Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ସକରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଅବଲମ୍ବନ କରନ୍ତୁ ଏହି ୭ଟି ଉପାୟ

24/08/2020 at 2:16 PM

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ରଖି ସକରାତ୍ମକ ଶକ୍ତିକୁ ବଢ଼ା ଯାଇ ପାରିବ। ଘରେ ସକରାତ୍ମକ ଶକ୍ତି ଦ୍ବାରା ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରହିଥାଏ। ବାସ୍ତୁଶାସ୍ତ୍ରରେ ନକରାତ୍ମକ ଶକ୍ତିକୁ ଦୂର କରିବା ଏବଂ ସକରାତ୍ମକ ଶକ୍ତିକୁ ବୃଦ୍ଧି କରିବା ପାଇଁ କେତେକ ସହଜ ଉପାୟ କୁହାଯାଇଛି। ଆସନ୍ତୁ ଜାଣିବା ସକରାତ୍ମକ ଶକ୍ତି ବୃଦ୍ଧି କରିବାର ବାସ୍ତୁ ଟିପ୍ସ…

୧. ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦିଗ ଭୁଲ୍ ଅଟେ ତେବେ ଘରେ ସବୁବେଳେ ନକରାତ୍ମକତା ରହିବ। ଯଦି କୌଣସି କାରଣରୁ ଆପଣଙ୍କ ଘରର ମୁଖ୍ୟ ଦ୍ବାର ପୂର୍ବ କିମ୍ବା ଉତ୍ତର ଦିଗରେ ନାହିଁ,ତେବେ ସକରାତ୍ମକ ଶକ୍ତିକୁ ବଢ଼ାଇବା ପାଇଁ ଦ୍ବାରରେ ସ୍ବସ୍ତିକ,ଶ୍ରୀଗଣେଶ ଏବଂ ଓଁ ଭଳି ଶୁଭ ଚିହ୍ନ ଲଗାଇବା ଉଚିତ୍।

୨.​‌ ସନାତନ ଧର୍ମରେ ଘରର ଅଗଣାରେ ତୁଳସୀ ଗଛ ଲଗାଇବାର ପରମ୍ପରା ରହିଛି। ନିଜ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ଦ୍ବାରା ବିଭିନ୍ନ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ। ତୁଳସୀ ଗଛ ବାତାବରଣକୁ ଶୁଦ୍ଧ ଏବଂ ସକରାତ୍ମକ ଶକ୍ତିକୁ ବଢ଼ାଇବାରେ ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହୋଇଥାଏ। ତୁଳସୀ ଗଛ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ।

୩. ଅନେକ ଥର ଘର ବାହାରେ ଶକ୍ତିର ପ୍ରଭାବ ଦେଖାଯାଇଥାଏ ଯାହା କାରଣରୁ ଘରେ ନକରାତ୍ମକତା ବଢ଼ି ଯାଇଥାଏ। ଘରେ ନକରାତ୍ମକତା ଶକ୍ତିକୁ ପ୍ରବେଶ କରିବାକୁ ରୋକିବା ପାଇଁ ଦ୍ବାର ଏବଂ ଝରକା ଭିତର ଆଡ଼କୁ ଖୋଲିବା ଉଚିତ୍।

୪. ଯଦି ଆପଣଙ୍କ ଘରେ ଏପରି ଜିନିଷ ରଖାଯାଇଛି ଯାହା କେବେ ଆପଣଙ୍କ ବ୍ୟବହାରରେ ଆସୁନାହିଁ,ଖାସ୍ କରି ବିଦ୍ୟୁତ୍ ଉପକରଣ ଯଦି ଘରେ ଖରାପ ପଡ଼ିଛି ତେବେ ଏହା ବଡ଼ ବାସ୍ତୁଦୋଷ। ଘରେ ବେକାର ଜିନିଷ ଏବଂ ଅଦରକାରୀ ଜିନିଷକୁ ସାଇତି କରି ରଖିବା ଅନୁଚିତ୍। ଏହି ଜିନିଷଗୁଡ଼ିକ ଦ୍ବାରା ଘର ଭିତରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୫. ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ କୃପା ବଜାୟ ରହିବ ତେବେ ଘରେ ରଖିଥିବା ଟ୍ରେଜେରିର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗରେ ହେବା ଉଚିତ୍।

୬. ଘରେ ସନ୍ଧ୍ୟାରେ ତାଳି,ଘଣ୍ଟି,ଶଙ୍ଖ ଏବଂ ଓଁର ଉଚ୍ଚାରଣ କରିବା ଦ୍ବାରା ଘରେ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।

୭. ଘରେ ସକରାତ୍ମକ ଶକ୍ତି ପାଇଁ ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ କର୍ପୂର,ଝୁଣା,ଗୁଗ୍ଗଳକୁ ଜଳାଇ ଘରର ପ୍ରତି କୋଣରେ ଘୂରାଇବା ଉଚିତ୍। ଏହା ଦ୍ବାରା ସକରାତ୍ମକ ଶକ୍ତି ବଜାୟ ରହିଥାଏ।

   Related Posts