ଖାଲି ଧାନ ଚାଷୀ ନୁହଁନ୍ତି, ପରିବା ଚାଷୀ ବି ଏବେ ପାଉନାହାଁନ୍ତି ସର୍ବ ନିମ୍ନ ସହାୟକ ମୂଲ୍ୟ : କାହାର ନିଘା ନାହିଁ

Published By : Prameya-News7 Bureau | January 07, 2019 IST

ଭୁବନେଶ୍ବର ୭|୧: ଧାନର ସହାୟକ ମୁଲ୍ୟ ବୃଦ୍ଧି ହେଉ ଅବା ଚାଷୀଙ୍କୁ ଋଣଛାଡ । ଏସବୁ ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିକୁ ବେଶ୍ ପ୍ରଭାବିତ କରିଛି । ହେଲେ ରବି ଋତୁରେ ଉତ୍ପାଦିତ ଫସଲ ଏବେ କେଉଁ  ସ୍ଥିତିରେ ବିକ୍ରି ହେଉଛି, ତା ପ୍ରତି ଯେମିତି କାହାର ନଜର ନାହିଁ ।  ଏଥର ରାଜ୍ୟ ତମାମ କୋବିଚାଷ ହୋଇଛି, ଉତ୍ପାଦନ ବି ଆଶାନୁରୂପ କହିଲେ ଚଳେ । ଦିନ କେଇଟା ପରେ ପ୍ରଚୁର ଟମାଟୋ ବି ପରିବା ମଣ୍ଡିକୁ ଆସିବ । ତେଣୁ ବଜାରରେ ପରିବା ଶସ୍ତା ହେବାରେ ଲାଗିଛି । ଫଳରେ ଉପଯୁକ୍ତ ପ୍ରାପ୍ୟ ପାଇ ପାରୁନାହାନ୍ତି ଚାଷୀ । ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ବି ନାହିଁ ।

{"id":71342}

ରାଜ୍ୟର କୃଷକଙ୍କ ଲାଗି ଏବେ ଯେମିତି ଛାତି ଫଟାଇ କାନ୍ଦୁଛନ୍ତି ସବୁ ରାଜନୈତିକ ଦଳ । ହେଲେ ଚଳିତ ସିଜିନ୍‌ରେ ପରିବା ବଜାରକୁ ଦେଖିଲେ ଚାଷୀ ମାନେ ଯେ କେଉଁ ପ୍ରତିକୂଳ ସ୍ଥିତି ଦେଇ ଗତି କରୁଛନ୍ତି ତାହା ଜଳ ଜଳ ହୋଇ ଦେଖାଯାଉଛି । କଟକ ଛତ୍ର ବଜାରରେ ପସରା ମେଲାଇଥିବା ଜଣେ ଚାଷୀ ହେଲେ ଆଠଗଡ ବାଲିପଦା ଗାଁର ନିବାରଣ ପ୍ରଧାନ । ଚଳିତ ବର୍ଷ ପ୍ରାୟ ୨ ଗୁଣ୍ଠ ଜମିରେ ସେ କୋବି ଚାଷ କରିଥିଲେ । କିନ୍ତୁ ଅମଳ ସମୟରେ ସାମୁଦ୍ରିକ ବାତ୍ୟା ପେଥାଇ ଆଣିଦେଲା ଯନ୍ତ୍ରଣା । ତଥାପି ସାହସ ସଞ୍ଚୟ କରି କଟକ ଛତ୍ର ବଜାରରେ ବେପାର କରିବାକୁ ବସିଛନ୍ତି ନିବାରଣ । କିନ୍ତୁ  ବଜାରରେ ଏବେ କୋବି ହାଉଯାଉ । ତେଣୁ ତାଙ୍କୁ ମିଳୁନି ଝାଳବୁହା ପରିଶ୍ରମର ଉଚିତ ପ୍ରାପ୍ୟ ।

{"id":71344}

 ବଜାରରେ ଏବେ ମିଳିଲାଣି ଲୋକାଲ୍ ଟମାଟୋ । ତେଣୁ ଟମାଟୋ ପାଇଁ ଆଉ ଆନ୍ଧ୍ର, କର୍ଣ୍ଣାଟକ କିମ୍ବା ମହାରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବନି । ଟମାଟୋ ଦର ମଧ୍ୟ ୩୦ରୁ ୨୦କୁ ଖସିଛି । ବେଳେ ବେଳେ ୧୫ ଟଙ୍କାରେ ବି ମିଳୁଛି । ହେଲେ ଦିନ କେଇଟାରେ ଏହା ସାଗମାଛ ଦରରେ ବିକ୍ରି ହେବ । ଦୋଳପୂର୍ଣ୍ଣିମା ବେଳକୁ ତ ଟମାଟୋ କେଜି ୫ ଟଙ୍କା ତଳକୁ ଖସିଯିବ ।  ଖାଦ୍ୟପ୍ରକ୍ରିୟାକରଣ ଭଳି ଟେକ୍ନୋଲୋଜି ନା ଓଡିଶାର ଚାଷୀଙ୍କ ପାଖରେ ପହଞ୍ଚିପାରିଛି, ନା ସେଭଳି ବଡ ଉଦ୍ୟୋଗ ରାଜ୍ୟରେ ମୁଣ୍ଡ ଟେକି ଠିଆ ହେଲାଣି । ସେତକ ହୋଇପାରିଲେ , ଟମାଟୋ ଅଭାବି ବିକ୍ରୀ ହୁଅନ୍ତାନି ।

{"id":71345}

ଚାଷୀଙ୍କ ଲାଗି ସରକାରଙ୍କ ଠାରୁ ଆରମ୍ଭ କରି ବିରୋଧୀ ଏପରିକି ଅନେକ ସଂଗଠନ ଛାତି ପଟାଇ କାନ୍ଦୁଛନ୍ତି ସତ, ହେଲେ କାହା ଆଖିରେ ଲୁହ ଥିଲା ଭଳି ଲାଗୁନି ।  ଯଦି କେହି ବାସ୍ତବ ସ୍ଥିତିକୁ ଅନୂଭବ କରନ୍ତେ, ତାହାଲେ ଚାଷୀ ଏଭଳି ଦୁର୍ଦିନରେ ରୁହନ୍ତେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.