ଆପଣ ଧନଧାନ୍ୟରେ ପରିପୂର୍ଣ୍ଣ ହେବା ସହିତ ସୁଖ ସମୃଦ୍ଧି ଲାଭ କରିବେ, ଘରେ ଲଗାନ୍ତୁ ଏହି ଗଛ

Published By : Prameya-News7 Bureau | February 04, 2019 IST

ବାସ୍ତୁଶାସ୍ତ୍ରରେ ରହିଛି ଅନେକ କରାମତି । ଆପଣ ଯଦି ମାନି ଚଳିବେ , ତା ହେଲେ ଆପଣଙ୍କ ଘରେ ରହିବ ନାହିଁ କିଛି ଅସୁବିଧା । ଆପଣଙ୍କ ଘରେ ଲକ୍ଷ୍ମୀ ବିରାଜମାନ କରିବା ସହିତ କୌଣସି ପ୍ରକାର ବାଧାବନ୍ଧନ ମଧ୍ୟ ରହିବ ନାହିଁ ।

{"id":81908}

ବାସ୍ତୁଶାସ୍ତ୍ରରେ ଏହି ପ୍ଲାଣ୍ଟ ଘରେ ଲଗାନ୍ତୁ, ଘର ଧନଧାନ୍ୟରେ ପୂର୍ଣ୍ଣ ହୋଇଯିବ ।

ମନିପ୍ଲାଣ୍ଟ ଘରେ ଲଗାନ୍ତୁ, ପାଇପାରିବେ ଅନେକ ଫାଇଦା ।

{"id":81909}

ଆସନ୍ତୁ ଜାଣିବା ମନିପ୍ଲାଣ୍ଟ ଲଗାଇବାର ନିୟମ କଣ ରହିଛି । ଯଦି ଆମେ ଠିକଭାବରେ ଏହାର ବ୍ୟବହାର ନ ଜାଣିବା ତା ହେଲେ ଏହା ଆମପାଇଁ ମଧ୍ୟ ହୋଇପାରେ ହାନିକାରକ ।

ଐଶାନ୍ୟ କୋଣରେ ଲଗାନ୍ତୁ ନାହିଁ ଏହି ଗଛ, ତା ହେଲେ ଘରର ଅନେକ ଅସୁବିଧା ହୋଇପାରେ । ଘରେ ଅଭାବ ଦେଖାଯାଇପାରେ ।

{"id":81910,"width":574,"height":442}

ଯଦି ମନିପ୍ଲାଣ୍ଟ ଲଗାଉଛନ୍ତି ତା ହେଲେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ,ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ଲଗାନ୍ତୁ.. ପାଇବେ ଅନେକ ଫାଇଦା । ଆପଣଙ୍କ ପାଖରୁ କେବେ ଲକ୍ଷ୍ମୀ ଛାଡ଼ିକି ଯିବେ ନାହିଁ ।

ମନିପ୍ଲାଣ୍ଟକୁ କେବେ ଜମିରେ କିମ୍ବା କୌଣସି ସ୍ଥଳଭାଗରେ ଲଗାନ୍ତୁ ନାହିଁ, ଏହାଦ୍ଵାରା ଆପଣଙ୍କର ଅନେକ କ୍ଷତି ଦେଖାଦେବ । ଆପଣ ବି ହଇରାଣରେ ପଡ଼ିବେ, ବ୍ୟବସାୟ କିମ୍ଵା ଅଫିସରେ ଅନେକ କ୍ଷତି ସହିବାକୁ ପଡ଼ିବ ।

ମନିପ୍ଲାଣ୍ଟରେ ଯଦି ପତ୍ର ଶୁଖିଲା ହଳଦିଆ ପଡ଼ିଯାଉଥିବ, ତାହେଲେ ଏହା ଅଶୁଭ ମଧ୍ୟ । ଏଥିପାଇଁ ଆପଣ ମନିପ୍ଲାଣ୍ଟକୁ ସବୁବେଳେ ପାଣି ଦିଅନ୍ତୁ। ଶୁଖିଲା ପଡ଼ୁଥିବା ପତ୍ରକୁ ମଧ୍ୟ ବାହାର କରିଦିଅନ୍ତୁ ।

{"id":81911}

ଆପଣ ନିଜ ଘରେ ଯଦି ଲଗାଇବାକୁ ଚାହୁଁଛନ୍ତି ମନିପ୍ଲାଣ୍ଟ, ତା ହେଲେ କୌଣସି କୁଣ୍ଡରେ ଲଗାଇ ରଖନ୍ତୁ, ଏହାର ଯତ୍ନ ମଧ୍ୟ ଠିକ ଭାବରେ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.