ଆପଣଙ୍କ ଘରେ ରଖିଛନ୍ତି କେଉଁଠି ପାଣିଟାଂକି , ଧନହାନି ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ...

Published By : Prameya-News7 Bureau | January 31, 2019 IST

ବାସ୍ତୁଶାସ୍ତ୍ରରେ ଅନେକ କଥା ମାନି ଚଳିବାକୁ ପଡ଼େ ।  ଜଳ,ବାୟୁ, ଅଗ୍ନି, ଆକାଶ, ପୃଥିବୀ ସହ ରହିଛି ବାସ୍ତୁଶାସ୍ତ୍ରର ସଂଯୋଗ । ଏହି କାରଣରୁ ଆମର ଭଲମନ୍ଦ ମଧ୍ୟ ଘରର ବାସ୍ତୁ ଉପରେ ନିର୍ଭର କରେ । ଘରେ ଆମେ ଯଦି ନିୟମ ମାନି ନ ଚଳିବା ତା  ହେଲେ ଆମପାଇଁ ହୋଇପାରେ ବହୁତ ଅସୁବିଧା ।

{"id":80385}

ପାଣି ଟାଂକି କିମ୍ବା ପାଣି ସଂବନ୍ଧୀୟ ବିଚାର ମଧ୍ୟ ରହିଛି ବାସ୍ତୁଶାସ୍ତ୍ରରେ । ଯଦି ଆମଘରେ ପାଣି ଟାଙ୍କି ଭୁଲ ଜାଗାରେ ଅଛି, ତା ହେଲେ ଭୋଗିବାକୁ ପଡ଼ିପାରେ ଅନେକ ଅସୁବିଧା ।

ଆସନ୍ତୁ ଜାଣିବା କଣ ଅଛି ଏହା ପଛରେ ସୁବିଧା ଓ ଅସୁବିଧା ।

ପାଣିଟାଙ୍କି ଯଦି ଠିକ ଜାଗାରେ ନାହିଁ, ତାହେଲେ ପରିବାରର କାହାକୁ ନା କାହାକୁ ହୋଇପାରେ ବିଭିନ୍ନ ରୋଗ । ତା ସହିତ ବି ହୋଇପାରେ ଅର୍ଥହାନୀ ଓ ଶରୀପୀଡ଼ା ।

ଜାଣିବା ଆସନ୍ତୁ କେଉଁଠି ରହିବା ଦରକାର ପାଣି ଟାଙ୍କିର ବ୍ୟବସ୍ଥା ।

ବାସ୍ତୁଶାସ୍ତ୍ର ଅନୁସାରେ ପାଣିଟାଙ୍କି ଉତ୍ତର-ପୂର୍ବ ଦିଗରେ ରହିବା ଦରକାର । ଏହଦ୍ଵାରା ଘରର ସୁଖ-ସମୃଦ୍ଧି ବୃଦ୍ଧି ପାଇବା ସହ ଧନଲାଭ ହେବାର ଯୋଗ ରହିଛି ।

ଉତ୍ତରଦିଗରେ ପାଣିଟାଙ୍କି ରହିଲେ ଘରର ଶାନ୍ତି ବିରାଜମାନ କରିବ । କୌଣସି ବିଶୃଙ୍ଖଳା ଦେଖାଯିବ ନାହିଁ ।

ପଶ୍ଚିମଦିଗରେ ରହିଲେ ମଧ୍ୟ ପାଣିଟାଙ୍କି ଘରର ସଂପତ୍ତି ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ।

ଦକ୍ଷିଣ ପୂର୍ବ ଦିଗରେ ପାଣିଟାଙ୍କି ବସାନ୍ତୁ ନାହିଁ, ଏହାଦ୍ଵାରା ଅଶୁଭ ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ପଶ୍ଚିମ କିମ୍ବା ନୈରୁତ କୋଣରେ ପାଣିଟାଙ୍କି ବସାଇଲେ ବଡ଼ ଅଶୁଭ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.