Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଶାଗମାଛ ଦରରେ ପରିବା ବିକୁଛି ଚାଷୀ, ବଜାରରେ ଚଢା ଦାମ୍ ଯୋଗୁଁ ଖାଉଟି ହସ୍ତସନ୍ତ

22/10/2020 at 3:32 PM

ଭଦ୍ରକ ୨୨।୧୦: ବଜାରରେ ପରିବା ଦର ଏବେ ଆକାଶ ଛୁଆଁ । ଆରମ୍ଭ ହେଲାଣି ପାର୍ବଣ ଋତୁ  । ପୁଣି ନବରାତ୍ର ଓ କାର୍ତ୍ତିକ ମାସ । ଏପଟେ ନିରାମିଷାଶୀଙ୍କ ପାଇଁ ଏବେ ପରିବା ଲୋଡା । କିନ୍ତୁ ବଜାର ଦର ଏବେ ପୁରା ଉଚ୍ଚ ଛୁଇଁଲାଣି । ବାଇଗଣ ୬୦କୁ ପୋଟଳ ୮୦ । ଅନ୍ୟ ପରିବା ଦର ମଧ୍ୟ ସମାନ । ଯେଉଁ ଅଞ୍ଚଳରେ ପରିବା ଚାଷ ହେଉଥିଲା ସେହି ଅଞ୍ଚଳର ଲୋକାଲ ବଜାରରେ ପରିବା ଟିକେ ଶସ୍ତାରେ ମିଳୁଥିଲା । କିନ୍ତୁ ସେହି ପରିବା ଚାଷ ହେଉଥିବା ଅଞ୍ଚଳର ପରିବା ଚାଷୀଙ୍କ ପାଇଁ ଦାଉ ସାଜିଛି ବର୍ଷା । କ୍ଷେତ ଉଜୁଡି ଯାଉଛି । ଆଉ ଯେଉଁ ଚାଷୀଙ୍କର ଚାଷ ବଞ୍ଚିଛି । ଉତ୍ପାଦନ ପୂର୍ବ ଭଳି ହେଉନାହିଁ । ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ପରେ ମିଳିଲା ନୂଆ ତଥ୍ୟ ।

ପରିବା ଚାଷ ବର୍ଷକ ବାର ମାସ ହୁଏ । ସିଜିନ ଅନୁଯାୟୀ ଭଳି କି ଭଳି ପରିବା ଚାଷ କରନ୍ତି ଚାଷୀ । ପାଗ ଯଦି ଅନୁକୂଳ ରହିଲା ପରିବା ଉତ୍ପାଦନ ଠିକ୍ ସମୟରେ ହୁଏ । ପୁଣି ବଜାରରେ ଠିକ୍ ମୂଲ୍ୟରେ ପହଞ୍ଚେ । କିନ୍ତୁ ଏଥର ଲଗାଣ ବର୍ଷା ଦାଉ ସାଜିଛି । ପୁଣି ଅନେକ ଚାଷ  ନଷ୍ଟ ମଧ୍ୟ ହୋଇଛି । ଏଥର ଯେଉଁ ଚାଷ ହୋଇଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି । ପୁଣି ଉତ୍ପାଦନ ମାତ୍ରକେ ବେପାରୀମାନେ ଘର ସାମ୍ନାରେ ପହଞ୍ଚି ଯାଉଛନ୍ତି । ରେଟ୍ ମୂଲଚାଲ ପରେ ନିଜେ ନେଇ ଆସୁଛନ୍ତି । କିନ୍ତୁ ପରିବା ଚାଷୀଙ୍କ କହିବା କଥା ଯେ ଚାଷ ପାଇଁ ବହୁ ସମୟ ଲୋଡା, ସେଥିପାଇଁ ବଜାର ଯାଇ ବିକ୍ରି କରିବା ସମ୍ଭବ ନୁହେଁ । ଯେଉଁମାନେ ଗାଁକୁ ଆସୁଛନ୍ତି ସେମାନେ ଯାହା ରେଟ୍ କହିଲେ ମଧ୍ୟ ପରିବା ଦେଇଦେଉଛନ୍ତି ।

ପରିବା ଚାଷୀଙ୍କଠାରୁ ଗୋଦାମ ମାଲିକମାନେ ମଧ୍ୟ ପରିବା ସଂଗ୍ରହ କରନ୍ତି । ତା ପରେ ପରିବା ଦୋକାନୀଙ୍କୁ ବିକ୍ରି କରିଥାନ୍ତି । ଏବେ କିନ୍ତୁ ଦେଶୀ ପରିବା କମ୍ ଉତ୍ପାଦନ ହେଉଥିବାରୁ ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରୁ ପରିବା ମଗାଉଛନ୍ତି । ପରିବା ଆଣିବା ପାଇଁ ଗାଡି ବାବଦକୁ ମଧ୍ୟ ବହୁ ଖର୍ଚ୍ଚ ହେଉଛି । ପରିବା ଚାଷୀଙ୍କଠାରୁ ଆଣିଲେ ପରିବହନ ଖର୍ଚ୍ଚ କମ ହେଉଥିଲା । କିନ୍ତୁ ଏବେ ତେଲ ରେଟ୍ ଅଧିକ ଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି । କିନ୍ତୁ ସେମାନେ ଅଧିକ ଖର୍ଚ୍ଚ ନ ନେଇ ବେପାର କରୁଥିବା କହୁଛନ୍ତି । କିଲୋ ପ୍ରତି ମାତ୍ର ୫ ରୁ ୧୦ଟଙ୍କା ଲାଭ ରଖି ବେପାରୀଙ୍କୁ ପରିବା ବିକ୍ରି କରୁଛନ୍ତି ବୋଲି ପରିବା ଚାଷୀ କହୁଛନ୍ତି  ।

ପରିବା ଦୋକାନୀ ଗୋଦାମରୁ ଯାହା ଅଣୁଛନ୍ତି ଅଳ୍ପ ଲାଭରେ ବିକ୍ରି କରୁଥିବା କହୁଛନ୍ତି । ଦେଶୀ ପରିବା ଏବେ ଆବଶ୍ୟକ ମୁତାବିକ ମିଳୁନଥିବାରୁ ଚାଲାଣ ପରିବା ବିକୁଛନ୍ତି । କିନ୍ତୁ ସେ ମଧ୍ୟ ସେହିଭଳି କିଲୋପ୍ରତି ୫ ରୁ ୧୦ଟଙ୍କା ଲାଭ ରଖୁଥିବା କହିଛନ୍ତି । କିନ୍ତୁ ପରିବା ବିକ୍ରେତା ସଂଘର ସଭାପତି କହୁଛନ୍ତି ଯେ ପରିବା ଆମଦାନୀ କମ୍ ଥିବାରୁ ରେଟ୍ ବଢୁଛି । ଅନ୍ୟ ଅଞ୍ଚଳର ପରିବା ବେପାରୀ ଆସି ଚାଷୀଙ୍କଠାରୁ ନେଇ ଅଧିକା ଦରରେ ପରିବା ବିକ୍ରି କରୁଛନ୍ତି । ଆଉ କିଛି ଦିନ ଗଲେ ଆମଦାନୀ ବଢିବ ଓ ପରିବା ଦର ମଧ୍ୟ କମିବ ।

ଗ୍ରାହକଙ୍କ କହିବା କଥା ଯେ ପରିବା ଦର ପ୍ରତ୍ୟକ ଦିନ ପରିବର୍ତ୍ତିତ ହେଉଛି । କେଉଁ ଦିନ କମୁଛି ତ କେଉଁ ଦିନ ବଢୁଛି । କିନ୍ତୁ ଯେଉଁ ହାରରେ ଦର ବୃଦ୍ଧି ହେଉଛି ସେହିଭଳି କମ୍ ହେଉନି ପରିବାଦର । ଗାଁରେ ଚାଷ ହେଉଥିଲେ ମଧ୍ୟ ବେପାରୀଙ୍କୁ ଅଧିକ ପରିମାଣର ପରିବା ଆବଶ୍ୟକତା ପାଇଁ ଚାଷୀ ଗାଁରେ ପରିବା ବିକ୍ରି କରନ୍ତି ନାହିଁ । ଚାଷୀଙ୍କ ନିକଟରୁ ପରିବା ଆଣି ବେପାରୀ ଓ ପରିବା ଦୋକାନୀ ଲାଭବାନ ହେଉଥିଲେ ମଧ୍ୟ ଗ୍ରାହକଙ୍କ ପକେଟ ଉପରେ ବୋଝ ବଢୁଛି ।

   Related Posts