Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କ ଘରେ ସବୁଦିନ ସୁଖଶାନ୍ତି ବିରାଜମାନ କରୁ.. ଚାହୁଁଛନ୍ତି କି ? ତା ହେଲେ କରନ୍ତୁ ଏହିକାମ ..

ମଣିଷ ସବୁବେଳେ ଚାହେଁ ସୁଖଶାନ୍ତିରେ ବଂଚିବାକୁ । ସେଥିପାଇଁ ସବୁବେଳେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ସହ ଧର୍ମ ବିଶ୍ଵାସ, ଜ୍ୟୋତିଷ ଶାସ୍ତ୍ର କିମ୍ବା ଦେବାଦେବୀଙ୍କ ଉପରେ ଭରସା କରିଥାଏ ।

ମଣିଷ ଜୀବନରେ ଯେତେ ଟଂକା ରୋଜଗାର କରୁପଛେ କିନ୍ତୁ ଶାନ୍ତି ଯଦି ନାହିଁ ସେ ଟଂକା ରୋଜଗାର କରିବାର ମାନେ କିଛି ନାହିଁ ।

ଯଦି ଆପଣ ଶାନ୍ତିରେ ରହିବାକୁ ଚାହୁଁଛନ୍ତି , ତାହେଲେ କରନ୍ତୁ ଏହିକାମ ..ସବୁବେଳେ ଆପଣଙ୍କ ଘରେ  ରହିବ ନାହିଁ କୌଣସି ଅଶାନ୍ତି…

–ସକାଳେ ଘରେ ଝାଡ଼ୁ ମାରିବା ସମୟରେ ପାଣିସହ କିଛିଲୁଣ ମିଶାଇ ପ୍ରଥମେ ଛିଂଚି ଦେଇ ଝାଡ଼ୁ ମାରନ୍ତୁ ।

–ମଝିରେ ମଝିରେ ଘରେ ସକାଳେ ଝାଡ଼ୁ ମାରିବା ସମୟରେ ଗୋମୂତ୍ର ଛିଂଚି ଦିଅନ୍ତୁ , ଘର ପରିବେଶ ସୁସ୍ଥ ରହିବ ।

—ଗୋବର ପାଣିରେ ମଧ୍ୟ ଘରଭିତରେ କିମ୍ବା ଅଗଣାରେ ଛିଂଚିବା ଦରକାର , ଏହାମଧ୍ୟ ପରିବେଶକୁ ନିର୍ମଳ ରଖିଥାଏ ।

–ଘର ବାହାରେ ପ୍ରତ୍ୟେକଦିନ ରଂଗୋଲୀ କାଟନ୍ତୁ, ଏହାଦ୍ଵାରା ସୁଖସମୃଦ୍ଧି ଲାଗିରହିବ ।

–ଘରେ ଗୁଗ୍ଗଳ, କର୍ପୂର ,ଝୁଣା ଜାଳନ୍ତୁ ଓ ଏହାର ଧୂଆଁକୁ ଘର ଭିତରେ ବୁଲାନ୍ତୁ..ପରିବେଶ ସ୍ଵଚ୍ଚ ରହିବା ସହ ଶାନ୍ତି ଲାଗିବ ।

–ଘର ବାହାରେ ସ୍ଵସ୍ତିକ ଚିହ୍ନ କିମ୍ବା ଗଣେଷ ମୂର୍ତ୍ତି ଲଗାନ୍ତୁ , ଘର ଉପରେ ଶୁଭଦୃଷ୍ଟି ରହିବ ।

ଏହିସବୁ କାମ କଲେ ଘର ଉପରେ କୌଣସି ନକରାତ୍ମକ ଶକ୍ତି ପ୍ରଭାବ ପକାଇପାରିବ ନାହିଁ । ଆପଣଙ୍କୁ ସୁଖ-ଶାନ୍ତିରେ ରହିବାକୁ ସାହାର୍ଯ୍ୟ କରିବ ।

481 Views

   ସମ୍ବନ୍ଧିତ ଖବର