ଘରର ରଂଗ ବଦଳେଇ ଦେଇପାରେ ଜୀବନର ରଂଗ ; ରଂଗ ସମ୍ପର୍କରେ ଜାଣନ୍ତୁ ଏଇ କେତୋଟି କଥା

Published By : Prameya-News7 Bureau | July 19, 2018 IST

ବିଭିନ୍ନ ରଙ୍ଗର ଭିନ୍ନଭିନ୍ନ ପ୍ରଭାବ ଥାଏ ଆମ ଜୀବନରେ । ବାସ୍ତୁ ଓ ରଙ୍ଗ ନିବିଡ ଭାବେ ଜଡିତ । ଘରର ବାସ୍ତୁ ଦୋଷର ପ୍ରତିକାର ପାଇଁ ରଙ୍ଗର ପ୍ରୟୋଗ ମଧ୍ୟ ହୋଇଥାଏ। ସୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ମଧ୍ୟ ରଙ୍ଗର ଗୁରୁତ୍ୱ ଅଧିକ ।ମଣିଷ ଶରୀରରେ ଥିବା ୭ଟି ଶକ୍ତିଚକ୍ର, ଗୋଟିଏ ସପ୍ତାହ ମଧ୍ୟରେ ଥିବା ୭ଦିନ ଓ ୭ଟି ରଙ୍ଗ ମଧ୍ୟରେ ମଧ୍ୟ ନିବିଡସମ୍ପର୍କ ରହିଛି । ବିଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଭିନ୍ନଭିନ୍ନ ରଙ୍ଗ ଶୁଭ ଓ ଅଶୁଭଫଳ ପ୍ରଦାନ କରିଥାଏ । ୭ଟି ମୁଖ୍ୟ ରଙ୍ଗ ହେଲା- ଲାଲ, ହଳଦିଆ, ସବୁଜ, ନୀଳ, ବାଇଗଣୀ, ନାରଙ୍ଗୀ, ଘନନୀଳ । ଧଳାରଙ୍ଗରୁ ଏହି ୭ରଙ୍ଗର ସୃଷ୍ଟି । ଆସନ୍ତୁ ଜାଣିବା ବିଭିନ୍ନ ରଂଗ ସମ୍ପର୍କରେ ଲାଲ : ରକ୍ତର ରଙ୍ଗ ଲାଲ | ସେଥିପାଇଁ ଲାଲରଙ୍ଗକୁ ଶରୀର ପ୍ରତୀକ ଭାବେ ଗ୍ରହଣ କରାଯାଏ | ସେହିଭଳି ଲାଲରଙ୍ଗ ମଧ୍ୟ କାମନା, ବାସନା, ପାର୍ଥିବ ସୁଖର ପ୍ରତୀକ । ଲାଲ ରଙ୍ଗ ମଧ୍ୟ ଅଗ୍ନିର ପ୍ରତୀକ । ଦକ୍ଷିଣ ମୁହାଁ ଘରରସମ୍ମୁଖଭାଗ ଲାଲରଙ୍ଗ କଲେ ସୁଫଳ ମିଳିଥାଏ । ସେହିଭଳି ଘରର ଯେଉଁ ପ୍ରକୋଷ୍ଠରେ ଘରର ସଦସ୍ୟମାନେ ଚଳପ୍ରଚଳ କରନ୍ତି ସେହି ପ୍ରକୋଷ୍ଠର ଦକ୍ଷିଣ କାନ୍ଥକୁ ଲାଲରଙ୍ଗ କଲେ ମଧ୍ୟ ସୁଫଳପ୍ରାପ୍ତି ହୋଇଥାଏ । ଶୋଇବା ଘରର କାନ୍ଥକୁ ଈଷତ ଲାଲ ବା ଗୋଲାପୀ ରଙ୍ଗ କଲେ ବହୁ ସୁଫଳମିଳିଥାଏ । କାନ୍ଥରେ ଗୋଲାପୀ ରଙ୍ଗ ଦିଆଯାଇଥିବା ଶୟନକକ୍ଷ ବିବାହିତମାନଙ୍କ ପାଇଁ ସୁଖପ୍ରଦ ହୋଇଥାଏ । ଦାମ୍ପତ୍ୟ କଳହ ଦୂରକରିବା କ୍ଷେତ୍ରରେଏହି ରଙ୍ଗ ସହାୟକ ହୋଇଥାଏ । କେବଳଶୋଇବା ଘର ନୁହେଁ ସବୁ ପ୍ରକୋଷ୍ଠର କାନ୍ଥରେଏହି ରଙ୍ଗ ଦେବାରେ କିଛି ଅସୁବିଧା ନାହିଁ। ତେବେ ଶୋଇବା ଘର ପାଇଁ ଗାଢ଼ ଲାଲରଙ୍ଗସମ୍ପୂର୍ଣ ବର୍ଜନୀୟ। ଗାଢ଼ ଲାଲ ରଙ୍ଗ କ୍ରୋଧର ପ୍ରତୀକ ହୋଇଥିବାରୁ ଶୋଇବାଘରେଏହି ରଙ୍ଗ ଦାମ୍ପତ୍ୟ କଳହ ସୃଷ୍ଟି କରିପାରେ ନାରଙ୍ଗୀ : ଗର୍ବ, ଦର୍ପ, ଗୌରବ, ଉଚ୍ଚଅଭିଳାଷ ଓ ସ୍ୱାସ୍ଥ୍ୟର ପ୍ରତୀକ ହେଉଛି ନାରଙ୍ଗୀ ରଙ୍ଗ । ଲକ୍ଷ୍ୟ ହାସଲର ଅପେକ୍ଷାରେ ଥିବା ଯୁବବର୍ଗ ସେମାନଙ୍କ ଶୟନ କକ୍ଷର ଦକ୍ଷିଣପଟ କାନ୍ଥକୁ ନାରଙ୍ଗୀ ରଙ୍ଗ କଲେ ସୁଫଳ ମିଳିଥାଏ । ତେବେ କ୍ଷଣକୋପୀ ପ୍ରକୃତିର ବ୍ୟକ୍ତିଏହି ରଙ୍ଗଠାରୁ ନିଜକୁ ଦୁରେଇ ରଖିବା ଭଲ । ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବ କୋଣରେ ଥିବା ରୋଷେଇ ଘରର ରଙ୍ଗ ନାରଙ୍ଗୀ କଲେ ସୁଫଳ ମିଳିଥାଏ । ପୂଜା ଘରପାଇଁ ମଧ୍ୟଏହି ରଙ୍ଗପ୍ରକୃଷ୍ଟ । ଯେଉଁ ବ୍ୟକ୍ତି ନିଜକୁ ନ୍ୟୁନ ଅନୁଭବ କରୁଥିବେ ସେମାନେ ମଧ୍ୟ ଏହି ରଙ୍ଗକୁ ଆପଣାର କରିପାରିବେ । ହଳଦିଆ : ବାସ୍ତୁ ଶାସ୍ତ୍ର ଅନୁସାରେ ହଳଦିଆ ରଙ୍ଗ ପୂଜାଘର, ପଢ଼ାଘର ପାଇଁ ପ୍ରକୃଷ୍ଟ । ବୈଦ୍ଧିକତା, ଜ୍ଞାନ, ଆଲୋକ, ପ୍ରକାଶର ପ୍ରତୀକ । ଧନର ଦେବୀ ମହାଲକ୍ଷୀଙ୍କ ଏହା ପ୍ରିୟ ରଙ୍ଗ । ଗୃହର ଉତ୍ତର ପଟ କାନ୍ଥରେଏହି ରଙ୍ଗ ଶୁଭଙ୍କର । ଭାଙ୍ଗିଯାଇଥିବା ଜିନିଷକୁ ଯୋଡିବା କ୍ଷେତ୍ରରେ ହଳଦିଆ ରଙ୍ଗସହାୟକ ହୋଇଥାଏ । ଉତ୍ତରମୂଖୀ ଘରସର୍ବଦା ହଳଦିଆ ରଙ୍ଗ ହେବା ଉଚିତ । ଏହି ରଙ୍ଗ ମଧ୍ୟ ଦେବଗୁରୁ ବୃହସ୍ପତିଙ୍କ ପ୍ରିୟରଙ୍ଗ । ସବୁଜ : ପ୍ରକୃତି, ପ୍ରଗତି, ଉନ୍ନତି, ସକାରାତ୍ମକ ଶକ୍ତି, ସୃଜନଶୀଳତା, ପୂର୍ବଜନ୍ମର ପ୍ରତୀକ ହେଉଛି ସବୁଜରଙ୍ଗ । ଉଚ୍ଚ ରକ୍ତଚାପ, ହୃଦରୋଗର ଉପଶମ ବୋଲି ମଧ୍ୟଏହିରଙ୍ଗକୁ କୁହାଯାଇଥାଏ । କ୍ଷଣକୋପୀ ଓ ଚିଡଚିଡା ଲୋକଙ୍କ ପାଇଁ ଏହି ରଙ୍ଗସୁଫଳପ୍ରଦାନ କରିଥାଏ । ପୂର୍ବଦିଗ ପାଇଁ ଏହିରଙ୍ଗଶୁଭଙ୍କର ହୋଇଥାଏ । ପୂର୍ବ ମୁହାଁଘରର ରଙ୍ଗସବୁଜ ହେଲେ ବେଶସୁଫଳ ମିଳେ । ନୀଳ : ନୀଳରଙ୍ଗ ଆକାଶ ଓ ଜଳର ପ୍ରତୀକ । ସତ୍ୟ, ଭାବପ୍ରବଣତା , ପ୍ରେରଣା ଓ ନିଷ୍ଠାର ପ୍ରତୀକ ମଧ୍ୟ ନୀଳରଙ୍ଗ । ଶରୀର ଯନ୍ତ୍ରଣା ପାଇଁଏହା ଉପଶମ କାରକ । ପିଲାଙ୍କ ଶୋଇବା ଘରପାଇଁ ଏହି ରଙ୍ଗପ୍ରକୃଷ୍ଠ । ରୋଷେଇ ଘର, କାର୍ଯ୍ୟାଳୟ, ହୋଟେଲ ଓ ଦୋକାନ ଘରପାଇଁ ଏହି ରଙ୍ଗ ବର୍ଜନୀୟ । ନୀଳରଙ୍ଗ ଜଳ ଓ ଆକାଶର ପ୍ରତୀକ ହୋଇଥିବାରୁ ଏହା ପଶ୍ଚିମ ଦିଗ ପାଇଁ ପ୍ରକୃଷ୍ଠ । ଏହି ରଙ୍ଗ ବରୁଣ ଦେବତା ବା ଜଳର ଦେବତାଙ୍କ ପ୍ରିୟରଙ୍ଗ । ଦକ୍ଷିଣ- ପୂର୍ବଦିଗ ବା ଅଗ୍ନି କୋଣ ପାଇଁଏହି ରଙ୍ଗସମ୍ପୂର୍ଣ ବର୍ଜନୀୟ । ବାଇଗଣୀ : ବାଇଗଣୀ ରଙ୍ଗ ଅଧ୍ୟାତ୍ମଭାବ, ଜ୍ଞାନ ଓ ବ୍ୟକ୍ତିସତ୍ତାର ପ୍ରତୀକ । ବ୍ୟକ୍ତିର ସ୍ମରଣଶକ୍ତି ବୃଦ୍ଧି କ୍ଷେତ୍ରରେ ବାଇଗଣୀ ରଙ୍ଗର ଭୂମିକା ରହିଥାଏ । ମାନସିକ ସ୍ଥିରତା ପାଇଁ ମଧ୍ୟଏହି ରଙ୍ଗ ଅତି ଗୁରୁତ୍ୱପୂର୍ଣ । ଶୌଚାଳୟ ଏବଂ ରୋଷେଇଘର ପାଇଁ ଏହି ରଙ୍ଗ ବର୍ଜନୀୟ । ବୈଦିକ କାର୍ଯ୍ୟରେ ଥିବା ଲୋକଙ୍କ ପ୍ରକୋଷ୍ଠ, ପିଲାଙ୍କ ପଢାଘର, ପୂଜାଘର ପାଇଁ ଏହା ଉଚିତ ରଙ୍ଗ । ବାଇଗଣୀ ରଙ୍ଗ ଆତ୍ମତୃପ୍ତି ପ୍ରଦାନ କରିଥାଏ | ତେଣୁସର୍ବଦା ଅସନ୍ତୁଷ୍ଠ ବ୍ୟକ୍ତିଏହି ରଙ୍ଗ ବ୍ୟବହାର କଲେ ସୁଫଳପ୍ରାପ୍ତି ହୋଇଥାଏ। ନିଷ୍ପତ୍ତି ନେଇପାରୁ ନଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟଏହି ରଙ୍ଗ ଫଳପ୍ରଦାନ କରିଥାଏ । ଘନନୀଳ :ଶାରୀରିକ କାର୍ଯ୍ୟକଳାପ, ଅନ୍ତଃକରଣ, ଆଧ୍ୟାତ୍ମିକତାର ପ୍ରତୀକ ହେଉଛି ଘନନୀଳ । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟରଙ୍ଗ ହେଉଛି ଘନନୀଳ । ରୋଷେଇ ଘର ଏବଂ ଶୌଚାଳୟ ବ୍ୟତୀତ ଅନ୍ୟସବୁ ପ୍ରକୋଷ୍ଠରେଏହିରଙ୍ଗ ଦେଇହେବ । ପୂଜାଘର ଓ ପଢ଼ାଘର ପାଇଁ ଏହି ରଙ୍ଗ ବେଶ ଫଳପ୍ରଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.