ଘର ତିଆରି କରୁଛନ୍ତି କି ? ପଶ୍ଚିମ ଦିଗରେ କ'ଣ କରିବେ ଜାଣନ୍ତୁ କେତୋଟି କଥା

Published By : Prameya-News7 Bureau | July 18, 2018 IST

ଘର ନିର୍ମାଣ ବେଳେ କେତେକ ବାସ୍ତୁ ଦିଗ ପ୍ରତି ଧ୍ୟାନ ଦେଲେ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବିରାଜିତ ହୋଇଥାଏ । ବାସ୍ତୁ ସାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିଗର ଗୁରୁତ୍ବ ରହିଛି । ଏହି ଦିଗ ଗୁଡିକ ପାଇଁ କେତେକ କରଣୀୟ ଓ ଅକରଣୀୟ ମଧ୍ୟ ରହିଛି । । ସେହିଭଳି ପଶ୍ଚି ଦିଗ ପାଇଁ କେତୋଟି ଟିପ୍ସ ପାଳନ କଲେ ବହୁ ଦୋଷ ଖଣ୍ଡନ ହେବା ସହ ସୁଫଳ ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁସାରେ ଗୋଟିଏ ପ୍ଲଟର ପଶ୍ଚିମ ଦିଗଟି ହେଉଛି ବାସ୍ତୁ ପୁରୁଷଙ୍କ ଜନେନ୍ଦ୍ରିୟ ଓ ତଳିପେଟ ଅଂଚଳ । ଏହି ଦିଗର ଦେବତା ହେଉଛନ୍ତି ବରୁଣ । ବରୁଣଙ୍କୁ ଜଳର ଦେବତା ବୋଲି କୁହାଯାଏ । ତେଣୁ ଏହି ଦିଗରେ ଜଳ ସମପର୍କିତ କାର୍ଯ୍ୟ ଶୁଭ ପ୍ରଦ । ଯେମିତି କି ଘରର ଛାତ ଉପରେ ପାଣି ଟାଂକି ଏହି ଦିଗରେ ରଖିବା ଶୁଭ ପ୍ରଦ ହୋଇଥାଏ । ଘର ବା ପ୍ଲଟର ପଶ୍ଚିମ ଦିଗରେ ବର୍ଷା ଜଳ ଅମଳ ପ୍ରକଳ୍ପ, ବୋରୱେଲ ମଧ୍ୟ ଶୁଭପ୍ରଦ । ବରୁଣ ମଧ୍ୟ ଭାଗ୍ୟ ଏବଂ ଯଶ,କୀର୍ତ୍ତିର ଦେବତା । ଏହି ଦିଗର ଅଧିପତି ଗ୍ରହ ହେଉଛନ୍ତି ଶ୍ରୀ ଶନି ଦେବ । ଶନିଦେବଙ୍କ ପ୍ରିୟ ବସ୍ତୁ ଏହି ଦିଗରେ ରଖିଲେ ସୁଫଳ ପ୍ରାପ୍ତି ହୋଇଥାଏ । ସାଧାରଣତଃ ଘରର ମହଁ ଓ ପ୍ରବେଶଦ୍ବାର ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥାଏ । ପଶ୍ଚିମମୁହାଁ ଘର ବେଶ ଶୁଭପ୍ରଦ ନୁହେଁ । ତେବେ କେତେକ ବାସ୍ତୁଗତ ପ୍ରତିକାର ଦ୍ବାରା ଏହାର ଅଶୁଭ ଫଳକୁ ନିୟନ୍ତ୍ରଣ କରିହେବ । ଏହି ଦିଗର ବିଶେଷ ଗୁଣ ହେଲାସୂର୍ଯ୍ୟାସ୍ତ ପରେ ଅର୍ଥାତ ଏହା ରାତ୍ରବନ୍ଦୀ । ରାତ୍ରି ସମୟରେ ପଶ୍ଚିମ ଦିଗ ସକ୍ରିୟ ହୁଏ । ସୂର୍ଯ୍ୟ ଦେବ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୁଅନ୍ତି । ସେଥିପାଇଁ ସୌରଶକ୍ତି ମଧ୍ୟ ପୂର୍ବରୁ ପଶ୍ଚିମକୁ ଗତି କରିଥାଏ । କୁହାଯାଏ ପୂର୍ବ ଦିଗରୁ ଆସୁଥିବା ସୌରଶକ୍ତି ପଶ୍ଚିମଦିଗରେ ଗଚ୍ଛିତ ହୋଇ ରହିଥାଏ । ତେବେ ଏହା ନକାରତ୍ମକ ଶକ୍ତିରେ ରୂପାନ୍ତରିତ ହୋଇଯାଇଥାଏ । ସେଥିପାଇଁ ଘରର ପଶ୍ଚିମ ଦିଗକୁ ଅଧିକ ଉନ୍ମୁକ୍ତ କରିବା ଅନୁଚିତ । ଏହି ଦିଗଟି ଯେତେ ବନ୍ଦ ହୋଇ ରହିବ ସେତେ ଭଲ । ସେହିଭଳି ଗୃହର ପଶ୍ଚିମ କାନ୍ଥ ଯେତେ ଶକ୍ତ ଓ ମଜବୁତ ହେବ ସେତେ ସୁଫଳଦାୟକ । ଏହି ଦିଗରେ ଶୟନ କକ୍ଷ ଅତିଥି ଓ ଗୃହରେ ରହୁଥିବା ପିଲାଙ୍କ ପାଇଁ ଉପଯୋଗୀ ଓ ଲାଭଦାୟକ। ତେବେ ପଶ୍ଚିମ ଦିଗରେ ଥିବା ଶୟନକକ୍ଷ ଦମ୍ପତ୍ତିଙ୍କ ପାଇଁ ବେଶ ଉପଯୋଗୀ ନୁହେଁ । ଦମ୍ପତ୍ତିଙ୍କ ଶୟନ କକ୍ଷ ଏହି ଦିଗରେ ରହିଲେ ଉଭୟଙ୍କ ମଧ୍ୟରୁ ଜଣଙ୍କର ବାରମ୍ବାର ଚାକିରୀରେ ବଦଳି ହେବାର ଆଶଙ୍କାଥାଏ । ଏହି ଦିଗରେ ରୋଷେଇ ଘର ରଖିବା ଅନୁଚିତ । ପଶ୍ଚିମ ଦିଗରେ ରୋଷେଇଘର ରଖିଲେ ଖର୍ଚ୍ଚ ବୃଦ୍ଧିପାଏ ଏବଂ ଆୟରେ ଅସ୍ଥିରତା ଦେଖାଦିଏ। ଏହା ମଧ୍ୟ ଘରେ ରହୁଥିବା ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିକରିପାରେ। ପଶ୍ଚିମ ଦିଗରେ ପୂଜାଘର ବା ଧ୍ୟାନ ଘର ମଧ୍ୟ ଅଶୁଭ । ଏହି ଦିଗରେ ପୂଜାଘର ରହିଲେ ଗୃହରେ ରହୁଥିବା ଲୋକଙ୍କୁ ସ୍ୱାର୍ଥପର ଏବଂ ଆତ୍ମକୈନ୍ଦ୍ରିକ କରିଥାଏ । ପଶ୍ଚିମ ଦିଗରୁ ଆସୁଥିବା ନକରାତ୍ମକ ଶକ୍ତିକୁ ଅଟକାଇବା ପାଇଁ ପଶ୍ଚିମ ଦିଗରେ ବଡବଡ ଗଛ ଲଗାଇଲେ ସୁଫଳ ମିଳିଥାଏ । ଘରର ପଶ୍ଚିମ ଭାଗରେ ଭାରି ଆସବାବ ପତ୍ରରଖିବା ମଧ୍ୟ ଉଚିତ । ଗୃହନିର୍ମାଣ ପାଇଁ ପ୍ଲଟ ସ୍ଥିର କରିବା ବେଳେ ଦେଖନ୍ତୁ ଯେ, ପଶ୍ଚିମପଟକୁ ଯେପରି ଖୋଲା ଯାଗା ନରୁହେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.