Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗରିବ ଲୋକଙ୍କୁ ୧୦ ହଜାର ମାସ୍କ ବାଣ୍ଟିଲା ବେଦାନ୍ତ: ସାଥ୍ ଦେଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

7/04/2020 at 1:49 PM

ଝାରସୁଗୁଡା୭/୪: କୋରୋନା ମୁକାବିଲାରେ ସହଯୋଗ କରିବାକୁ ଆଗେଇ ଆସିଛି ବେଦାନ୍ତ। କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ସାରିଥିବା ବେଳେ ଭାରତରେ ମଧ୍ୟ ଏହା ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ କୋରୋନା ମୁକାବିଲା ସକାଶେ ନିହାତି ଆବଶ୍ୟକ ମାସ୍କ କିଭଳି ଗରିବ ଲୋକଙ୍କୁ ମିଳିବ, ସେଥିପାଇଁ ନୈତିକ ଦାୟିତ୍ୱ ବହନ କରିଛି ବେଦାନ୍ତ।

ବେଦାନ୍ତ ଆଲୁମୁନିୟମ ପ୍ଲାଣ୍ଟ ପକ୍ଷରୁ ସିଏସଆର ପାଣ୍ଠିରୁ ଗରିବ ଲୋକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରଖିଛି ବେଦାନ୍ତ । ବେଦାନ୍ତ ପ୍ରୋତ୍ସାହନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଶୁଭଲଷ୍ମୀ ସମବାୟ ସମିତିର ମହିଳା ସଦସ୍ୟା ମାନେ ବହୁ ମାତ୍ରାରେ ମାସ୍କ ସିଲାଇ କରିବା ସହିତ ଏହି ମାସ୍କକୁ ବେଦାନ୍ତ ମୋବାଇଲ ହେଲ୍‌ପ ୟୁନିଟ ଜରିଆରେ ଆଖପାଖ ଅଞ୍ଚଳର ଗରିବ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । ଏଥିସହିତ ସି ଏସ୍ ଆର୍ ବିଭାଗର କର୍ମଚାରୀଙ୍କ ଦ୍ୱାରା କୋରୋନା ସଂପର୍କରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର  ସଚେତନତା କରାଯାଉଛି । ଆଜି ପର୍ଯ୍ୟନ୍ତ ୧୦,୦୦୦ରୁ ଅଧିକ ମାସ୍କ ବଣ୍ଟାଯାଇ ସାରିଥିବା ବେଳେ ଆଗକୁ ଆହୁରି ଅଧିକ ମାସ୍କ ବଣ୍ଟାଯିବ ବୋଲି ସି ଏସ୍ ଆର୍ ମୁଖ୍ୟ ସୁନ୍ଦର ରାଜ୍ କହିଛନ୍ତି ।

   Related Posts