Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଲାଞ୍ଜିଗଡରେ କୁହୁଳୁଛି ନିଆଁ : ଆତଙ୍କିତ ରାଜ୍ୟ ଶିଳ୍ପ ନିରାପତ୍ତା ସୁରକ୍ଷାକର୍ମୀ, ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ବସିଛନ୍ତି ଧାରଣାରେ

24/03/2019 at 7:33 PM

ଭବାନୀପାଟଣା୨୪|୩ (ମହମ୍ମଦ ଅସଲମ) : ଲାଞ୍ଜିଗଡ଼ ରିଫାଇନାରୀ ମୁଖ୍ୟ ଫାଟକରେ ଖଣ୍ଡଯୁଦ୍ଧକୁ ନେଇ ୬ ଦିନ ହେଲା ଲାଗି ରହିଛି ଚାପା ଉତ୍ତେଜନା । ଜନ ଅସନ୍ତୋଷ କୁହୁଳୁଥିବାରୁ ଭୟରେ ରାଜ୍ୟ ଶିଳ୍ପ ନିରାପତ୍ତା ସୁରକ୍ଷାକର୍ମୀ । ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଓଆଇଏସ୍‌ଏଫ୍ ଯବାନ ଗତକାଲିଠୁ କାମ ବନ୍ଦ କରି କମ୍ପାନୀ ଆଗରେ ଧାରଣାରେ ବସିଛନ୍ତି ।

ସୁରକ୍ଷାକୁ ନେଇ ଚିନ୍ତାରେ ରାଜ୍ୟ ଶିଳ୍ପ ପିରାପତ୍ତା ସୁରକ୍ଷାକର୍ମୀ । ଲାଞ୍ଜିଗଡ଼ରେ ଗତ ୧୮ ତାରିଖରେ ଘଟିଥିବା ଘଟଣାକୁ ନେଇ ଘାରିଛି ଅଜଣା ଭୟ । ସ୍ଥାନୀୟ ଅଞ୍ଚଳରେ କୁହୁଳୁଥିବା ପୁଞ୍ଜିଭୂତ ଅସନ୍ତୋଷକୁ ଦେଖି ଆତଙ୍କିତ ୩ ଶହରୁ ଅଧିକ ସୁରକ୍ଷା କର୍ମୀ । ଦୁଇ ଦିନ ହେଲା କାମ ବନ୍ଦ କରି ବସିଛନ୍ତି ଧାରଣାରେ ।

ଅନ୍ୟତ୍ର ବଦଳି ଦାବିରେ କମ୍ପାନୀ ଫାଟକ ଆଗରେ ବସିଛନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନ ଶାନ୍ତି କମିଟି ବୌଠକ ଡାକି ମାମଲା ନିୟନ୍ତ୍ରଣାଧିନ ରହିଥିବା କହିଛନ୍ତି । ଏଥିରେ କିନ୍ତୁ ଭାରସା କରିପାରୁନାହାନ୍ତି ସୁରକ୍ଷା କର୍ମୀ ।  ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନ୍ୟଦ୍ର ସ୍ଥାନାନ୍ତର ଦାବି କରିଛନ୍ତି ।

ଗତ ୧୮ ତାରିଖରେ ଲଞ୍ଜିଗଡ଼ରେ ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣେ ସୁରକ୍ଷା କର୍ମୀ ଓ ଜଣେ ସାଧାରଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ କୁହୁଳୁଛି । ଓଆଇଏସଏଫ ଯବାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକ ।

କଳାହାଣ୍ଡି ଜିଲ୍ଲାପାଳ କିନ୍ତୁ କହିଛନ୍ତି ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଭୟଭୀତ ହେବାର କାରଣ ନାହିଁ । ପ୍ରଶ୍ନ ହେଉଛି ଯଦି ସ୍ଥିତି ନିୟନ୍ତ୍ରଣାଧିନ ରହିଛି ତେବେ ସୁରକ୍ଷାକର୍ମୀ ନିଜକୁ ଏତେ ଅସୁରକ୍ଷିତ ମଣୁଛନ୍ତି କାହିଁକି ?  

   Related Posts