Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଘରର ପୂର୍ବ ଦିଗରେ ନବ ବିବାହିତଙ୍କ ପାଇଁ ଶୟନକକ୍ଷ ରହିଲେ ସୃଷ୍ଟି ହୋଇଥାଏ କଳହ : ଜାଣନ୍ତୁ ପୂର୍ବ ଦିଗରେ କ’ଣ ରହିଲେ ଶୁଭ

20/04/2019 at 7:10 PM

ଭୁବନେଶ୍ୱର ୨୦/୪ : ପୂର୍ବ ଦିଗ ହେଉଛି ଗ୍ରହମଣ୍ଡଳର ରାଜା | ପୂର୍ବ ଦିଗକୁ ସୂର୍ଯ୍ୟଦେବଙ୍କ ଦିଗ ବୋଲି ମଧ୍ୟ କୁହାଯାଏ | ପୃଥିବୀକୁ ଆଲୋକିତ କରିବା କ୍ଷେତ୍ରରେ ପୂର୍ବ ଦିଗର ବିଶେଷ ଗୁରୁତ୍ୱ ରହିଛି | ବସ୍ତୁଶାସ୍ତ୍ରରେ ମଧ୍ୟ ପୂର୍ବ ଦିଗକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ସ୍ଥାନ ଦିଆଯାଇଛି | ଭାଗ୍ୟ, ପ୍ରଗତି, ଶାନ୍ତି, ସୁସ୍ୱାସ୍ଥ୍ୟର ପ୍ରତିକେ ହେଉଛି ପୂର୍ବ ଦିଗ |

ଗୃହ ନିର୍ମାଣ ବେଳେ ପୂର୍ବ ଦିଗକୁ ମୁହଁ କରିବା ପାଇଁ ବସ୍ତୁ ଶାସ୍ତ୍ରରେ କୁହାଯାଇଛି | ପୂର୍ବ ଦିଗକୁ ସବୁବେଳେ ଉନ୍ମୁକ୍ତ ରଖାଯିବ ଉଚିତ | କାରଣ ଏହି ଦିଗ ଦେଇ ସକାରାତ୍ମକ ଶକ୍ତି ଗୃହ ମଧ୍ୟକୁ ପ୍ରବେଶ କରିଥାଏ | ସୂର୍ଯ୍ୟଙ୍କ ଆଲୋକ ମଧ୍ୟ ଏହି ଦିଗରୁ ଆସିଥାଏ |


ସୂର୍ଯ୍ୟଦେବଙ୍କ ଭଳି ଇନ୍ଦ୍ରଦେବ ମଧ୍ୟ ପୂର୍ବ ଦିଗର ଅଧିପତି | ଘରର ପୂର୍ବ ପଟ କାନ୍ଥରେ ଦେବାଦେବୀଙ୍କ ଫଟୋ ଝୁଲାଇଲେ କିମ୍ବା ଲଗାଇଲେ ଭଗବାନଙ୍କ କୃପା ମିଳିଥାଏ | ଘରର ପୂର୍ବ ପଟେ ସ୍ନାନାଗାର, ଶିଢ଼ି, ଭଣ୍ଡାର ଗୃହ ନିର୍ମାଣ ଵାସ୍ତୁଶାସ୍ତ୍ରରେ ନିଷେଧ କରାଯାଇଛି |

ପୂର୍ବ ପଟେ ଥିବା ଦ୍ୱାରା ଓ ଝରକାରେ ହାଲୁକା ରଙ୍ଗର ପରଦା ବ୍ୟବହାର କରିବା ଉଚିତ | ପୂର୍ବ ଦିଗରେ ପୂଜା ଘର ନା ମନ୍ଦିର ରହିବା ଅତ୍ୟନ୍ତ ଶୁଭପ୍ରଦ | ପୂର୍ବ ଦିଗ ବୌଦ୍ଧିକ କାର୍ଯ୍ୟ ପାଇଁ ପ୍ରକୃଷ୍ଟ | ଘରର ବାଲକନି ସବୁବେଳେ ପୂର୍ବ ଦିଗକୁ ରଖିବା ଉଚିତ |


ସୂର୍ଯ୍ୟଙ୍କୁ ଜ୍ଞାନ ଓ ପ୍ରକାଶର ଦେବତା ବୋଲି ମଧ୍ୟ ବିଶ୍ୱାସ କରାଯାଏ | ଛୋଟ ପିଲା ଏବଂ ଘରର ଅବିବାହିତଙ୍କ ପାଇଁ ଘରରେ ପୂର୍ବ ଦିଗରେ ଶୟନକକ୍ଷ ନିର୍ମାଣ କରାଯିବ ଉଚିତ | କିନ୍ତୁ ନବ ବିବାହିତଙ୍କ ପାଇଁ ପୂର୍ବ ଦିଗରେ ଶୟନକକ୍ଷ କରିବା ଅନୁଚିତ |

ଘରର ପୂର୍ବ ଦିଗରେ ବୋରିଂ, ନଳକୂପ, କିମ୍ବା ଭୂତଳ ଟାଙ୍କି ଶୁଭପ୍ରଦ ହୋଇଥାଏ | ଘରର ପୂର୍ବ ଦିଗରେ ବଗିଚା, ସନ୍ତରଣଗାର ଆଦି ରହିବା ଅତ୍ୟନ୍ତ ଶୁଭପ୍ରଦ |


ପିଲାଙ୍କ ପଢିବା ଘର ପୂର୍ବ ଦିଗରେ କରିବା ଉଚିତ | ଏହାଦ୍ୱାରା ପିଲାଙ୍କ ପାଠ ପଢାରେ ମନ ଲାଗିଥାଏ ଏବଂ ପିଲା ଯାହା ପଢ଼ନ୍ତି ତାହା ମନେରଖିଥାନ୍ତି | ଘରର ପୂର୍ବ ଦିଗରେ ଅଳିଆ ଆବର୍ଜନା ପକାଇବା ବର୍ଜନୀୟ | ଏହାଦ୍ୱାରା ଘରର ଅମଙ୍ଗଳ ହୋଇଥାଏ | ପୂର୍ବ ଦିଗରେ ରୋଷେଇ ଘର ତିଆରି କଲେ ଘରେ ସବୁବେଳେ ଆସନ୍ତି ଦେଖା ଦେଇଥାଏ ଏବଂ ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ | ଘରର ଭୋଜନ କକ୍ଷର ମୁହଁ ପୂର୍ବ ଦିଗକୁ ରହିବା ଉଚିତ |

   Related Posts