Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ଖରାପ ବିଜୁଳି ଉପକରଣ ରଖିବା ଅଶୁଭ, ହୋଇଥାଏ ଧନ ହାନି: ବାସ୍ତୁଶାସ୍ତ୍ର ଅନୁସାରେ ଘରେ କ’ଣ ରଖିବା ଉଚିତ କ’ଣ ରଖିବା ଅନୁଚିତ ଜାଣନ୍ତୁ

ଭୁବନେଶ୍ୱର ୨୧/୪ : ଘରର ବସ୍ତୁ ଆମ ଜୀବନରେ ଗଭୀର ପ୍ରଭାବ ପଡିଥାଏ | ଅନେକ ଥର ଛୋଟ ଛୋଟ ଭୁଲ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ଏହି ସବୁ ଭୁଲ ପାଇଁ ଆମେ ମା ଲକ୍ଷ୍ମୀଙ୍କ କୃପାରୁ ବଂଚିତ ହୋଇଥାଉ | ବସ୍ତୁଶାସ୍ତ୍ର ଅନୁସାରେ ଘରେ ଅନେକଥର ଏମିତି କିଛି ଘଟଣା ହୋଇଥାଏ ଯାହାକୁ ଆମେ ଅଣଦେଖା କରିଦେଇଥାଉ | କିନ୍ତୁ ଏହିସବୁ ଛୋଟ ଛୋଟ ଜିନିଷକୁ ଅଣଦେଖା କରିବା ବେଳେବେଳେ ସମସ୍ୟା ସୃଷ୍ଟି କରିଥାଏ ଏବଂ ଆମର କ୍ଷତି ହୋଇଥାଏ |


ବାସ୍ତୁଶାସ୍ତ୍ରରେ ଅନୁସାରେ ଘରେ ବୁଢିଆଣୀ ଜାଲ ରହିବା ଅଶୁଭ ବୋଲି କୁହାଯାଏ | ସେଥିପାଇଁ ବୁଢିଆଣୀ ଜାଲ ଘରେ ହେବ ପୂର୍ବରୁ ଘରକୁ ସଫା ସୁତୁରା ରଖିବା ଉଚିତ | ଘରର ଯେଉଁ କୋଣରେ ବି ବୁଢିଆଣୀ ଜାଲ ଲାଗିଥିବା ଦେଖିବେ ତୁରନ୍ତ ତାକୁ ସଫା କରିଦେବା ଉଚିତ |


ଭଙ୍ଗା ଅଇନା ବା ଦର୍ପଣ ମଧ୍ୟ ଘରେ ରଖିବା ଅଶୁଭ ହୋଇଥାଏ | ଘରେ ଭଙ୍ଗା ଦର୍ପଣ ରଖିବା ଦ୍ୱାରା ଘର ମଧ୍ୟକୁ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ | ସେଥିପାଇଁ ଘରେ ଭଙ୍ଗା ଦର୍ପଣ ଦେଖିଲେ ତୁରନ୍ତ ତାକୁ ବାହାର କରିଦେବା ଉଚିତ |


ଘର ମଧ୍ୟକୁ ବାଦୁଡ଼ି ପ୍ରବେଶ କରିବା ଅତ୍ୟନ୍ତ ଅଶୁଭ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି | ବାସ୍ତୁ ବିଜ୍ଞାନ ଅନୁଯାୟୀ, ଘରକୁ ବାଦୁଡ଼ି ଆସିଲେ ଅଶୁଭ ଖବର ମିଳିଥାଏ | ଏକ ଏକାକୀପଣକୁ ସୁଚାଇଥାଏ | ଏହାଛଡା ଘରେ କୌଣସି ଅଶୁଭ କିମ୍ବା ଦୁର୍ଘଟଣା ଘଟିବାର ସଂକେତ ଦେଇଥାଏ |


ବେଳେବେଳେ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥାଏ | ଘର କାନ୍ଥରେ ଫାଟ ଦୃଷ୍ଟି ହେବ ମଧ୍ୟ ଅଶୁଭ | ସେଥିପାଇଁ ଯେଉଁଠାରେ ଫାଟ ଦେଖିବେ ତାକୁ ତୁରନ୍ତ ସଜାଡି ଦେବା ଉଚିତ | ଘର କାନ୍ଥ ଫାଟ ଧନ ପାଇଁ ଅତ୍ୟନ୍ତ ଅଶୁଭ |


ପାଣି ପାଇପରୁ ପାଣି ବୁନ୍ଦା ବୁନ୍ଦା ହୋଇ ପଡିବ ମଧ୍ୟ ଅଶୁଭ ବୋଲି ବିଚାର କରାଯାଏ | ପାଇପରୁ ପାଣି ପଡିଲେ ଧାନ ହାନି ହୋଇଥାଏ | ସେଥିପାଇଁ ପାଇପରୁ ପାଣି ପଡୁଥିବା ଦେଖିବା କ୍ଷଣି ତାକୁ ତୁରନ୍ତ ଠିକ କରିଦେବା ଉଚିତ |


ଘର ଛାତ ଉପରେ ଅଦରକାରୀ ଜିନିଷ ଏବଂ କବାଡି ଏକତ୍ରିତ କରି ରଖିବା ଅନୁଚିତ | ଏହାଦ୍ୱାରା ଘରର କ୍ଷତି ହୋଇଥାଏ | ତାଛଡା ବର୍ଷ ଦିନରେ ସେଠାରେ ପାଣି ଜମା ହୋଇ ଘରର ଛାତ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଥାଏ |


ପୂଜା ଘରେ କେବେ ମଧ୍ୟ ବାସି ଫୁଲ ଏକାଠି କରି ରଖିବେ ନାହିଁ | ବାସି ଫୁଲ ପ୍ରତିଦିନ ବାହାର କରି ବାହାରେ କିମ୍ବା ଅନ୍ୟ ଜାଗାରେ ଏକତ୍ରିତ କରି ଫୋପାଡ଼ି ଦେବେ କିମ୍ବା ପାଣିରେ ଭସାଇଦେବେ |


ଘରେ ଖରାପ ହୋଇ ପଡିଥିବା ବିଜୁଳି ଉପକରଣ କେବେ ମଧ୍ୟ ରଖିବା ଉଚିତ ନୁହେଁ | ଏହାର ପ୍ରଭାବରେ ଘରରେ ଅଶୁଭ ଘଟଣା ଘଟିଥାଏ | ଖରାପ ଉପକରଣକୁ ସଜାଡି ଦେବା ଉଚିତ ନଚେତ ଫୋପାଡ଼ି ଦେବା ଭଲ |


ଘରେ ପାରା ଭାଡ଼ି ତିଆରି କରିବା ଵାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ | ଏହାଦ୍ୱାରା ବଡ ଧରଣର ସଙ୍କଟ ଦେଖାଦେଇଥାଏ ବୋଲି ବିଶ୍ୱାସ କରାଯାଏ |

777 Views

   ସମ୍ବନ୍ଧିତ ଖବର