Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେଡି କାର୍ଯ୍ୟାଳୟରେ ସ୍ବର୍ଗତ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପାର୍ଥିବ ଶରୀର, ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

20/04/2019 at 3:47 PM

ଭୁବନେଶ୍ବର ୨୦|୪: ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ସ୍ବର୍ଗତ ବେଦପ୍ରକାଶ ଅଗ୍ରଓ୍ବାଲ ମରଶରୀର ପହଞ୍ଚିଛି । ବିଜେଡି କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମରଶରୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଅନ୍ୟ ନେତାମାନେ ମଧ୍ୟ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବେଦପ୍ରକାଶଙ୍କ ଶେଷ ଦର୍ଶନ ପାଇଁ ବିଜେଡି କାର୍ଯ୍ୟାଳୟରେ ନେତା ଓ ମନ୍ତ୍ରୀଙ୍କ ଭିଡ ଲାଗିଛି ।

ବିଜେଡି କାର୍ଯ୍ୟାଳୟରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ କଟକ ଓଏମପି ଛକ, ଜଗତପୁର ଦେଇ କେନ୍ଦ୍ରାପଡା ଚାନ୍ଦୋଳ ବଜାର, ଡେରାବିଶି, ଛତା ଛକ, ଅଁଳାବାଙ୍କ ଛକ, ଡେରାବିଶି ବ୍ଲକ୍ କାର୍ଯ୍ୟାଳୟ ହୋଇ ଟାଉନ ମଧ୍ୟକୁ ପଶିବ । ଏକ ବିଶାଳ ବାଇକ୍ ରାଲିରେ ତାଙ୍କ ଶୋଭାଯାତ୍ରାକୁ ନିଆଯାଉଛି । ପୁରୁଣା କେନ୍ଦ୍ରପଡା ସ୍ଥିତ ତାଙ୍କ ପୈତୃକ ବାସଭବନକୁ ନିଆଯିବ । ସେଠାରେ କିଛି ସମୟ ରଖିବା ପରେ ସେଠାରୁ ପୁରୀକୁ ନିଆଯାଇ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ସୂଚନାଯୋଗ୍ୟ ଯେ, ଆଜି ପୂର୍ବତନ ମନ୍ତ୍ରୀ ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ।

   Related Posts