Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଅଫିସରେ ଏହିସବୁ ଜାଗାରେ ବସନ୍ତୁ ନାହିଁ, ଯାହା ଜୀବନରେ ଆଣିବ ବଡ଼ ବିଫଳତା

15/02/2019 at 8:55 PM

ବାସ୍ତୁଶାସ୍ତ୍ର ଅନୁସାରେ ଆମକୁ ଅଫିସ ହେଉ ବା ଘର ମାନି ଚଳିଲେ କିଛି ଅସୁବିଧା ଦେଖାଯାଇ ନଥାଏ । ଯଦି ବାସ୍ତୁଶାସ୍ତ୍ରକୁ ମାନି ଚଳନ୍ତି ଆମ ବ୍ୟକ୍ତିଗତ ଜୀବନରେ ଉନ୍ନତି ହେବା ସହିତ ବ୍ୟବସାୟ, ଅଫିସ କିମ୍ବା ସାମୁହିକ ଭାବରେ ମଧ୍ୟ ସଫଳତା ମିଳିବ ।

ଅଫିସରେ ଏହି ଜାଗାରେ ବସନ୍ତୁ, ସଫଳତା ନିଶ୍ଚୟ ପାଇବେ ।

ଅଫିସରେ ବସ୍ ଙ୍କର ବସିବା ସ୍ଥାନ ପ୍ରବେଶ ଦ୍ଵାର ଆରମ୍ଭ କିମ୍ବା ତଳମହଲାରେ ହେବା ଉଚିତ ନୁହେଁ । ଅଫିସର ବସ୍ ସବୁବେଳେ ଉଚ୍ଚରେ ରହିବା ଦରକାର ।

ଦ୍ଵାର ମୁହଁରେ ସିଧା କୌଣସି କର୍ମଚାରୀ ବସିବା ଉଚିତ ନୁହେଁ । ଅଫିସରେ ପଶିବା ସମୟରେ ମୁହାଁମୁହିଁ କୌଣସି କର୍ମଚାରୀ ବସିବା ଉଚିତ ନୁହେଁ ।

ଅଫିସରେ ଦିଆଯାଇଥିବା ରଂଗ ଗାଢ଼ ହେବା ଉଚିତ ନୁହେଁ । ଏହାଦ୍ଵାରା ନକରାତ୍ମକ ଭାବନା କର୍ମଚାରୀଙ୍କ ଉପରେ ପକାଇଥାଏ ।

ଅଫିସରେ ପିଇବା ପାଣିର ବ୍ୟବସ୍ଥା ଐଶାନ୍ୟ କୋଣରେ ରହିବା ଦରକାର ।

କୁବେର ଉତ୍ତରଦିଗରେ ବାସ କରୁଥିବାରୁ ଅଫିସରେ କ୍ୟାସିୟର ଉତ୍ତରଦିଗରେ ବସିବା ଦରକାର । ଏହାଦ୍ଵାରା ଅଫିସରେ କୌଣସି କ୍ଷତି ଦେଖାଇବାର ସମ୍ଭାବନା ନ ଥାଏ ।

କଂପ୍ୟୁଟର, ଇଲେକଟ୍ରିକ, କିମ୍ବା କଂଣ୍ଟ୍ରୋଲ ପାନେଲ ଆଦି ଅଗ୍ନିକୋଣରେ ରହିବା ଦରକାର ।

ଗୋଟିଏ ଟେବୁଲରେ ଅଧିକ ଲୋକ ବସି କାମ କରିବା ଉଚିତ ନୁହେଁ ।

ଅଫିସରେ ଉପରିସ୍ଥ କର୍ମଚାରୀମାନେ ଦକ୍ଷିଣ ଦିଗରେ ଓ ଅଧସ୍ତନ କର୍ମଚାରୀମାନେ ପଶ୍ଚିମଦିଗରେ ବସିବା ଦରକାର ।

ଅଫିସରେ ମାନନ୍ତୁ ଏହିସବୁ ନିୟମ, ତାହେଲେ ସଫଳତା ନିଶ୍ଚୟ ପାଇବେ ।

   Related Posts