କାର୍ଯ୍ୟକ୍ଷେତ୍ରରେ କବାଟ ସାମ୍ନାରେ ଟେବୁଲ ରଖିବା ଅନୁଚିତ : ଏହାଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ

Published By : Prameya-News7 Bureau | June 24, 2019 IST

ଭୁବନେଶ୍ୱର ୨୪/୬ : ହିନ୍ଦୁ ଧର୍ମ ଶାସ୍ତ୍ରରେ ବାସ୍ତୁଶାସ୍ତ୍ର ଅନେକ ମହତ୍ୱ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ କଲେ ସୁଖ, ଶାନ୍ତି, ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହାସହ ଘରର ପରିବେଶ ମଧ୍ୟ ଶାନ୍ତ ରହେ । ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ବାସ୍ତୁଶାସ୍ତ୍ର ଜୀବନରେ ସୁଫଳ ପ୍ରଦାନ କରିଥାଏ । ସେଥିପାଇଁ ଘର ନିର୍ମାଣ ସମୟରେ ବାସ୍ତୁ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ବାସ୍ତୁ କେବଳ ଘର ପାଇଁ ନୁହେଁ ବରଂ ଅଫିସ ପାଇଁ ମଧ୍ୟ ଉଦ୍ଧିଷ୍ଟ । କାର୍ଯ୍ୟସ୍ଥଳରେ ମଧ୍ୟ ବାସ୍ତୁର ଅନେକ ମହତ୍ୱ ରହିଛି । କାର୍ଯ୍ୟସ୍ଥଳରେ ବାସ୍ତୁଶାସ୍ତ୍ର ଅବଲମ୍ବନ କରି କାର୍ଯ୍ୟ କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବା ସହ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଉଜ୍ଜେନର ଜ୍ୟୋତିଷ ପଣ୍ଡିତ ମନୀଷ ଶର୍ମା କାର୍ଯ୍ୟକ୍ଷେତ୍ର ପାଇଁ କିଛି ବାସ୍ତୁ ଟିପ୍ସ ଦେଇଛନ୍ତି । ଏହି ଟିପ୍ସ ଆପଣେଇବା ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସମ୍ମାନ ବୃଦ୍ଧି ହୋଇଥାଏ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ଆସନ୍ତୁ ଜାଣିବା କିଛି ଟିପ୍ସ :

{"id":126568,"width":576,"height":389}

୧. କାର୍ଯ୍ୟକ୍ଷେତ୍ରରେ କୌଣସି କୋଠରୀର ଠିକ ସାମ୍ନାରେ ଟେବୁଲ ରଖିବା ଅନୁଚିତ । ଏହାଦ୍ୱାରା ସକାରାତ୍ମକ ଶକ୍ତିର ପ୍ରଭାବ କମିଯାଇଥାଏ ।

୨. କବାଟ ସାମ୍ନାରେ କୌଣସି କର୍ମଚାରୀ ବସିବା ଅନୁଚିତ । କବାଟ ସମ୍ମୁଖରେ କୌଣସି ଶୁଭ ଚିହ୍ନ, ସ୍ୱସ୍ତିକ କିମ୍ବା ଗଣେଶଙ୍କ ଫଟୋ ରଖିପାରିବେ ।

{"id":126569,"width":575,"height":383}

୩. କାର୍ଯ୍ୟକ୍ଷେତ୍ରରେ ସବୁଜ କିମ୍ବା ଗାଢ଼ ରଙ୍ଗ ବ୍ୟବହାର କରିବା ଅନୁଚିତ । କାରଣ ଗାଢ଼ ରଙ୍ଗ ଉଜ୍ଜ୍ୱଳତା କମ କରିଦେଇଥାଏ । ଅଫିସରେ ସବୁବେଳେ ଧଳା କିମ୍ବା ଫିକା ରଙ୍ଗ ବ୍ୟବହାର କରିବା ଉଚିତ ।

୪. କାର୍ଯ୍ୟକ୍ଷେତ୍ରରେ ପାଣି ଟାଙ୍କି ଐଶାନ୍ୟ କୋଣରେ ରହିବା ଉଚିତ । ଐଶାନ୍ୟ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ପାଣି ଟାଙ୍କି ରହିବା ଦରକାର ।

{"id":126570}

୫. ଯଦି କାର୍ଯ୍ୟକ୍ଷେତ୍ରରେ କୁବେରଙ୍କ ମୂର୍ତ୍ତି କିମ୍ବା ପ୍ରତିମା ରଖିବାକୁ ଚାହୁଁଛନ୍ତି ତାହେଲେ ଉତ୍ତର ଦିଗରେ ରଖିପାରିବେ । କାରଣ ଉତ୍ତର ଦିଗରେ କୁବେର ବାସ କରନ୍ତି ବୋଲି ବିଚାର କରାଯାଏ ।

୬. ଅଫିସରେ ବସିଥିବା ସମୟରେ ଆପଣଙ୍କ ପିଠି କବାଟ ପଟକୁ ରହିବ ଅନୁଚିତ ।

{"id":126571}

୭. କାର୍ଯ୍ୟକ୍ଷେତ୍ରରେ ଅଦରକାରୀ ଜିନିଷ ରଖିବେ ନାହିଁ । ଏହାଦ୍ୱାରା ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ କର୍ମଚାରୀ ମାନସିକ ଅବସାଦ ଗ୍ରସ୍ତ ହୋଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.