ଘରେ ରଖନ୍ତୁ ଏହିସବୁ ପାଂଚଟି ଜିନିଷ, ଆପଣଙ୍କ ପିଲାଙ୍କର କିଛି ରହିବନି କ୍ୟାରିଅର ଅସୁବିଧା

Published By : Prameya-News7 Bureau | February 08, 2019 IST

ବାସ୍ତୁଶାସ୍ତ୍ରରେ ଏହି ସବୁ ଜିନିଷ ରଖନ୍ତୁ ଘରେ, ରହିବନି କିଛି ଅସୁବିଧା । ଆପଣ କିମ୍ବା ଆପଣଙ୍କ ପିଲାଙ୍କର କ୍ୟାରିୟର ହୋଇଯିବ ଉଜ୍ଜ୍ଵଳ । ପାଠପଢ଼ାରେ ରହିବନି କିଛି ଅସୁବିଧା । ମନକୁ ଶାନ୍ତି ମିଳିବା ସହିତ ପାଠପଢ଼ାର ବାତାବରଣ ସବୁବେଳେ ରହିବ ସତେଜ । ଯାହାଫଳରେ ପିଲାମାନେ କ୍ୟାରି୍ୟର କରିବାର କିଛି ଅସୁବିଧା ରହିବା ନାହିଁ ।

ଘରେ ସରସ୍ଵତୀଙ୍କ ମୂର୍ତ୍ତିଙ୍କ ସହିତ ରଖନ୍ତୁ ଏହି ୫ଟି ଜିନିଷ, ଆପଣାଛାଏଁ ବଦଳିଯିବା ଆପଣଙ୍କ ଘରର ବାତାବରଣ ।

ବୀଣା ଯଦି ଆପଣଙ୍କ ଘରେ ରଖୁଛନ୍ତି ତା ହେଲେ ସୁଖ ଶାନ୍ତି ଲାଭ କରିବା ସହ ଆପଣଙ୍କ ଘରେ ପାଠ ପଢ଼ୁଥିବା ପିଲାଙ୍କ କ୍ୟାରିୟର ପାଇଁ ବହୁତ ଭଲ ମଧ୍ୟ ହେବ ।

ହଂସର ଫଟୋ କିମ୍ବା ମୂର୍ତ୍ତି ଘରର ଦ୍ଵାର ମୁହଁରେ ରଖିଲେ ଭଲ । କାରଣ ହଂସ ସରସ୍ଵତୀଙ୍କର ବାହନ ହୋଇଥିବାରୁ ଏହା ଘର ପ୍ରତି ବାସ୍ତୁ ଅନୁସାରେ ଶୁଭ ଫଳ ମିଳିଥାଏ ।

ମୟୂରପୁଛ ମଧ୍ୟ ଘରେ ରଖିଲେ ବହୁତ ଭଲ କାରଣ ଏହା ଦ୍ଵାରା ନେଗେଟିଭ ଏନର୍ଜି ପ୍ରବେଶ କରିବାକୁ ଦେଵନାହିଁ । ପାଠ ପଢ଼ୁଥିବା ପିଲାଙ୍କର କ୍ୟାରିୟର ବହୁତ ଭଲ ରହିବ ।

ପୂଜା ସମୟରେ ଅନ୍ୟ ଫୁଲ ବ୍ୟବହାର କରିବା ସହ ପଦ୍ମଫୁଲ ବ୍ୟବହାର କରିବା ଭଲ । ଏହାଦ୍ଵାରା ଶୁଭଫଳ ମିଳିଥାଏ । ଛାତ୍ରଛାତ୍ରୀଙ୍କ କ୍ୟାରିୟର କରିବା ପାଇଁ ସୁନ୍ଦର ବାତାବରଣ ତିଆରି କରିଥାଏ ।

ଦେବୀ ସରସ୍ବତୀଙ୍କ ମୂର୍ତ୍ତି ଘରେ ରଖିବା ଦ୍ଵାରା ବିଦ୍ୟାର୍ଥୀମାନେ ମାନସିକଭାବେ ଶାନ୍ତି ଅନୁଭବ କରିବା ସହ ଭଲ ପାଠ ମଧ୍ୟ ପଢ଼ିବେ । ଏହି ସବୁ ନିୟମ ବାସ୍ତୁ ଅନୁସାରେ ମାନନ୍ତୁ, ଆପଣଙ୍କ ପିଲାର ପାଠ ପଢ଼ିବା କିଛି ଅସୁବିଧା ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.