Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ଘରେ ବାସ୍ତୁ ଦୋଷ ଦୂର କରିବାକୁ ଚାହୁଁଛନ୍ତି କି : ତେବେ ମାଆ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଅବଲମ୍ବନ କରନ୍ତୁ ଏହି ଉପାୟ

8/05/2020 at 1:44 PM

ବାସ୍ତୁ ଆମକୁ ପୂର୍ଣ୍ଣ ରୂପରେ ନିୟନ୍ତ୍ରିତ କରିଥାଏ । ଏଥିପାଇଁ ସ୍ବଚ୍ଛତାର ନିୟନ୍ତ୍ରଣ ମଧ୍ୟ ବାସ୍ତୁ ଦ୍ବାରା କରାଯାଇପାରେ। ବାସ୍ତୁ ୩ଟି ପରିବେଶରେ କାମ କରିଥାଏ- ପ୍ରଥମ ଘରେ,ଦ୍ବିତୀୟ ବ୍ୟବସାୟରେ ଏବଂ ତୃତୀୟ ସମାଜରେ। ଯଦି ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ନିୟମର ପାଳନ କରାଯାଇଥାଏ ତେବେ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଯଥା ସମ୍ଭବ ଦୂର କରାଯାଇପାରିବ।

ବାସ୍ତୁ ଅନୁସାରେ,ଯଦି ଈଶାନ କୋଣ ଅର୍ଥାତ୍ ଉତ୍ତର-ପୂର୍ବରେ ରୋଷେଇ ଘର ଥିବ ତେବେ ରୋଷେଇ ଘର ଭିତରେ ଗ୍ୟାସ ଚୁହ୍ଳାକୁ ଆଗ୍ନେୟ କୋଣରେ ରଖି ଦିଅନ୍ତୁ ଏବଂ ରୋଷେଇ ଘରର ଈଶାନ କୋଣରେ ସଫା ବାସନରେ ଜଳ ଭର୍ତ୍ତି କରି ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଘରେ ଧନର ପ୍ରବାହ ବଜାୟ ରହିବ ଏବଂ ଯଦି କେଉଁଠି ଧନ ଅଟକି ଥିବ ତେବେ ଏହା ମିଳିବାର ସମ୍ଭାବନା ବଢ଼ିଯିବ।

 ସମୁଦ୍ର ଲୁଣରେ ଘର ପୋଛିଲେ ନକରାତ୍ମକତା ଦୂର ହୋଇଥାଏ। ଘରେ କର୍ପୂର ଜଳାନ୍ତୁ। ଏହା ଦ୍ବାରା ବାତାବରଣ ଶୁଦ୍ଧ ହୋଇ ବାସ୍ତୁ ଦୋଷ ଦୂର ହୋଇଥାଏ। ଘରର ଉତ୍ତର-ପୂର୍ବ ଦିଗକୁ ସବୁବେଳେ ସଫା ରଖନ୍ତୁ। ଗୁରୁବାର ଦିନ ଘିଅ ଏବଂ ଦୀପରେ ତେଲ ଦେଇ ଅବଶ୍ୟ ଜଳାନ୍ତୁ।

ବାସ୍ତୁ ଅନୁସାରେ,ଏକ ଆଦର୍ଶ ଘରର ମୁଖ୍ୟ ଦ୍ବାର କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ୍। ଘରର ରୁମ୍,ହଲ୍,କିଚେନ୍,ବାଥରୁମ୍ ଏବଂ ବେଡରୁମ୍ ଏକ ଖାସ୍ ଦିଗରେ ହେବା ଉଚିତ୍। ଯାହା ଦ୍ବାରା ଘରେ ବାସ୍ତୁ ଦୋ​‌ଷ ହୋଇନଥାଏ ଏବଂ ଲୋକେ ଖୁସି ରହିଥାନ୍ତି।

   Related Posts