Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ତୁଳସୀ ଗଛ ଆଣିଥାଏ ସୁଖ-ସମୃଦ୍ଧି : ଜାଣନ୍ତୁ ଲଗାଇବେ କେଉଁ ଦିଗରେ?

31/08/2020 at 4:20 PM

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଗଛ ଲଗାଇବା ଦ୍ବାରା ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ସେହିପରି ବାସ୍ତୁରେ ବିଭିନ୍ନ ଗଛଲତାର ଏକ ସ୍ବତନ୍ତ୍ର ମହତ୍ତ୍ବ ରହିଥାଏ। ଯେପରି ତୁଳସୀ ଗଛ ବାସ୍ତୁ ଦୋ​ଷ ଦୂର କରିଥାଏ। ଏଥିପାଇଁ ତୁଳସୀ ଗଛ ଘରର ସେହି ସ୍ଥାନରେ ନିଶ୍ଚୟ ରଖିବା ଉଚିତ୍ ଯେଉଁଠାରେ ବାସ୍ତୁ ଦୋଷ ରହିଥିବ। ଆସନ୍ତୁ ଜାଣିବା ତୁଳସୀ ଗଛ ସହ ଜଡ଼ିତ ବାସ୍ତୁ ଟିପ୍ସ।

  • ତୁଳସୀ ଗଛ ପାଇଁ ଉତ୍ତର,ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗ ବାଛିବା ଉଚିତ୍। ଏହା ଦ୍ବାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ।
  • ଅନେକ ଲୋକ ତୁଳସୀ ଗଛକୁ ଘର ଅଗଣାର କେନ୍ଦ୍ରରେ ରଖି ଦେଇଥାନ୍ତି କିନ୍ତୁ ବାସ୍ତୁ ଅନୁସାରେ ତୁଳସୀ ଗଛକୁ ସବୁବେଳେ ଘରର ଯେକୌଣସି କୋଣରେ ରଖିବା ଉଚିତ୍।
  • ଯଦି ଆପଣ ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ଲଗାଇଥାନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ୩,୫,୭ ଯୁଗ୍ମ ସଂଖ୍ୟାରେ ତୁଳସୀ ଗଛ ଲଗାଇବା ଉଚିତ୍।
  •  ଯେଉଁଠାରେ ତୁଳସୀ ଗଛ ଲଗା ହୋଇଥିବ ସେଠାରେ ଭୁଲରେ ମଧ୍ୟ ଝାଡ଼ୁ କିମ୍ବା ଡଷ୍ଟବିନ୍ ରଖିବା ଅନୁଚିତ୍। ତୁଳସୀକୁ ଦେବତୁଲ୍ୟ କୁହାଯାଏ। ବାସ୍ତୁ ଦୃଷ୍ଟିରୁ ତୁଳସୀ ବହୁତ ଶୁଭ ଗଛ ଅଟେ।
  • ଘରେ ସୁଖ ସମୃଦ୍ଧି ପାଇଁ ତୁଳସୀ ଗଛରେ ସନ୍ଧ୍ୟା ବେଳେ ଦୀପ ଜଳାନ୍ତୁ। ଏଥିରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ।
  • ଘରେ ଐଶାନ୍ୟ କୋଣରେ କୌଣସି ଧରଣର ବାସ୍ତୁ ଦୋଷ ଥିଲେ ଏହି ଦିଗରେ ତୁଳସୀ ଗଛ ଲଗାଇବା ଉଚିତ୍।

   Related Posts