Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବନ୍ୟା ପାଣିରେ ଉଜୁଡି ଗଲା ଚାଷ: ପରିବା ଦର ଆକାଶ ଛୁଆଁ, ଖାଉଟି ହନ୍ତସନ୍ତ

2/09/2020 at 8:49 PM

ଭୁବନେଶ୍ବର୨/୯: ବେଶ୍‌ କିଛି ଦିନ ହେଲା ପୁରା ରାଜ୍ୟକୁ କବଳିତ କରି ରଖିଛି ବନ୍ୟା। ଜୁଆଡେ ଆଖି ବୁଲାଇଲେ କେବଳ ପାଣି ଆଉ ପାଣି। ଏଭଳି ସମୟରେ ଫସଲ ଉଜୁଡି ଯିବାଟା ତ ନିଶ୍ଚିତ। ତେବେ ଲଗାଣ ବର୍ଷା ଓ ତା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ସିଧାସଳଖ ପ୍ରଭାବ ଏବେ ପରିବା ବଜାର ଉପରେ ପଡିଛି। ବାଇଗଣ ଠାରୁ ଆରମ୍ଭ କରି କଲରା ଅବା ଝୁଡଙ୍ଗ ସବୁର ଦର ୨ ଗୁଣ ବଢିଛି। ଏପରି ସ୍ଥଳେ ଖାଉଟି, ଖାସ କରି ମଧ୍ୟ ବିତ୍ତମାନଙ୍କର ଚିନ୍ତା ବଢି ଯିବାଟା ତ ସ୍ବାଭାବିକ।    

ନଦୀରୁ ପାଣି ଛାଡିବା ଆରମ୍ଭ ହୋଇଛି। ୪ ଦିନ ତଳେ ଯେଉଁ ଦୃଶ୍ୟ ଥିଲା , ତାହା ଆଜି ନାହିଁ। ହେଲେ ଗାଁ ଦାଣ୍ତାରୁ ପାଣି ଯାଇନି। ଆଉ ଗାଁ ଗହୀର କଥା ନ କହିବା ଭଲ। କଟକ ଜିଲ୍ଲାର ଏମିତି କିଛି ସ୍ଥାନରେ ବନ୍ୟାପାଣି ପସିଛି, ଯେଉଁଠି ଆଖି ବୁଲାଇଲେ କେବଳ ପାଣି ଆଉ ପାଣି। ବାଙ୍କୀ ଉପଖଣ୍ତ ଓ ଆଠଗଡ ଉପଖଣ୍ତରେ ଚାଷକୁ ଖୁବ ପ୍ରଭାବିତ କରିଛି ବନ୍ୟା। ହଜାର ହଜାର ହେକ୍ଟର ଜମିରେ ସପ୍ତାହେ ହେଲା ପାଣି ଭରି ହୋଇ ରହିଛି। ତେଣେ କୃଷି ବିଭାଗର ପ୍ରାଥମିକ ଆକଳନ ଅନୁସାରେ କଟକ ଜିଲ୍ଲାରେ  ୩୫ ହଜାର ୯୫୫ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି।

ପ୍ରଥମେ ଲଗାଣବର୍ଷା ପରେ ପରେ ମହାନଦୀରେ ବନ୍ୟା ଆସିବା କାରଣରୁ ଚାଷ ଉଜୁଡିଯାଇଛି। ଯାହାର ସିଧାସଳଖ ପ୍ରଭାବ ଏବେ ପରିବା ବଜାର ଉପରେ ପଡିଛି। ଆଜି କଟକର ବିଭିନ୍ନ ପରିବା ହାଟରେ ଦର ରହିଛି କିଛି ଏହି ପରି, ଭେଣ୍ତି କିଲୋ ୮୦ ଟଙ୍କା, କଲରା ୭୦, ଝୁଡଙ୍ଗ ୮୦, ପୋଟଳ, ୯୦ ଏବଂ ବାଇଗଣ କିଲୋ ପ୍ରତି ଦର ୬୦ ଟଙ୍କା। ଏପରିକି ଲଙ୍କା କିଲୋ ଆସି ୨୦୦ ଟଙ୍କାରେ ପହଞ୍ଚିଛି।

   Related Posts