗ ୮୦ ଟଙ୍କା, କଲରା ୮୦ ଟଙ୍କାରେ ବିକ୍ରି ହେଉଛି।

ରାୟପୁରରେ ଏପ୍ରିଲ ୯ ରୁ ୧୯ ତାରିଖ ଯାଏଁ ଲକଡାଉନ ଲାଗୁ ହୋଇଛି। ୧୩ ତାରିଖରୁ ନବରାତ୍ରି ଆରମ୍ଭ ହେଉଛି। ଲକଡାଉନ ମଧ୍ୟରେ ନବରାତ୍ରି ବ୍ରତ ପଡୁଥିବାରୁ ଲୋକେ ବହୁ ପରିମାଣର ପରିବା କିଣି ନେଉଛନ୍ତି। ଖୁଚୁରା ପରିବା ବ୍ୟବସାୟୀ କହୁଛନ୍ତି ଯେ ମଣ୍ଡିରେ ପରିବା ମହଙ୍ଗା ହୋଇଯାଇଛି। ଯେଉଁ ପରିବା ପ୍ୟାକେଟ୍ କାଲି ଯାଏଁ ୬୫୦ ଟଙ୍କା ଥିଲା ବର୍ତ୍ତମାନ ତାହା ୧୧୦୦ ଟଙ୍କା ହୋଇଯାଇଛି।

   Related Posts