କାଶ୍ମୀର ପ୍ରସଂଗ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ଏବଂ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ ମୁହାଁ ମୁହିଁ…

Published By : Prameya-News7 Bureau | August 13, 2019 IST

ନୂଆଦିଲ୍ଲୀ ୧୩/୮: ବଲିଉଡ ଫିଲ୍ମରେ କାମ କରି ସାରିଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ କାଶ୍ମୀର ପ୍ରସଂଗ ନେଇ ନୋବେଲ୍ ବିଜେତା ମଲାଲା ୟୁସୁଫଜାଇଙ୍କ ବିବୃତ୍ତି ପାଇଁ ଟ୍ବିଟରରେ ତାଙ୍କୁ ଅନଫଲୋ କରି ଚର୍ଚ୍ଚାକୁ ଆସିଛନ୍ତି । ବୀଣାଙ୍କ ମତରେ ମଲାଲା କାଶ୍ମୀର ବିବାଦ ଉପରେ ଠିକ୍ ମନ୍ତବ୍ୟ ଦେଇନାହାନ୍ତି। ବୀଣା ମଲ୍ଲିକ ଏହି କଥା ପାଇଁ ମଲାଲାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି କାରଣ ମାନବ ଅଧିକାର ପାଇଁ ସ୍ବର ଉତ୍ତୋଳନ କରୁଥିବା ମଲାଲା ଭାରତ ଅଧିକୃତ କରିଥିବା କାଶ୍ମୀର(ପାକିସ୍ତାନୀଙ୍କ ଭାଷାରେ)ରୁ ବିଶେଷ ମାନ୍ୟତା ଉଚ୍ଛେଦ ପରେ ସେ ଚୁପ୍ କାହିଁକି ଅଛନ୍ତି।

ବୀଣା,ମଲାଲାଙ୍କୁ ସମ୍ବୋଧିତ କରି ଟ୍ବିଟ୍ କରିଛନ୍ତି ଯେ ‘ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଯଦି ତୁମେ କାଶ୍ମୀର ମାମଲାରେ ଜାଣିଛ ତେବେ ତୁମେ ଏବେ ଯାଏଁ ଭାରତକୁ କିଛି କାହିଁକି କହିନାହଁ। ସେଥିପାଇଁ ମୁଁ ତୁମକୁ ଅନଫଲୋ କରୁଛି। ’ ବୀଣା ଏହି ଟ୍ବିଟ୍ ଅଗଷ୍ଟ ୮ତାରିଖରେ ବିଳମ୍ବିତ ରାତି ୧ଟାବେଳେ କରିଥିଲେ। ତା ପରଦିନ ସକାଳେ ମଲାଲା ଟ୍ବିଟ୍ କରିଥିଲେ ଯେ ସେ ଶାନ୍ତି କଥା କହି ଭାରତ କିମ୍ବା ପାକିସ୍ତାନର ନାଁ ନେଇନଥିଲେ ଏବଂ କାଶ୍ମିରୀଙ୍କୁ ‘ଦକ୍ଷିଣ ଏସିଆ’ର ବାସିନ୍ଦା ବୋଲି କହିଥିଲେ।

ମଲାଲାଙ୍କୁ ଅନଫଲୋ କରିଥିବା ବୀଣା ତାଙ୍କ ଟ୍ବିଟ୍ ଦେଖି ପୁଣି ଥରେ ଟ୍ବିଟ୍ କରି ମଲାଲାଙ୍କ ଦକ୍ଷିଣ ଏସିଆ କଥାର ଉପହାସ କରିଥିଲେ। ସେ ଲେଖିଥିଲେ ଯେ ‘ଆଚ୍ଛା ତେବେ ମଲାଲାଙ୍କ ସମ୍ପର୍କ ଏକ ଏପରି ମୁଲକ ସହ ରହିଛି ଯାହା ଏବେ ଏବେ ଅସ୍ତିତ୍ବକୁ ଆସିଛି। ଏଥିପୂର୍ବରୁ ନିଜ ଟ୍ବିଟ ପ୍ରତିକ୍ରିୟା ପାଇଁ ତସଲିମା ନସରିନ ମଧ୍ୟ ମଲାଲାଙ୍କୁ ସମାଲୋଚନା କରିଛନ୍ତି । ମଲାଲା କେବଳ କାଶ୍ମୀରରେ ରହୁଥିବା ମୁସଲମାନଙ୍କ ଅସୁବିଧା କଥା କହୁଛନ୍ତି , କିନ୍ତୁ ପାକିସ୍ତାନ ଓ ପିଓକେ ରହୁଥିବା ହିନ୍ଦୁମାନଙ୍କ କଶ୍ଟ ସମ୍ପର୍କରେ କିଛି କହୁନାହାନ୍ତି ବୋଲି ତସଲିମା କହିଥିଲେ ।

ମଲାଲା ଜଣେ ପାକିସ୍ତାନୀ। ୨୦୧୨ମସିହାରେ ସେ ସ୍କୁଲରୁ ଫେରୁଥିବାବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ ହୋଇଥିଲା। ଝିଅମାନଙ୍କ ଶିକ୍ଷା ପାଇଁ ସ୍ବର ଉତ୍ତୋଳନ କରିବା କାରଣରୁ ତାଙ୍କୁ ଗୁଳି କରାଯାଇଥିଲା। ତାଙ୍କୁ ସମଗ୍ର ବିଶ୍ବରେ ପରିଚୟ ମିଳିଥିଲା,ଚିକିତ୍ସା ପାଇଁ ତାଙ୍କୁ ବ୍ରିଟେନ୍ ନିଆଯାଇଥିଲା ଯେଉଁଠି ସେ ତାଙ୍କ ପଢ଼ା ଆଗେଇ ଥିଲେ। ପିଲାମାନଙ୍କ ଶିକ୍ଷା ଦିଗରେ କାମ କରିବା ପାଇଁ ୨୦୧୪ମସିହାରେ ତାଙ୍କୁ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା କୈଳାସ ସତ୍ୟାର୍ଥୀଙ୍କ ସହ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.