ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଛାତ୍ରମାନଙ୍କୁ ରାଗିଂ ଘଟଣାକୁ ନେଇ ଆକ୍ସନ୍

21/08/2018 at 3:11 PM

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ପ୍ରଥମବର୍ଷ ଛାତ୍ରମାନଙ୍କୁ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । କୁଳପତିଙ୍କ ଅଧ୍ୟକ୍ଷତାରେ ବସିଥିବା ରାଗିଂ ନିରୋଧ କମିଟିର ଜରୁରୀ ବୈଠକରେ ୨୦ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି । ତୃତୀୟ ବର୍ଷର ଜଣେ ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟରୁ ବହିଷ୍କାର କରାଯିବା ସହ ୪ଜଣ ଛାତ୍ରଙ୍କୁ ଛାତ୍ରାବାସରୁ ବାହାର କରିବାକୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସେହିପରି ୧୫ଜଣ ଛାତ୍ରଙ୍କ ଠାରୁ ଜରିମାନା ଆଦାୟ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଗତ ୧୫ଦିନ ମଧ୍ୟରେ ଛାତ୍ରାବାସରେ ପ୍ରଥମ ବର୍ଷର ଛାତ୍ରମାନଙ୍କ ଉପରେ ରାଗିଂ ହେଉଥିବା ନେଇ ତିନୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରେ ଗୋଟିଏ ଅଭିଯୋଗର କୌଣସି ସତ୍ୟତା ନଥିବା ତଦନ୍ତ ବେଳେ ଜଣାପଡିଛି । ବିଶ୍ବବିଦ୍ୟାଳୟରୁ ଛାତ୍ରାବାସକୁ ଯିବା ସମୟରେ କିର୍ବାଛକରେ ବରିଷ୍ଠ ଛାତ୍ର ମାନେ ଏକାଠି ହୋଇ, ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କୁ ଧାଡିବାନ୍ଧି,ମୁଣ୍ଡତଳକୁ କରି ଯିବାକୁ ତାଗିଦ୍ କରୁଥିବା ନେଇ ଡିନଙ୍କ ପାଖରେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ବିଶ୍ବବିଦ୍ୟାଳୟରୁ ଛାତ୍ରାବାସ ମଧ୍ୟରେ ସୁରକ୍ଷାକର୍ମୀ ସହ, ବୁର୍ଲାଥାନା ପୋଲିସ୍ ମୁତୟନ କରାଯାଇଛି । ଆସନ୍ତା ଦିନରେ ଯଦି ରାଗିଂର ପୁନଃ ଅଭିଯୋଗ ହୁଏ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି, ଡିନ୍ ଚେତାବନୀ ଦେଇଛନ୍ତି ।

   Related Posts