ଘରେ ନାବାଳିକାକୁ ଚାକରାଣୀଭାବେ ନିର୍ଯ୍ୟାତନା ଦେଉଥିଲେ : ଗିରଫ ହେଲେ ବେଦାନ୍ତ ଅଧିକାରୀ ଓ ତାଙ୍କ ସ୍ତ୍ରୀ
7/01/2019 at 6:15 PM

ଝାରସୁଗୁଡ଼ା ୭/୧: ଘରେ ନାବାଳିକାକୁ ଚାକରାଣୀଭାବେ ରଖି ଅଡ଼ୁଆରେ ପଡ଼ିଛନ୍ତି ବେଦାନ୍ତ ଅଧିକାରୀ। ବେଦାନ୍ତର ଅପରେସନ ବିଭାଗର ଡେପୁଟୀ ମ୍ୟାନେଜର ଶିବେନ୍ଦ୍ର ସିଂହଙ୍କ ଘରେ ଚାକରାଣୀ ଭାବେ କାମ କରୁଥିବା ଛତିଶଗଡ ଅଞ୍ଚଳର ଜଣେ ୧୨ ବର୍ଷୀୟା ନାବାଳିକାକୁ ଘରର ମାଲିକାଣୀ ବାରମ୍ବାର ମାଡ ମାରୁଥିବା ଓ ନିର୍ଯ୍ୟାତନା ଦେଉଥିବାରୁ ଗତ ରାତିରେ ପ୍ରବଳ ଶୀତରେ ଡରି ନିଜ ଜୀବନକୁ ବଞ୍ଚାଇବାକୁ ଘରୁ ବାହାରି ବେଦାନ୍ତ ଟାଉନସିପରେ ଥିବା ଅନ୍ୟ ଏକ କୋଠାର ଛାତ ଉପରେ ଲୁଚିଥିବା ବେଳେ ବଡମାଳ ପୋଲିସ ତାକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି |ଏହି ମାମଲାରେ ମ୍ୟାନେଜର ଦମ୍ପତ୍ତି ଶିବେନ୍ଦ୍ର ସିଂହ ଓ ପତ୍ନୀ ସ୍ୱପ୍ନୀଲଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ଆକ୍ଟ ଓ ଶିଶୁ ଶ୍ରମିକ ନିରୋଧ ଆଇନର ୧୪ ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଛି।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021