ରାଜଭବନରେ କୁଳପତି ସମ୍ମିଳନୀ

Published By : Prameya-News7 Bureau | May 22, 2018 IST

କୁଳାଧିପତି ତଥା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୭ ବିଶ୍ବବିଦ୍ୟାଳୟର କୁଳପତି ଯୋଗ ଦେଇଛନ୍ତି । IIT ଓ ଭିମସାର ନିର୍ଦ୍ଦେଶକ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ଏଥି ସହ ଉଚ୍ଚଶିକ୍ଷା, ଅର୍ଥ, ସଂସ୍କୃତି ଓ ଆଇଟି ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ଅଛନ୍ତି । ବିଶ୍ବବିଦ୍ୟାଳୟର ଉନ୍ନତି ଓ ସମସ୍ୟା ସହ ମୋଟ ୧୦ ଟି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ବିଶ୍ବ ବିଦ୍ୟାଳୟ ପାଠ୍ୟକ୍ରମରେ ସଂସ୍କାର, ନିର୍ଦ୍ଧାରିତ ସମୟରେ ପରୀକ୍ଷା, ଫଳ ପ୍ରକାଶ, ସାର୍ଟିଫିକେଟ୍ ପ୍ରଦାନ ପରି ବିଷୟକୁ ନେଇ ବୈଠକରେ ଆଲୋଚନା ହୋଇଛି । ବିଶ୍ବ ବିଦ୍ୟାଳୟ ଗୁଡିକରେ ଖାଲିଥିବା ପଦବୀ ପୂରଣ, କ୍ୟାମ୍ପସ ଶୃଖଂଳା, ରମାଦେବୀର ଦ୍ବିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ, ଉତ୍କଳ ବିଶ୍ବ ବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଓ ୪୦ ଏକର ଜମି ଗାଏବ ଘଟଣା, ରେଭେନ୍ସ ବିଶ୍ବ ବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସର ଅଗ୍ରଗତି ନେଇ ସମ୍ମିଳନୀରେ ଆଲୋଚନା ହୋଇଛି । ଏହାବ୍ୟତୀତ ସମସ୍ତ ବିଶ୍ବ ବିଦ୍ୟାଳୟରେ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ, କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ପ୍ଲେସମେଣ୍ଟ ସେଲ୍ ର କାର୍ଯ୍ୟକାରିତା, ବିଭିନ୍ନ ଅନୁଦାନର ସୁବିନିଯୋଗ ଉପରେ ବୈଠକରେ ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.