ବେଦିକାଙ୍କୁ ବଞ୍ଚାଇ ପାରିଲାନି ୧୬ କୋଟିର ଇଞ୍ଜେକ୍ସନ୍‌, ଦୁଇମାସ ମଧ୍ୟରେ ଚାଲିଗଲା ଜୀବନ

Published By : Prameya-News7 Bureau | August 02, 2021 IST

ନୂଆଦିଲ୍ଲୀ, ୦୨/୦୮: ଦୁନିଆର ସବୁଠାରୁ ଦାମୀ ଇଞ୍ଜେକ୍ସନ ମଧ୍ୟ ବଞ୍ଚାଇ ପାରିଲାନି ବେଦିକାର ଜୀବନ । ସବୁଦିନ ପାଇଁ ମାଆ କୋଳ ଖାଲି କରି ଆରପାରିକୁ ଚାଲିଗଲା । ୧୬ କୋଟି ଦାମ୍‌ର ଇଞ୍ଜେକ୍ସନ ଦେଲା ପରେ ମଧ୍ୟ ବିରଳ ରୋଗରୁ ବର୍ତ୍ତି ନପାରି ଶେଷରେ ଆଖି ବୁଜିଛି ବେଦିକା ।

ଆମେ କହୁଛୁ ବେଦିକା ସୌରଭ ସିନ୍ଧେଙ୍କ କଥା । ବୟସ ମାତ୍ର ଏକ ବର୍ଷ । ବେଦିକାର ଦେହ ଖରାପ ହେବା ପରେ ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଯାଇଥିଲା । ହେଲେ ସେମିତି କିଛି ହୋଇନଥିବା ଡାକ୍ତର କହିଥିଲେ । କିନ୍ତୁ ବେଙ୍ଗାଲୁରୁର ଏକ ଡାକ୍ତରୀ ଦଳଙ୍କ ପରୀକ୍ଷାରୁ ଜଣାପଡ଼ିଲା କି ବେଦିକା ସ୍ପାଇନଲ ମସ୍କୁଲର ଆଟ୍ରାଫି ନାମକ ଗମ୍ଭୀର ରୋଗରେ ପୀଡ଼ିତ  । ଏହି ରୋଗରେ ଜଣେ ପିଲା କେବଳ ୧୮ ମାସରୁ ୨ ବର୍ଷ ଯାଏ ବଞ୍ଚି ପାରିବ । ଏହି ରୋଗରେ ରୋଗୀର ମାଂସ ଧିରେଧିରେ ମିଳିବାକୁ ଲାଗେ ।

ଏହି ବିରଳ ମେରୁଦଣ୍ଡ ମାସଂପେଶୀ ଆଟ୍ରୋଫି ଭଳି ଜିନ୍‌ଗତ ରୋଗର ଶିକାର ହୋଇ ଡାକ୍ତରଖାନାରେ ବେଦିକା ଚିକିତ୍ସିତ ହେଉଥିଲା । ଏଥି ପାଇଁ ତାଙ୍କୁ କେବଳ ଆମେରିକାରେ ପ୍ରସ୍ତୁତ ZOLGENSMA ଇଞ୍ଜେକ୍ସନ ହିଁ ଭଲ କରିପାରିବ ବୋଲି ଡାକ୍ତର କହିଥିଲେ ।  

ଯାହାର ଦାମ୍‌ ୨.୧ ମିଲିୟନ୍‌ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬ କୋଟି । ଏତେଗୁଡ଼ିଏ ଟଙ୍କା ନଥିବାରୁ ଲୋକଙ୍କ ଠାରୁ ଟଙ୍କା ଯୋଗାଡ଼ କରିବା ସହିତ ସୋସିଆଲ୍‌ ମିଡିଆ ମଧ୍ୟମରେ ଫଣ୍ଡ୍‌ ରାଇଜ୍‌ କରିଥିଲେ ବେଦିକାଙ୍କ ପିତା-ମାତା । ଶେଷରେ ଏହି ଟିକା ଜୁଲାଇ ମାସରେ ଆମେରିକାରୁ ମଗାଯାଇଥିଲା ଏବଂ ତାଙ୍କୁ ଦିଆଯାଇଥିଲା । ହେଲେ ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା ସତ୍ତ୍ୱେ ମଧ୍ୟ ବେଦିକାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପିତା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.