ସ୍ୱାମୀ-ସ୍ତ୍ରୀଠୁ ନେଇ ଭାଇ-ଭଉଣୀଙ୍କ ପର୍ଯ୍ୟନ୍ତ ସବୁ ସମ୍ପର୍କର ମଧୁରତା ନିର୍ଭର କରେ ବାସ୍ତୁ ଉପରେ, ଜାଣନ୍ତୁ କିଛି ବାସ୍ତୁ ପ୍ରତିକାର

Published By : Prameya-News7 Bureau | October 30, 2018 IST

ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ନେଇ ସନ୍ଦେହ ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କର ନିବିଡତା ନିମନ୍ତେ ଦକ୍ଷିଣ-ପଶ୍ଚିମ ଦିଗରୁ ଲାଲ୍ ଏବଂ ସବୁଜ ରଙ୍ଗ ବାହାର କରିଦିଅନ୍ତୁ । ହଳଦିଆ ରଙ୍ଗର ଫୁଲର ପାତ୍ର ବ୍ୟବହାର କରନ୍ତୁ । ପାତ୍ର ମଧ୍ୟ ହଳିଦିଆ ରଙ୍ଗ ହୋଇଥିବା ଦରକାର । ଲଭ୍ ବାର୍ଡ ଛବି କିମ୍ବା ମୂର୍ତୀ ଏହି ଦିଗରେ ସ୍ଥାପନ କରନ୍ତୁ । ଏହା ଫଳରେ ଭୁଲ୍ ବୁଝାମଣା ଓ ଅଶାନ୍ତି ଦୁରିଭୁତ ହୋଇଥାଏ । ଉତ୍ତର ଦିଗର ମୁଖ୍ୟ ଦ୍ୱାର ଯଦି ମହେନ୍ଦ୍ର ପଦରେ ଥାଏ ତେବେ ସମ୍ପର୍କରେ ନିବିଡ଼ତା ଆଣିଥାଏ । ଯଦି ଘରର ମୁଖ୍ୟଦ୍ୱାର ପଶ୍ଚିମ ଦିଗରେ ଥାଏ କିମ୍ବା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଥାଏ ତେବେ ସମ୍ପର୍କରେ ହାନି ଘଟାଇଥାଏ । ସମ୍ପର୍କର ନିବିଡତା ପାଇଁ ଦକ୍ଷିଣ-ପଶ୍ଚିମ ଦିଗ ସର୍ବୋତ୍ତମ ଅଟେ । ଯଦି ବ୍ୟାଙ୍କ୍ ସହିତ କିମ୍ବା ବ୍ୟବସାୟିକ ଭାଗିଦାରୀଙ୍କ ସହିତ ସମ୍ପର୍କ ଖରାପ ରହେ ତେବେ ଉତର-ପଶ୍ଚିମ ଦିଗକୁ ଠିକ୍ କରନ୍ତୁ । ଏହାର ସମାଧାନ ପାଇଁ  ଠିକ୍ ରଙ୍ଗ ଏହି ଦିଗରେ ବ୍ୟବହାର କରନ୍ତୁ । ଉତ୍ତର ଦିଗ ଗ୍ରାହକ ସହିତ ସମ୍ପର୍କକୁ ବୁଝାଇଥାଏ । ଯଦି ଏହି ଦିଗରେ ଦୋଷ ଥାଏ ତେବେ ସମ୍ପର୍କରେ ନ୍ୟୂନତା ଆସିଥାଏ । ସରକାରଙ୍କ ସହିତ ସମ୍ପର୍କରେ ପ୍ରଗାଢ଼ତା ଆଣିବା ପାଇଁ ପୂର୍ବ ଦିଗରେ ଅଶୋକ ସ୍ତମ୍ବ ଟେବୁଲ ଉପରେ ରଖନ୍ତୁ । ଏହି ଦିଗର ବାସ୍ତୁ ଦୋଷକୁ ଦୂରିଭୁତ କରିବା ପାଇଁ କଂସାର ସୂର୍ଯ୍ୟ ଲଗାନ୍ତୁ । ଦକ୍ଷିଣ-ପୂର୍ବ ଦିଗରେ ଲାଲ୍ ରଙ୍ଗର ଫୁଲ ଲାଲ୍ ରଙ୍ଗର ପାତ୍ରରେ ସ୍ଥାପନ କରନ୍ତୁ କିମ୍ବା ଏହାର ଛବି ଲଗାନ୍ତୁ । ଏହା ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କ ଭିତରେ ସମ୍ପର୍କର ବୃଦ୍ଧି ହୋଇଥାଏ । ଉତ୍ତର-ପୂର୍ବ ଦିଗ ଠିକ୍ ନିଷ୍ପତି ନେଇଥାଏ ଏବଂ ସମ୍ପର୍କରେ ବୃଦ୍ଧି କରାଇଥାଏ । ଯଦି ଏହି ଦିଗରେ କୈାଣସି ବାସ୍ତୁ ଦୋଷ ଥାଏ ତେବେ ତାହାକୁ ଦୂରିଭୁତ କରନ୍ତୁ । ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଯଦି ବାସ୍ତୁଦୋଷ ଥାଏ ତେବେ ତାହାକୁ ଦୂରିଭୁତ କରନ୍ତୁ । ପତି- ପତ୍ନୀ ଭିତରେ ସମ୍ପର୍କକୁ ନିବିଡ଼ତା ଆଣିବା ପାଇଁ ବିବାହ ସମୟରେ ପତି ପତ୍ନୀଙ୍କର ଯେଉଁ ଫଟୋ ଥାଏ ତାକୁ ଏହି ଦିଗରେ ଲଗାନ୍ତୁ । ରାଧା ଓ କୃଷ୍ଣଙ୍କର ଫଟୋ ମଧ୍ୟ ଲଗାଇପାରିବେ । ତେଣୁ ସମ୍ପର୍କର ନିବିଡ଼ତା ପାଇଁ ଉତ୍ତର-ଉତ୍ତର-ପୂର୍ବ, ଦକ୍ଷିଣ-ପୂର୍ବ, ପୂର୍ବ-ଦକ୍ଷିଣ-ପୂର୍ବ, ପୂର୍ବ-ଉତ୍ତର-ପୂର୍ବ, ଦକ୍ଷିଣ, ଉତ୍ତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଦିଗକୁ ବାସ୍ତୁ ହିସାବରେ ଯଦି କୈାଣସି ଦୋଷା ଥାଏ ତାହାକୁ ଦୂରିଭୁତ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.