Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଅଜଣା ରୋଗରେ ଆଳୁ ଗଛ- ହତାଶ ଆଳୁ ଚାଷୀ

17/01/2020 at 6:05 PM

ଲମତାପୁଟ ୧୭।୦୧ –  ଋଣ କରି ୪୦ ଏକର ଜମିରେ ଆଳୁ ଚାଷ କରିଥିଲେ ଲମତାପୁଟ କାକଲପଡା ଗାଁର ଚାଷୀ ।୩ ସପ୍ତାହ ତଳେ ଫସଲ ଭଲ ହେବା ନେଇ ଚାଷୀ ଆଶ୍ବସ୍ତ ଥିଲେ । କିନ୍ତୁ ହଠାତ୍ ଗଛ ପତ୍ର ମଉଳିବାରେ ଲାଗିଲା । ଅଜଣା ରେ।ଗରେ ଆଳୁ ଗଛ ।

ଚିନ୍ତାରେ ଆଳୁ ଚାଷୀ ।ଶୀତ ଆରମ୍ଭରୁ ଲମତାପୁଟ କାକଲପଡା ଗାଁରେ ଆରମ୍ଭ ହେ।ଇଥିଲା ପରିବା ଚାଷ । ଗାଁର ୪୫ଟି ପରିବାର ଋଣ କରି ୪୦ ଏକର ଆଳୁ ଚାଷ କରିଥିଲେ । ତା ସାଙ୍ଗକୁ ବନ୍ଧା କେ।ବି, ଫୁଲକେ।ବି, ଗ୍ରୀନ୍ ମଟର, ଟମାଟେ। ଚାଷ କରିଥିଲେ । ହରାଭରା କ୍ଷେତକୁ ଦେଖି ଚାଷୀର ପେଟ ପୁରିଯାଉଥିଲା ।

କିନ୍ତୁ ଆଳୁ ଫଳିବାର ଦିନ କେଇଟା ପରେ ହଠାତ୍ ଅଜଣା ରେ।ଗ ମାଡି ବସିଲା । ୩ ସପ୍ତାହ ତଳେ ଯେଉଁ କ୍ଷେତକୁ ଦେଖି ଚାଷୀ ଖୁସି ହେଉଥିଲା ଆଜି ସେଇ କ୍ଷେତକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । କେମିତି ଋଣ ସୁଝିବେ, କେମିତି ଗୁଜୁରାଣ ମେଣ୍ଟାଇବେ ଏବେ ସେଇ ଚିନ୍ତା ଘାରୁଛି ।

ସେପଟେ ପରିବା ଚାଷର ତଦାରଖ କରିଛନ୍ତି ଉଦ୍ୟାନ ବିଭାଗ ଅଧିକାରୀ । ଆଳୁ ଚାଷ ନଷ୍ଟ ହେବା ପାଇଁ ବିହନକୁ ଦାୟୀ କରିଛନ୍ତି । ବାହାରୁ ଚାଷୀ ନିମ୍ନ ମାନର ବିହନ କିଣି ସିଞ୍ଚନ କରୁଥିବାରୁ ଏଭଳି ସମସ୍ୟା ଉପୁଜୁଛି । ଆଗକୁ ଚାଷୀଙ୍କୁ ସଚେତନ କରାଯିବ ବେ।ଲି ସେ କହିଛନ୍ତି ।

   Related Posts