ମହାନଦୀ ବନ୍ୟାଜଳରେ ନଷ୍ଟ ହେଲା ବ୍ୟାପକ ଫସଲ, ଚାଷୀଙ୍କ ମୁଣ୍ଡରେ ଚଡକ

Published By : Prameya-News7 Bureau | August 17, 2019 IST

ସାଲେପୁର ୧୭|୮: ଲଘୁଚାପ ଜନିତ ଲଗାଣ ବର୍ଷ। ସାଙ୍ଗକୁ ମହାନଦୀର ପ୍ରଥମ ବନ୍ୟାଜଳ କଟକ ଜିଲ୍ଲା ସାଲେପୁର ତହସିଲରେ ବ୍ୟାପକ ଫସଲ ନଷ୍ଟ କରିଛି । ସାଲେପୁର ତହସିଲ ଅଧୀନ  ବାରଗୋଡିଆ, ପାଟପୁର, ତିର୍ତୋଲ ଗ୍ରାମ ପଞ୍ଚାୟତର ମହାନଦୀ ପଠାରେ ଶହ ଶହ ଏକର ପରିବା ଫସଲ ନଷ୍ଟ ହୋଇ ଯାଇଛି ।

{"id":145253}

ଏହି ସବୁ ଅଂଚଳର ଚାଷୀମାନେ ଫସଲ ଚାଷକରି ବର୍ଷକ ଗୁଜୁରାଣ ମେଣ୍ଟାଇଥାନ୍ତି। ଏହି ସବୁ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାରୁ ପରିବା ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। ବର୍ଷକ ଚଳିବେ କିପରି ଏବେ ଚିନ୍ତାରେ  ଚାଷୀ । ଉଦ୍ୟାନକୃଷି ଅଧତ୍କାରୀଙ୍କୁ  ଏନେଇ ଅବଗତ କଲା ପରେ  ଉଚ୍ଚପଦସ୍ଥ ଅଧିକାରୀଙ୍କୁ  ଜଣାଇ ଯାହା କିଛି ପଦକ୍ଷେପ  ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.