ଆପଣଙ୍କ ସନ୍ତାନ ଭଲ ନପଢିବାର କାରଣ ଜାଣନ୍ତୁ ଆଉ କରନ୍ତୁ ଏହି ପ୍ରତିକାର : ପାଇବେ ବହୁତ ଭଲ ଫଳ

Published By : Prameya-News7 Bureau | November 21, 2018 IST

ଭୁବନେଶ୍ୱର ୨୧/୧୧ : ଯଦି ଆପଣଙ୍କର ସନ୍ତାନ ଅଧ୍ୟୟନ ପାଇଁ ଏକାଗ୍ରତା ଆଣିପାରୁନାହାନ୍ତି ତେବେ ଏହା ନିଶ୍ଚିତ ସତ୍ୟ ଅଟେ ଯେ ସେମାନେ ଭୁଲ ସ୍ଥାନରେ ବସି ଅଧ୍ୟୟନ କରୁଛନ୍ତି । ତେଣୁ ପିଲାଙ୍କ ଅଧ୍ୟୟନର ଦିଗ ଛିକ କଲେ ଲେମାନେ ବେଶ ଉପକୃତ ହୋଇପାରିବେ । ପ୍ରତ୍ୟେକ ଦିଗର କିଛି କିଛି ସ୍ବତନ୍ତ୍ର ଏବଂ ଭଳ ଗୁଣ ରହିଛି । ସେହିଭଳି ପ୍ରତ୍ୟେକ ଦିଗର କିଛି କିଛି ଖରାପ ଗୁଣ ମଧ୍ୟ ରହିଛି । ତେବେ ଅଧ୍ୟୟନ ପାଇଁ କୋଉ ଦିଗ ପ୍ରକୃଷ୍ଠ ଏବଂ କେଉଁ ଦିଗ ବର୍ଜନୀୟ ଆସନ୍ତୁ ଜାଣିବା- (୧)ମନେରଖନ୍ତୁ ଘରର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଅଧ୍ୟୟନ ପାଇଁ ଉପଯୁକ୍ତ ହୋଇନଥାଏ । ସେହିଭଳି ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ମଧ୍ୟ ଉପଯୁକ୍ତ ସ୍ଥାନ ନୁହେଁ । ଏହି ଦିଗରେ ବସି ଅଧ୍ୟୟନ କରିଲେ ବିସ୍ମରଣ ହୋଇଯାଏ । (୨)ଯଦି ଉତ୍ତର-ଉତ୍ତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ କେହି ଅଧ୍ୟୟନ କରନ୍ତି ତେବେ  ତାଙ୍କର ଅଧିକ ସମୟ କମ୍ପ୍ୟୁଟର୍ କିମ୍ବା ଟେଲିଭିଜନ୍ ଦେଖିବାରେ ସମୟ ଅତିବାହିତ ହୋଇଥାଏ । ଆହୁରି ମଧ୍ୟ ସେ  ଆମୋଦ ପ୍ରମୋଦରେ ବୁଡି ରୁହନ୍ତି । (୩)ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଅଧ୍ୟୟନ କରନ୍ତି ତାହେଲେ ମନରେ ସଦାସର୍ବଦା ଉଦବେଗ ସୃଷ୍ଟି ହୋଇଥାଏ । ତେଣୁ ଅଧ୍ୟୟନ ପାଇଁ ଏହି ଦିଗ ମଧ୍ୟ ଉପଯୁକ୍ତ ନୁହେଁ । (୪)ଅଧ୍ୟୟନ କକ୍ଷ ପାଇଁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ଉତ୍ତମ ଅଟେ । ଯାହାକି ଶିକ୍ଷା ଓ ସଂଚୟର ମନବୃତ୍ତି ପିଲାଙ୍କ ମନରେ ସୃଷ୍ଟି କରିଥାଏ । ଏହି ଦିଗର କକ୍ଷକୁ କ୍ରିମ୍ ରଙ୍ଗ କରନ୍ତୁ । ଏଥିସହିତ ଏହି ଦିଗରେ କୈାଣସି ବାସ୍ତୁଦୋଷ ଯଦି ଥାଏ ତେବେ ତାକୁ ଦୁର କରନ୍ତୁ । ପିଲାଙ୍କର ସ୍କୁଲ୍ ବହି ଓ ପଢ଼ିବା ସାମଗ୍ରୀ ପଢ଼ିବା ଟେବୁଲ୍ ପାଖରେ ରଖନ୍ତୁ । ଏହି ଦିଗକୁ ଉଜ୍ଜଳ ଧଳା କିମ୍ବା ହଳଦିଆ ବଲବରେ ଆଲୋକିତ କରାନ୍ତୁ । ଯାହାଫଳରେ ପଢ଼ାପ୍ରତି ଏକାଗ୍ରତା ଆସିବ ଏବଂ  ଜ୍ଞାନବୃଦ୍ଧିରେ ସହାୟକ ହେବ । (୫)ଅଧ୍ୟୟନ କକ୍ଷ ପାଇଁ ଉତ୍ତର-ପୂର୍ବ ଅତ୍ୟନ୍ତ ପ୍ରକୃଷ୍ଠ । ଏହା ଜ୍ଞାନ ବର୍ଦ୍ଧିତ କରିଥାଏ । ଯଦି ଏହି ଦିଗ କଟିଥାଏ, ରୋଷେଇା ଘର ଥାଏ, ସ୍ନାନଘର ଥାଏ କିମ୍ବା ଭୁଲ୍ ରଙ୍ଗ ହୋଇଥାଏ (୬)ତେବେ ପିଲାଙ୍କର ଏକାଗ୍ରତା ଆସିନଥାଏ । ଏକାଗ୍ରତା ପାଇଁ ଏହି ଦିଗକୁ ଧଳା ରଙ୍ଗ କିମ୍ବା କ୍ରିମ୍ ରଙ୍ଗ କରନ୍ତୁ । କାନ୍ଥରେ ସ୍ୱସ୍ତିକ୍ ଚିହ୍ନ ଲଗାନ୍ତୁ । ଏହି ଦିଗରେ ସନ୍ତାନମାନଙ୍କର ପଢ଼ା ଟେବୁଲ୍ ରଖନ୍ତୁ ନାହିଁ । ଏହି ଦିଗରେ ଧାର୍ମିକ ଓ ଆଧ୍ୟାତ୍ମିକ ରିସର୍ଚ କରୁଥିବା ଘରର ବଡ଼ ସଦସ୍ୟମାନଙ୍କ ଲାଗି ସର୍ବୋତ୍ତମ ଅଟେ । (୭)ଦକ୍ଷିଣ-ପଶ୍ଚିମ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ । ଏହି ଦିଗ  ପଢ଼ିବାର ଦକ୍ଷତା ଏବଂ ସମ୍ପର୍କକୁ ସୂଚାଇଥାଏ । ନିଜର ଗୁରୁ ବା ପିତୃ ପୁରୁଷଙ୍କର ଛବି ଏହି ଦିଗରେ ଲଗାନ୍ତୁ । ଯାହା ଫଳରେ କି ସେମାନଙ୍କର ଆଶୀର୍ବାଦ ଉନ୍ନତି ପଥରେ ନେବ । ଏହି ଦିଗ ଲେଖିବାର ଶୈଳୀକୁ ଉନ୍ନତ କରିଥାଏ । ଏହି ଦିଗରେ ପଢ଼ା ଟେବୁଲ୍ ରଖିବା ଉଚିତ୍ ଅଟେ । ଏହି ଦିଗରେ  ଟଏଲେଟ୍ କିମ୍ବା ଡଷ୍ଟବିନ୍‌ ରଖନ୍ତୁ ନାହିଁ । (୮)ସନ୍ତାନମାନଙ୍କର ଯଦି ଅଧ୍ୟୟନ କକ୍ଷ ପୂର୍ବ ଦିଗରେ ରହେ ତେବେ ସେମାନେ ରାଜନୀତି ବିଜ୍ଞାନ ପଢ଼ିବା ପାଇଁ ଆଗ୍ରହ ହୋଇଥାଏ । (୯)ଯଦି ଅଧ୍ୟୟନ ଟେବୁଲ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନକୁ ବୋଝ ରୂପରେ ନେଇଥାନ୍ତି । (୧୦)ଯଦି ଅଧ୍ୟୟନ ଟେବୁଲ ଉତ୍ତର ଦିଗରେ ଥାଏ ତେବେ ପିଲାମାନେ ନିଜର କ୍ୟାରିଅର୍ ପ୍ରତି ସଜାଗ ରୁହନ୍ତି ଏବଂ ଆଇ.ଏ.ଏସ୍, ଏମ୍.ବି.ଏ ଭଳି କ୍ଷେତ୍ରପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି । (୧୧)ଯଦି ଅଧ୍ୟୟନ ଟେବୁଲ୍ ଦକ୍ଷିଣ ଦିଗରେ ଥାଏ ତେବେ ସନ୍ତାନମାନେ ଅଳସୁଆ ହୋଇଥାନ୍ତି କିମ୍ବା ଅଧିକାଂଶ ସମୟ ଶୋଇଥାନ୍ତି । (୧୨)ଅଧ୍ୟୟନ ଟେବୁଲ୍ ଯଦି ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଓ ପରୀକ୍ଷାରେ ଅତି ଉତ୍ତମ ନମ୍ବର ରଖି ଉତୀର୍ଣ୍ଣ ହୁଅନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.