ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରଖିବାକୁ ଚାହୁଁଥିଲେ ଭୁଲରେ ବେଡ଼ ରୁମରେ ରଖିବେ ନାହିଁ ଏହିସବୁ ଜିନିଷ

Published By : Prameya-News7 Bureau | December 15, 2018 IST

ଭୁବନେଶ୍ୱର ୧୫/୧୨ : ଘରର ପ୍ରତ୍ୟେକ କୋଣ ଅନୁକୋଣରେ ବାସ୍ତୁର ଗୁରୁତ୍ବ ରହିଛି | ବାସ୍ତୁ ସମ୍ବନ୍ଧିତ ବିଭିନ୍ନ ନିୟମ ପାଳନ ଦ୍ୱାରା ଆମ ଜୀବନରେ ଆସୁଥିବା ଅନେକ ସମସ୍ୟାର ସମାଧାନ ହୋଇଯାଇଥା | ଘରର ଏକ ମୁଖ୍ୟ ଅଂଶ ହେଲା ଶୋଇବାଘର  | ଶୋଇବାଘରେ ସ୍ୱାମୀ ସ୍ତ୍ରୀ ମୂଲ୍ୟବାନ ସମୟ ଅତିବାହିତ କରିଥାନ୍ତି | ବୈବାହିକ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କର ମହତ୍ୱ ଅନେକ | ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ଦୃଢ ଏବଂ ଗଭୀର କରିବା ଦିଗରେ ବାସ୍ତୁଶାସ୍ତ୍ରର ଅବଦାନ ରହିଛି | 

{"id":63889,"width":590,"height":327}

 ଆସନ୍ତୁ ଜାଣିବା ସେସବୁ କଣ :

୧. ଶୋଇବାଘରେ ନିଶ୍ଚିତ ଭାବେ ଏକ ଝରକା ରହିବା କଥା | ଝରକା ରହିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ଏବଂ ଉଭୟଙ୍କ ମଧ୍ୟରେ ଭଲପାଇବା ବଢିଥାଏ |

{"id":63890,"width":588,"height":309}

୨. ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବାଘରେ ଦର୍ପଣ ଲଗାଇବା ଅନୁଚିତ | ଶୋଇବାଘରେ ଦର୍ପଣ ଲଗାଇବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ | 

{"id":63893,"width":587,"height":391}

୩. ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବାଘରେ ଖଟ ଉତ୍ତର, ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ | ଏହି ଦିଗଗୁଡିକୁ ବାସ୍ତୁଶାସ୍ତ୍ରରେ ସକାରାତ୍ମକ ଦିଗ ବୋଲି ବିଶ୍ୱାସ ରହିଛି | ଏହି ଦିଗରେ ବେଡ଼ ରହିଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଭାବ ବଢିଥାଏ |

୪. ଲଭବାର୍ଡ଼ କିମ୍ବା ମେଂଡରେନ ଡେ଼କ ଭଳି ପକ୍ଷୀଙ୍କୁ ପ୍ରେମର ପ୍ରତୀକ ବୋଲି ବିଶ୍ୱାସ କରାଯାଏ | ସେଥିପାଇଁ ଏଭଳି ପ୍ରତିମୂର୍ତ୍ତୀ ବା ଶୋ-ପିସ ବେଡ଼ରୁମ ନିଶ୍ଚିତ ରଖିବା ଉଚିତ | 

{"id":63904}

୫. ସେହିଭଳି ହିନ୍ଦୁ ଧର୍ମରେ ରାଧାକୃଷ୍ଣଙ୍କୁ ପ୍ରେମର ପ୍ରତୀକ ବୋଲି ବିଶ୍ୱାସ କରାଯାଏ | ସେଥିପାଇଁ ରାଧାକୃଷ୍ଣଙ୍କ ଫଟୋ କିମ୍ବା ମୂର୍ତ୍ତି ବେଡ଼ରୁମରେ ରଖିବା ଶୁଭ ବୋଲି ବିଶ୍ବସ ରହିଛି |

{"id":63907,"width":580,"height":385}

୬. ଶୋଇବାଘରେ କୌଣସି ପ୍ରକାର ଇଲେକ୍ଟ୍ରୋନିକ ଜିନିଷ ରଖିବା ଉଚିତ ନୁହେଁ | ବାସ୍ତୁଶାସ୍ତ୍ର ଅନୁସାରେ ଇଲେକ୍ଟ୍ରୋନିକ ଜିନିଷ ବେଡ଼ରୁମରେ ରଖିଲେ ସକାରାତ୍ମକ ଶକ୍ତି ଧୀରେ ଧୀରେ କମିଯାଇଥାଏ |

୭. ଶୋଇବାଘରେ ବଂଶଧରଙ୍କ ଫଟୋ ରଖିବା ବାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ |

{"id":63909}

୮. ଶୋଇବାଘରେ କଣ୍ଟାଯୁକ୍ତ ଗଛ କିମ୍ବା ମଉଳି ଯାଇଥିବା ଫୁଲ କେବେ ମଧ୍ୟ ରଖିବା କଥା ନୁହେଁ | ଏପରି କରିବା ଦ୍ୱାରା ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ବଢିଥାଏ |

{"id":63908}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.