ଆପଣ ନୂଆଘର କରୁଛନ୍ତି କି .. ତାହେଲେ ଧ୍ୟାନ ଦିଅନ୍ତୁ ଏହିସବୁ ଦିଗ ପ୍ରତି..ସୁଖ-ଶାନ୍ତି-ସମୃଦ୍ଧି ଆପଣା ଛାଏଁ ଆସିଯିଵ

Published By : Prameya-News7 Bureau | March 28, 2019 IST

ଆପଣ ଯଦି ନୂଆଘର କରୁଛନ୍ତି କିଛିକଥା ପ୍ରତି ଧ୍ୟାନ ଦିଅନ୍ତୁ । କାରଣ ବାସ୍ତୁଶାସ୍ତ୍ରରେ ରହିଛି ଗୁରୁତ୍ବପୂର୍ଣ୍ଣ ପ୍ରଭାବ । କାରଣ ବାସ୍ତୁ ଜଡ଼ିତ ସହିତ ରହିଛି ଆପଣଙ୍କ ସୁଖ-ଦୁଃଖ-ସୌଭାଗ୍ୟ । କାରଣ ବାସ୍ତୁ ମଣିଷର ଜୀବନ ଶୈଳୀରେ ଆଣିଥାଏ  ଅନେକ ପରିବର୍ତ୍ତନ  । ଯଦି ଆପଣ ନୂଆଘର ତିଆରି କରୁଛନ୍ତି , ତାହେଲେ ଆପଣ ଏସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ ସାରାଜୀବନ ସୁଖରେ ରହିବେ ।

ଘରକୁ ପ୍ରବେଶ କରିବା ସମୟରେ ଯଦି ବାମ କିମ୍ବା ଡ଼ାହାଣ ପାଖରେ କାନ୍ଥ ଥାଏ, ତାହେଲେ ଏହାକୁ ଖାଲି ରଖନ୍ତୁ ନାହିଁ । କାରଣ ଖାଲିଥିବା କାନ୍ଥ  ଜୀବନରେ ଅନେକ ଦୁଃଖ, ଏକ୍ଲାପଣକୁ ସାଥିରେ ଆଣିଥାଏ । ଏହି ଖାଲି କାନ୍ଥରେ କିଛି ଦେବାଦେବୀ କିମ୍ବା କୌଣସି ଛବି ଲଗାନ୍ତୁ ।

ସମସ୍ତଙ୍କ ଜୀବନରେ ସ୍ଵାସ୍ଥ୍ୟ ହେଉଛି ଗୁରୁତ୍ଵପୂର୍ଣ୍ଣ ବିଷୟ । ଆପଣ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେବେ ମାନେ  ନିଦକୁ ,ନିଦକୁ ଦେବେ ମାନେ ବେଡ଼ରୁମକୁ ଗୁରୁତ୍ଵଦେବା ଦରକାର । ବେଡ଼ରୁମ ଏଭଳି ଭାବରେ ବାସ୍ତୁ ଅନୁସାରେ ଗୁରୁତ୍ଵ ଦେବା ନିହାତି ଦରକାର ।

ବେଡ଼ରୁମକୁ ଏପରି ଭାବରେ ଝର୍କା କବାଟର ବ୍ୟବସ୍ଥା କରନ୍ତୁ ଯାହା ମୁକ୍ତବାୟୁ ଚଳାଚଳ କରିପାରିବ । ଅତିକମରେ ନିଜବେଡ଼ରୁମରେ ୨୦ ମିନିଟ ଝର୍କା ଖୋଲାରଖନ୍ତୁ ଏହା ଆପଣଙ୍କ ସ୍ଵାସ୍ଥ୍ୟପ୍ରତି ଉତ୍ତମ ପ୍ରଭାବ ପକାଇବ ।  ଘର କିମ୍ବା ଆସବାବପତ୍ରର ରଂଗକୁ ଅତି ଗାଢ଼ରଂଗ ନକରି ହାଲକା ରଂଗ ଦିଅନ୍ତୁ । ବେଡ଼ରୁମରେ ଦୁଇଟି ଗଦି କିମ୍ବା ଦୁଇଟି ପଲଙ୍କ ବ୍ୟବହାର କରନ୍ତୁ ନାହିଁ । ଏହା ବୈବାହିକ ଜୀବନରେ ଆଣିବ ଝଡ଼ । ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ସଂପର୍କ ଭଲ ରଖିବାକୁ ଚାହୁଁଛନ୍ତି ମାନେ ଆପଣ ବେଡ଼ରୁମ ପ୍ରତି ଗୁରୁତ୍ଵଦେବା ଆବଶ୍ୟକ ।

ଘର ଭିତରେ ଯଦି କୌଣସି ପେଣ୍ଟିଂ କରିବାକୁ ଚାହୁଁଛନ୍ତି ତାହେଲେ ନଈ,ବୋହିଯାଉଥିବା ଝରଣା,ସୁନାମାଛ ଆଦିର ଚିତ୍ର କରନ୍ତୁ ସୁଖ-ସୌଭାଗ୍ୟ ଆପଣଙ୍କ ପାଖରେ ସବୁଦିନ ପାଇଁ ଛାଡ଼ିଯିବ ନାହିଁ ।

ଘରେ ଆକ୍ଵାରିୟମ ରଖିଲେ ମଧ୍ୟ ବହୁତ ଭଲ । କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଆକ୍ଵାରିୟମରେ ବଢ଼ୁଥିବା ମାଛ ଯଦି ସୁସ୍ଥ ସବଳ ଭାବରେ ବଢ଼େ , ଚଳପ୍ରଚଳ କରେ ତାହେଲେ ଆପଣଙ୍କ ଘରେ ମଧ୍ୟ ଧନସଂପଦ ବଢ଼ିଵା ସହ ଭାଗ୍ୟ ପରିବର୍ତ୍ତନ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.