ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘରେ ରଖନ୍ତୁ ଏହି ସବୁ ଜିନିଷ, ବର୍ଷିବ ମା'ଲକ୍ଷ୍ମୀଙ୍କ କୃପା

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ ୧୭।୦୧:  ସାଧାରଣତଃ ବାସ୍ତ ଶାସ୍ତ୍ର ଅନୁସାରେ, ଘରେ ଉପସ୍ଥିତ ବସ୍ତୁଗୁଡ଼ିକ ଏବଂ ସେମାନଙ୍କୁ ରଖିବାର ଉପାୟ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ତେବେ ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଘରେ ଉପସ୍ଥିତ ଥିବା ସମସ୍ତ ଜିନିଷର ଶକ୍ତି ଥାଏ, ଯାହା ବ୍ୟକ୍ତିଙ୍କ ଉପରେ ସକରାତ୍ମକ ବା ନକାରାତ୍ମକ ପ୍ରଭାବ ପକାଇଥାଏ । ପ୍ରାୟତଃ କୁହାଯାଏ ଯେ ଯଦି ଘରେ ବାସ୍ତୁ ଦୋଷ ବା ତ୍ରୁଟି ଥାଏ, ତେବେ ଅନେକ ଥର କରାଯାଉଥିବା କାର୍ଯ୍ୟ ମଧ୍ୟ ଖରାପ ହେବାକୁ ଲାଗେ। ଯେକୌଣସି କାର୍ଯ୍ୟ ହେଉ କିମ୍ବା ଆଉ କିଛିରେ ଉନ୍ନତି ହୁଏ ନାହିଁ । ତେବେ ଚାଲନ୍ତୁ ଜାଣିବା ଘରର ମନ୍ଦିରରେ କେଉଁ ଭଳି ଭାବେ ଜିନିଷ ରଖାଯିବା ଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର ଅନୁଗ୍ରହ କୃପା ହୋଇଥାଏ ।

ଅନ୍ୟପଟେ ବାସ୍ତୁ ଅନୁଯାୟୀ, ଗୃହରେ ଥିବା ମନ୍ଦିରର ସଠିକ୍ ଦିଗ ହେଉଛି ଉତ୍ତର-ପୂର୍ବ ଦିଗ ଯାହାକି ସବୁଠୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଯଦି ଆପଣ ଏହି ଦିଗରେ ଏକ ମନ୍ଦିର ନିର୍ମାଣ କରନ୍ତି, ତେବେ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ରହିବ। ଯଦି ଦକ୍ଷିଣ ଦିଗରେ ମନ୍ଦିର ନିର୍ମାଣ ହେବା ଉଚିତ୍ ନୁହେଁ । କୁହାଯାଏ ଯେ ଏହା କରିବା ଦ୍ୱାରା ଟଙ୍କା ନଷ୍ଟ ହେବା ସହ ବହୁତ କିଛି କ୍ଷତି ହେବାର ସମ୍ଭାବନା ଥାଏ ।

୧- ମୟୂର ପୁଛ- ଭଗବାନ କୃଷ୍ଣ ମୟୂର ପୁଛ ବହୁତ ପ୍ରିୟ । କୁହାଯାଏ ଯେ ପୂଜାପାଠରେ ମୟୂରର ପୁଛ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ଘରେ ରହିଥାଏ । ବାକି ଖରାପ ହେବାର ଥିଲେ ତାହା ଦୁର ହୋଇଯାଏ ।

୨-ଶଙ୍ଖ - ଘରେ ନିୟମିତ ଶଙ୍ଖ ଫୁଙ୍କିଲେ ସକରାତ୍ମକ ଶକ୍ତି ଆଣିଥାଏ । କୁହାଯାଏ ଯେ ପୂଜାପାଠ ସ୍ଥାନରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଦ୍ବାରା ଘରେ ସୁଖ ଏବଂ ଶାନ୍ତି ବଜାୟ ରଖେ ।

୩- ଗଙ୍ଗାଜଳ- ହିନ୍ଦୁ ଧର୍ମରେ ଗଙ୍ଗଜଳର ବିଶେଷ ମହତ୍ତ୍ୱ ରହିଛି କାହିଁକି ନା ଏହା ଅତ୍ୟନ୍ତ ପବିତ୍ର । କୁହାଯାଏ ଗଙ୍ଗାର ଜଳ କେବେ ବି ନଷ୍ଟ ହୁଏ ନାହିଁ । ତେଣୁ ଗଙ୍ଗାଜାଲକୁ ପୂଜାପାଠ ସ୍ଥାନରେ ରଖିବା ଜରୁରୀ । ଏପରି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ ହୁଅନ୍ତି।

୪-ଶାଳଗ୍ରାମ- ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କ ରୂପ ଭାବରେ ବିବେଚନା କରାଯାଏ ।  ଭଗବାନ ଶାଳଗ୍ରାମଙ୍କୁ ପୂଜାପାଠରେ ରଖିବା ଅତ୍ୟନ୍ତ ଶୁଭ ବୋଲି କରାଯାଏ । ଘରେ ପାଇଁ ସକରାତ୍ମକ ପ୍ରଭାବ ପକାଇଥାଏ । ଏପରି କରିବା ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.