Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କ ସୁଖମୟ ଜୀବନର ଚାବିକାଠି ଉତ୍ତର-ପୂର୍ବ ଦିଗ : ଜାଣନ୍ତୁ ଏହି ଦିଗରେ କ’ଣ ରଖିବା ଉଚିତ୍‌ ଏବଂ କ’ଣ ଭୁଲରେ ବି ରଖିବା କଥା ନୁହେଁ

15/08/2020 at 6:45 PM

ବାସ୍ତୁ ଅନୁସାରେ ଉତ୍ତର-ପୂର୍ବ ଦିଗ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ବୋଲି କୁହାଯାଇଥାଏ। ଏଥିରୁ ବାହାରୁଥିବା ଉର୍ଜାର ସିଧାସଳଖ ଭାବେ ଆମ ଜୀବନ ଏବଂ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ କିଛି ଖାସ୍ କଥା ପ୍ରତି ଧ୍ୟାନ ରଖି ଆନନ୍ଦମୟ ଜୀବନ ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ କରାଯାଇପାରିବ। ଆସନ୍ତୁ ଜାଣିବା ଘର ସହ ଜଡ଼ିତ ଖାସ୍ ବାସ୍ତୁ ଟିପ୍ସ :

 –          ଘରର ଈଶାନ କୋଣ(ପୂର୍ବ-ଉତ୍ତର)କୁ ଖାଲି ରଖନ୍ତୁ ଏବଂ ସଫା-ସୁତୁରା ପ୍ରତି ଖାସ୍ ଧ୍ୟାନ ରଖନ୍ତୁ। ସମ୍ଭବ ହେଲେ ଏଠାରେ ପୂଜା ଘର ବନାନ୍ତୁ। ଏହା ଦ୍ବାରା ଘରର ଏପରି ଦୋ​ଷ ଦୂର ହେବ ଯାହା ଟଙ୍କା ପଇସାକୁ ରୋକିଥାଏ।

–          ଉତ୍ତର-ପୂର୍ବ ଦିଗରେ କୌଣସି ନକରାତ୍ମକ ବସ୍ତୁ ଯେପରି ଜୋତା,ଚପଲ ରଖନ୍ତୁ ନାହିଁ। ଏହା ଦ୍ବାରା ଉତ୍ତର-ପୂର୍ବ ଦିଗରେ ଦୋ​‌ଷ ଉତ୍ପନ୍ନ ହୋଇଥାଏ।

–          ଏହି କ୍ଷେତ୍ରରେ ସ୍ବଚ୍ଛତା ପ୍ରତି ବିଶେ​‌​ଷ ଧ୍ୟାନ ରଖନ୍ତୁ। ଏଠାରୁ କସ୍ମିକ ଉର୍ଜା ଉତ୍ପନ୍ନ ହୋଇଥାଏ,ଯାହା ଦ୍ବାରା ବ୍ୟକ୍ତି ସୁସ୍ଥ ରହିଥାଏ। ଧ୍ୟାନ ରଖନ୍ତୁ ଯେ ଉତ୍ତର-ପୂର୍ବ ଦିଗରେ ଖୋଲା ରହିବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି।

–          ଉତ୍ତର-ପୂର୍ବ ଭୂମି ତତ୍ତ୍ବର ଦିଗ ରହିଛି,ଯେଉଁ ବ୍ୟକ୍ତିଙ୍କ ଜନ୍ମ ତିଥିରେ ୨,୫ ଏବଂ ୮ଅଙ୍କ ହୋଇନଥାଏ ସେମାନେ ହାଡ଼ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କୁ ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଜୋନରେ ହଳଦିଆ ରଙ୍ଗ କରାଇବା ଉଚିତ୍।

–          କାହାର ଜାତକରେ ଯଦି ଗୁରୁ ପ୍ରଭାବରେ ନାହାନ୍ତି ଏବଂ ଆପଣଙ୍କ ଉତ୍ତର-ପୂର୍ବ ଜୋନରେ ବାସ୍ତୁ ଦୋଷ ରହିଛି ତେବେ ଏପରି ବ୍ୟକ୍ତିଙ୍କୁ ପାଚନ ତନ୍ତ୍ର ସମ୍ବନ୍ଧୀୟ,ଗଲ୍ ବ୍ଲାଡର,ରକ୍ତଚାପ,କାମଳ ରୋଗ ହେବାର ଆଶଙ୍କା ଥାଏ।

 

   Related Posts