ବାସ୍ତୁଶାସ୍ତ୍ର ଅନୁସାରେ କରନ୍ତୁ ୨ଟି ଉପାୟ, ହେବନାହିଁ ଅର୍ଥର ଅଭାବ

Published By : Prameya-News7 Bureau | May 10, 2019 IST

ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ସୁସ୍ଥ ଓ ସ୍ବସ୍ଥ ଚଳଣି ପାଇଁ ରହିଛି ଅନେକ ମାର୍ଗଦର୍ଶନ। ସେ ସବୁ ମାନି ଚଳିଲେ କେବେବି କେହି ଅସୁବିଧାରେ ପଡିବେନି। ହେଲେ ସମୟ ସହ ବଦଳିବାର ଲାଗିଛି ମାନ୍ୟତା । ପୁରୁଣା, ଗାଉଁଲି ଲୋକଙ୍କ ବିଚାର ଭାବି ଅନେକ ଲୋକ ସେସବୁ ପ୍ରତି ବିତସ୍ପୃହ ରୁହନ୍ତି । ଏଣୁ ଲୋକ ଚଳଣିରୁ ଦୂରେଇ ଯାଇ ଆମେ ନାନା ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛେ। ହେଲେ ପୁରୁଣା ଲୋକଙ୍କ ଛୋଟଛୋଟ ଉପଦେଶ ଯେ କେତେ ଉପକାରୀ କେବଳ ସେହିମାନେ ହିଁ ଜାଣନ୍ତି ଯେଉଁମାନେ ତାହା ମାନି ଚଳନ୍ତି। ଆମେ ଏଠାରେ ବେଶି ନୁହେଁ ମାତ୍ର ୨ଟି ଟିପ୍ସ ଦେଉଛୁ, ଯାହା ଆପଣ ପ୍ରୟତଃ ଭୋଗୁଥିବା ଆର୍ଥିକ ସଂକଟରୁ ହୁଏତ ଆପଣଙ୍କୁ ଉଦ୍ଧାର କରିପାରେ।

{"id":110582}

ହାତରେ ବାନ୍ଧନ୍ତୁ କଳା ସୂତା
କଳାସୂତା ବାନ୍ଧିଲେ ଖରାପ ଦଷ୍ଟି ପଡେନି ବୋଲି ଅନେକ ଭାରତୀୟଙ୍କ ବିଶ୍ବାସ। ଏଣୁ ଶିଶୁ ଜନ୍ମ ବେଳେ ତା ଅଣ୍ଟା ଓ ହାତରେ କଳାସୂତା ବାନ୍ଧି ଦିଆଯାଏ । କେବଳ ଶିଶୁ ସମୟର କଥା ନୁହେଁ ଏହା ଆମ ପାଇଁ ଜୀବନ ବ୍ୟାପୀ ଏକ ଅଭ୍ୟାସ ମଧ୍ୟ । ଏହା ଦ୍ବାରା ବାସ୍ତବରେ ଖରାପ ଦୃଷ୍ଟି ପଡେନି । କଳା ସୂତା ଆପଣଙ୍କ ଶରୀରର ନେଗେଟିଭ ଶକ୍ତିକୁ ହ୍ରାସ କରିଥାଏ । ଏହା ଦ୍ବାରା ଆମର ବିଚାରରେ ପରିବର୍ତ୍ତନ ହୁଏ । ଏଣୁ ଆମେ ଯଦି ସକରାତ୍ମକ ଚିନ୍ତନ କରିବା ତେବେ ଆମର କାମ ମଧ୍ୟ ସେହିଭଳି ହେବ। ସେହି ଅନୁସାରେ ଉପାର୍ଜନ ମଧ୍ୟ ବଢିବ। ଏଣୁ ହାତରେ ନିଶ୍ଚିତ କଳା ସୂତା ପିନ୍ଧନ୍ତୁ।

{"id":110583}

ହନୁମାନଙ୍କ ପ୍ରତି ଆସ୍ଥା ଦୂର କରିପାରେ ଦାରିଦ୍ର୍ୟତା
ଅନେକ ଲୋକ ଶ୍ରୀରାମ ଭକ୍ତ ହନୁମାନଙ୍କ ଆରାଧନା କରନ୍ତି। ଲୋକେ ଏହାକୁ ଦୁର୍ବଳମନା ବୋଲି ଭାବିଥାନ୍ତି। ବାସ୍ତବରେ ସଙ୍କଟମୋଚନ ହନୁମାନଙ୍କ ଆରାଧନା ଦ୍ବାରା ଆମ ଦୈନନ୍ଦିନ ଜୀବନର ଅନେକ ସଙ୍କଟ ଦୂର ହୋଇଥାଏ।   ନିୟମିତ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲେ ଶନିବାର ଅଥବା ମଙ୍ଗଳବାର ହନୁମାନ ଜୀଙ୍କ ମନ୍ଦିରଙ୍କୁ ଅଶ୍ବତଥ ପତ୍ରଟିଏ ନେଇ ଯାଆନ୍ତୁ । ପତ୍ରଟିକୁ ସେଠାରେ ପୂଜା କରନ୍ତୁ। ଶେଷରେ ହନୁମାନଜୀଙ୍କ ପାଦରୁ ଶିନ୍ଦୁର ନେଇ ସେଥିରେ ଜୟ ଶ୍ରୀରାମ ଲେଖି ତାକୁ ପର୍ସରେ ରଖନ୍ତୁ ଦେଖିବେ ତା ପରଠାରୁ କେବେବି ଆପଣ ଆର୍ଥିକ ସଂକଟର ସମ୍ମୁଖୀନ ହେବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.