ଶୋଇବା ବେଳେ ଏହି ୧୬ଟି କଥା ଉପରେ ଧ୍ୟାନ ଦିଅନ୍ତୁ : ସୁଖ, ସମୃଦ୍ଧି, ବିଦ୍ୟା, ଯଶ ଓ ପୌରୁଷ ଲାଭ କରିବେ

Published By : Prameya-News7 Bureau | November 20, 2018 IST

ଭୁବନେଶ୍ୱର ୨୦/୧୧ : ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ତ୍ବର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ । (୧) ତ୍ତରପୂର୍ବ ଦିଗ - ଯଦି ଏହି ଦିଗରେ ଶୟନ କକ୍ଷ ଥାଏ ତେବେ ସଦାସର୍ବଦା ଆପଣ ଚିନ୍ତିତ ରୁହନ୍ତି । ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି । ଅଧିକାଂଶ ସମୟରେ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ । ଅଧିକ ଦିନ ଧରି ଯଦି ଏହି ଶୟନ କକ୍ଷକୁ ବ୍ୟବହାର କରାଯାଏ ତେବେ ମାନସିକ ରୋଗରେ ପିଡୀତ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ଦିଗରେ ଥିବା ଶୟନ କକ୍ଷର ବ୍ୟବହାର କରନ୍ତୁ ନାହିଁ । (୨) ପୂର୍ବ-ଉତର-ପୂର୍ବ ଦିଗ -ଏହି ଦିଗରେ ଶୟନ କକ୍ଷ ଆପଣଙ୍କୁ ଆନ୍ତରିକ ସୁଖ ଦେଇଥାଏ ଏବଂ ଜୀବନର ଉଦ୍ଦେଶ୍ୟକୁ ସଫଳ କରିଥାଏ । ଆପଣ ସଦାସର୍ବଦା ନୂତନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିଥାନ୍ତି । ଏହି ଦିଗରେ ଥିବା ଶୟନ କକ୍ଷ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଅତ୍ୟଧିକ ଭଲ ଅଟେ । (୩)ପୂର୍ବ ଦିଗ -ଏହି ଦିଗରେ ଯଦି ଶୟନ କକ୍ଷ ଥାଏ ତେବେ ଆପଣଙ୍କର ସମ୍ପର୍କ ସମାଜ ସହିତ ଅତ୍ୟଧିକ ଉନ୍ନତ ହୋଇଥାଏ । ଆପଣ ସମାଜର ଅଧିକାଂଶ କାର୍ଯ୍ୟରେ ଭାଗିଦାର ହୋଇଥାନ୍ତି । ଯଦି ଆପଣ ଜଣେ ରାଜନୈତିକ ନେତା କିମ୍ବା ଗୁରୁ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ । (୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -ଏହି ଦିଗରେ ଶୟନ କକ୍ଷ ଥିଲେ ଆପଣଙ୍କ ମନରେ ସଦାସର୍ବଦା ଉଦ୍ବେଗ ବା ଉତ୍କଣ୍ଠା ଲାଗିରହେ । ଆପଣ ଛୋଟ ଛୋଟ କଥାକୁ ଏତେ ତର୍ଜମା କରନ୍ତି ଯେ ତାର ଫଳ କିଛି ମିଳିନଥାଏ ଓ କୈାଣସି ନିଷ୍ପତ୍ତିରେ ପହଂଚି ପାରିନଥାନ୍ତି । ଆପଣ ଭୈାତିକ ସୁଖକୁ ସହଜରେ ଆପଣାର କରିପାରନ୍ତି ନାହିଁ । ନିକଟତମ ସମ୍ପର୍କୀୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହେନାହିଁ । ଏହି ଶୟନ କକ୍ଷ ଦଶ ବର୍ଷରୁ ଛୋଟ ସନ୍ତାନଙ୍କ ପାଇଁ  ଶୁଭ ଅଟେ । କାରଣ ହେଲା ଯେ ସେମାନଙ୍କର ବିଶ୍ଳେଷଣ କରିବାର ଦକ୍ଷତା ବୃଦ୍ଧି ପାଇଥାଏ । (୫) ଦକ୍ଷିଣ-ପୂର୍ବ ଦିଗ -ଏହି ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ । (୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ - ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ଆନ୍ତରିକ ଆତ୍ମ ବିଶ୍ୱାସକୁ ବୃଦ୍ଧି କରାଇଥାଏ ଓ ଆପଣଙ୍କର ଶାରୀରିକ ଶକ୍ତିକୁ ବୃଦ୍ଧି କରାଇଥାଏ । (୭) ଦକ୍ଷିଣ ଦିଗ -ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ମନରେ ଶାନ୍ତି ଆଣଥାଏ । ଆପଣ ଆମୋଦ ପ୍ରମୋଦ ଓ ମନୋରଞ୍ଜନରେ ରହିଥାନ୍ତି । ଯେଉଁମାନଙ୍କୁ ନିଦ ହୋଇନଥାଏ ସେମାନେ ଏହି ଦିଗରେ ଥିବା ଶୟନ କକ୍ଷ ବ୍ୟବହାର କରିବା ଉଚିତ୍ ଅଟେ । (୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସଦାସର୍ବଦା ରୋଗରେ ପିଡୀତ କରାଇଥାଏ । ଆପଣଙ୍କର ଶକ୍ତିକୁ କମ୍ କରିଥାଏ । (୯) ଦକ୍ଷିଣ-ପଶ୍ଚିମ ଦିଗ -ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କର ଦକ୍ଷତାକୁ ବୃଦ୍ଧି କରାଇଥାଏ । ଆପଣଙ୍କ ସହିତ ଅନ୍ୟମାନଙ୍କର ସମ୍ପର୍କରେ ନିବିଡତା ଆଣିଥାଏ । ଯେଉଁମାନେ କଲେଜ ଛାତ୍ର ଅଟନ୍ତି ସେମାନେ ଏହି ଶୟନ କକ୍ଷକୁ ବ୍ୟବହାର କଲେ ତାଙ୍କର ପଢ଼ିବାରେ ଏବଂ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ପାଇଥାଏ । (୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ - ଏହି ଦିଗରେ ଥିବା ଶୟନ କକ୍ଷ ସ୍କୁଲ୍ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପରୀକ୍ଷାରେ ଭଲ ନମ୍ବର୍ ରଖିଥାନ୍ତି । ଉଚ୍ଚ ଶିକ୍ଷା ପାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣ ବ୍ୟବସାୟୀ କିମ୍ବା ଷ୍ଟକ୍ ମାର୍କେଟ୍ରେ ନିବେଶ କରୁଥାଆନ୍ତି ତେବେ ଏହି ଶୟନ କକ୍ଷ ଆପଣଙ୍କର ପାଇଁ ଲାଭପ୍ରଦ ଅଟେ । (୧୧) ପଶ୍ଚିମ ଦିଗ -ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଓ ଲାଭ ଦେଇଥାଏ । (୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -ଏହି ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ । ଯଦି ଆପଣଙ୍କର କାନ୍ଦିବା ପାଇଁ ଇଛା ହେଉଅଛି ତେବେ ଏହି ଶୟନ ଉତ୍ତମ ଅଟେ । (୧୩) ଉତର-ପଶ୍ଚିମ ଦିଗ -ଯଦି ଆପଣ କୈାଣସି ଗୁରୁତ୍ୱପୁର୍ଣ୍ଣ ମିଟିଂ ରେ ଭାଗ ନେବାକୁ ଚାହୁଁଛନ୍ତି ଓ ସେଥିରେ ଜୟଯୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସାହାଯ୍ୟ କରିଥାଏ । ଆପଣ ସମସ୍ତ ପ୍ରକାରର ସାହାଯ୍ୟ  ବ୍ୟାଙ୍କ୍ ଓ ସରକାରଙ୍କ ଠାରୁ ସାହାଯ୍ୟ ପାଇପାରିବେ । (୧୪) ଉତର-ଉତର-ପଶ୍ଚିମ ଦିଗ - ନୂତନ ବିବାହିତ ବ୍ୟକ୍ତିଙ୍କ ପାଇଁ ଏହି ଦିଗରେ ଥିବା ଶୟନ କକ୍ଷ ଅତ୍ୟଧିକ ଲାଭପ୍ରଦ ହୋଇଥାଏ । ଯେଉଁ ସନ୍ତାନମାନଙ୍କର ବିବାହ ବୟସ ହୋଇନଥାଏ ସେମାନେ ଏହି ଶୟନ କକ୍ଷ ବ୍ୟବହାର କରିବା ଉଚିତ୍ ନୁହେଁ । (୧୫) ଉତ୍ତର ଦିଗ -ଯଦି ଆପଣ ଅଳସୁଆ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ । ଯଦି ଆପଣଙ୍କର ସନ୍ତାନମାନେ ବିଶୃଙ୍ଖଳିତ ଅଟନ୍ତି ତେବେ ଏହି ଏହି ଶୟନ କକ୍ଷକୁ ବ୍ୟବହାର କରିପାରିବେ । ଯଦି ଆପଣ ଆପଣଙ୍କ କ୍ୟାରିଅର ଉନ୍ନତି ଏବଂ ଧନ ଉପାର୍ଜନ କରିବାକୁ ଚାହାଁନ୍ତି ତେବେ ଏହି ଦିଗର ଶୟନ କକ୍ଷ ଆପଣଙ୍କ ପାଇଁ ଉତ୍ତମ ଅଟେ । (୧୬) ଉତର-ଉତର-ପୂର୍ବ ଦିଗ - ରୋଗୀମାନେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କଲେ ଶିଘ୍ର ସ୍ୱାସ୍ଥ୍ୟଲାଭ କରିଥାନ୍ତି । ଔଷଧ ଏହି କକ୍ଷରେ ରଖିଲେ ତାହା ଚମତ୍କାର ରୂପରେ କାମ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.