Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଦୁଇ ଦଳରେ କେଁ: ବିଜେପି ଘୋଷଣା ପତ୍ରରେ ନାହାନ୍ତି ବସୁନ୍ଧରା, କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ପାଇଲଟ୍‌ଙ୍କ ଫଟୋ ଗାୟବ୍

27/10/2020 at 12:46 PM

ଜୟପୁର ୨୭/୧୦ : ନଗର ନିଗମ ନିର୍ବାଚନରେ କଂଗ୍ରେସ ଓ ବିଜେପି ଘୋଷଣା ପତ୍ର ଜାରି କରିଛି। ଘୋଷଣା ପତ୍ରରେ ସାମିଲ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଛି ତାଠାରୁ ଅଧିକ ଘୋଷଣା ପତ୍ରରେ ନେତାଙ୍କ ଫଟୋକୁ ନେଇ ମଧ୍ୟ ହୋଇଛି। ବିଜେପି ଘୋଷଣା ପତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଫଟୋ ନାହିଁ। ଏପଟେ କଂଗ୍ରେସ ଘୋଷଣା ପତ୍ରରେ ସଚିନ୍ ପାଇଲଟଙ୍କ ଫଟୋ ନାହିଁ। କଂଗ୍ରେସ ଘୋଷଣା ପତ୍ରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ପିସିସି ମୁଖ୍ୟ ଗୋବିନ୍ଦ ସିଂହ ଓ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଶାନ୍ତି ଘରିବାଲଙ୍କ ଫଟୋ ଅଛି। 

ପରିବହନ ମନ୍ତ୍ରୀ ପ୍ରତାପ ସିଂହ ବିଜେପିର ଭିଜନ୍ ଡକ୍ୟୁମେଣ୍ଟକୁ ଟାର୍ଗେଟ୍ କରି କହିଛନ୍ତି ଯେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଫଟୋ ନାହିଁ। ଘୋଷଣା ପତ୍ରରେ ବସୁନ୍ଧରା ରାଜେଙ୍କ ଫଟୋ ନଥିବାର ଅର୍ଥ ହେଲା ଦଳ ତାଙ୍କ ଭିଜନକୁ ମାନୁନାହିଁ। କଂଗ୍ରେସ ଘୋଷଣା ପତ୍ରରେ ସଚିନ୍ ପାଇଲଟଙ୍କ ଫଟୋ ନଥିବା ସମ୍ପର୍କରେ ପ୍ରତାପ ସିଂହ କହିଛନ୍ତି ଯେ ସଚିନ ବର୍ତ୍ତମାନ ପ୍ରଦେଶ ଅଧ୍ୟକ୍ଷ ନାହାନ୍ତି। ସେଥିପାଇଁ ତାଙ୍କ ଫଟୋ ଘୋଷଣା ପତ୍ରରେ ନାହିଁ। ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବି ନାହାନ୍ତି। ସଚିନ ପାଇଲଟ ଯେକୌଣସି ପଦବୀରେ ଥିଲେ ତାଙ୍କ ଫଟୋ ଘୋଷଣା ପତ୍ରରେ ପ୍ରକାଶ ପାଇଥାନ୍ତା।

ବିଜେପି ତରଫରୁ ସୋମବାର ଦିନ ଜାରି ହୋଇଥିବ ଭିଜନ୍ ଡକ୍ୟୁମେଣ୍ଟରେ କରାଯାଇଥିବା ପ୍ରତିଶୃତି ଉପରେ ପ୍ରଶ୍ନ ଉଠୁଛି। ବିଜେପି ଘୋଷଣା ପତ୍ରରେ ଏମିତି ଅନେକ ପ୍ରତିଶୃତି ରହିଛି ଯାହା ସରକାରୀ ସ୍ଥରରେ ପୁରା କରାଯିବ। ଏଥିରେ ନଗର ନିଗମ କିଛି କରିପାରିବ ନାହିଁ। ପ୍ରତାପ ସିଂହ କହିଛନ୍ତି ଯେ ଭିଜନ ଡକ୍ୟୁମେଣ୍ଟ ନାଁରେ ବିଜେପି ମିଛ ପ୍ରତିଶୃତି ଦେଉଛି। କଂଗ୍ରେସ ସଂକଳ୍ପ ପତ୍ରରୁ ଅନେକ ବିନ୍ଦୁ କପି କରାଯାଇଛି। ଜନ୍ମ-ମୃତ୍ୟୁ ପ୍ରମାଣ ପତ୍ର ଅନଲାଇନ୍ କରିବା ପ୍ରତିଶୃତି ଭିଜନ ଡକ୍ୟୁମେଣ୍ଟରେ କରାଯାଇଛି। କିନ୍ତୁ ଏହି ସେବା ପୂର୍ବରୁ ହିଁ ଅନଲାଇନରେ ଉପଲବ୍ଧ ବୋଲି ସେ କହିଛନ୍ତି।

ପ୍ରତାପ ସିଂହ କହିଛନ୍ତି ଯେ ବିଜେପି ନେତା ଅପଡେଟ ନୁହନ୍ତି। ବିଜେପିର ଡକ୍ୟୁମେଣ୍ଟ ତାଙ୍କ ପରାଜୟର ଦର୍ଶାଉଛି। କିନ୍ତୁ କଂଗ୍ରେସ ସରକାର କରିଥିବା କାମ ଭିଜନ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି।

   Related Posts