Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଆପଣଙ୍କ ସନ୍ତାନ ପଢାପ୍ରତି ଅମନୋଯୋଗୀ ହେଉଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ବାସ୍ତୁଗତ ପ୍ରତିକାର

10/11/2018 at 6:28 PM

ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।

ଯଦି ଆପଣଙ୍କର ସନ୍ତାନ ଅଧ୍ୟୟନ ପାଇଁ ଏକାଗ୍ରତା ଆଣିପାରୁନାହାନ୍ତି ତେବେ ଏହା ନିଶ୍ଚିତ ସତ୍ୟ ଅଟେ ଯେ ସେମାନେ ତାଙ୍କର ଅଧ୍ୟୟନ ନକରାତ୍ମକ ଦିଗରେ କରୁଅଛନ୍ତି ଯଥା ପଶ୍ଚିମ-ଉତର-ପଶ୍ଚିମ (ଯାହାକି ମନରେ ଅବସାଦ ଆଣିଥାଏ), ଦକ୍ଷିଣ-ଦକ୍ଷିଣ-ପଶ୍ଚିମ (ଏହି ଦିଗରେ ସନ୍ତାନମାନେ ଯାହା ଅଧ୍ୟୟନ କରିଥାନ୍ତି ତାହା ଭୁଲିଯାଆନ୍ତି) । ଯଦି ସନ୍ତାନମାନେ ଉତର-ଉତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧ୍ୟୟନ କରୁଥାନ୍ତି ତେବେ ସେମାନେ ଅଧିକାଂଶ ସମୟ କମ୍ପ୍ୟୁଟର୍ କିମ୍ବା ଟେଲିଭିଜନ୍ ଦେଖିବାରେ ସମୟ ଦେଇଥାନ୍ତି ଓ ଆମୋଦ ପ୍ରମୋଦରେ ବୁଡି ରୁହନ୍ତି କିମ୍ବା ସନ୍ତାନମାନେ ଯଦି ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଅଧ୍ୟୟନ କରିଥାନ୍ତି (ଏହି ଦିଗ ମନରେ ସଦାସର୍ବଦା ଉଦ୍‌ବେଗ ଆଣିଥାଏ) ।

ଅଧ୍ୟୟନ କକ୍ଷ ପାଇଁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ଉତ୍ତମ ଅଟେ । ଯାହାକି ଶିକ୍ଷା ଓ ସଂଚୟର ମନବୃତ୍ତି ସନ୍ତାନମାନଙ୍କ ମନରେ ସୃଷ୍ଟି କରିଥାଏ । ଏହି ଦିଗର କକ୍ଷକୁ କ୍ରିମ୍ ରଙ୍ଗ କରନ୍ତୁ । ତତସହିତ ଏହି ଦିଗରେ କୈାଣସି ଦୋଷ ଯଦି ଥାଏ ତେବେ ତାହା ଦୁରୀଭୁତ କରନ୍ତୁ । ସନ୍ତାନମାନଙ୍କର ସ୍କୁଲ୍ ବହି ଓ ପଢ଼ିବା ସାମଗ୍ରୀ ପଢ଼ିବା ଟେବୁଲ୍ ପାଖରେ ରଖନ୍ତୁ । ଏହି ଦିଗକୁ ଉଜ୍ଜଳ ଧଳା କିମ୍ବା ହଳଦିଆ ବଲ୍ବରେ ଆଲୋକିତ କରାନ୍ତୁ । ଯାହାଫଳରେ  ସନ୍ତାନମାନଙ୍କର ପଢ଼ାପ୍ରତି ଏକାଗ୍ରତା ଆସିଥାଏ ଏବଂ ତାଙ୍କର ଜ୍ଞାନରେ ବୃଦ୍ଧି ହୋଇଥାଏ ଏବଂ ପରୀକ୍ଷାରେ ଭଲ ମାର୍କ ରଖନ୍ତି ।

ଏହି ଅଧ୍ୟୟନ କକ୍ଷର ଆଉ ଏକ ମହତ୍ୱପୂର୍ଣ୍ଣ ଦିଗ ହେଉଅଛି ଉତର-ପୂର୍ବ । ଯାହାକି ଜ୍ଞାନକୁ ବର୍ଦ୍ଧିତ କରିଥାଏ । ଯଦି ଏହି ଦିଗ କଟିଥାଏ, ରୋଷେଇା ଘର ଥାଏ, ସ୍ନାନଘର ଥାଏ କିମ୍ବା ଭୁଲ୍ ରଙ୍ଗ ହୋଇଥାଏ ତେବେ ସନ୍ତାନ ମାନଙ୍କର ଏକାଗ୍ରତା ଆସିନଥାଏ । ଏକାଗ୍ରତା ପାଇଁ ଏହି ଦିଗକୁ ଧଳା ରଙ୍ଗ କିମ୍ବା କ୍ରିମ୍ ରଙ୍ଗ ଦ୍ୱାରା ଏହି ଦିଗରେ ଥିବା କାନ୍ଥକୁ ରଙ୍ଗ କରନ୍ତୁ । କାନ୍ଥରେ ସ୍ୱସ୍ତିକ୍ ଚିହ୍ନ ଲଗାନ୍ତୁ । ଏହି ଦିଗରେ ସନ୍ତାନମାନଙ୍କର ପଢ଼ା ଟେବୁଲ୍ ରଖନ୍ତୁ ନାହିଁ । ଏହି ଦିଗ ବଡ଼ ସଦସ୍ୟମାନଙ୍କ ପାଇଁ ଯେଉଁମାନେ କି ଧାର୍ମିକ ଓ ଆଧ୍ୟାତ୍ମିକ ରିସର୍ଚ କରିଥାନ୍ତି ସେମାନଙ୍କ ପାଇଁ ସର୍ବୋତ୍ତମ ଅଟେ ।

ଆଉ ଏକ ମହତ୍ୱପୁର୍ଣ୍ଣ ଦିଗ ହେଉଅଛି ଦକ୍ଷିଣ-ପଶ୍ଚିମ ଦିଗ । ଯେଉଁ ଦିଗ କି ପଢ଼ିବାର ଦକ୍ଷତା ଏବଂ ସମ୍ପର୍କକୁ ସୂଚାଇଥାଏ । ନିଜର ଗୁରୁ ବା ପିତୃ ପୁରୁଷଙ୍କର ଛବି ଏହି ଦିଗରେ ଲଗାନ୍ତୁ । ଯାହା ଫଳରେ କି ସେମାନଙ୍କର ଆଶୀର୍ବାଦ ସନ୍ତାନମାନଙ୍କୁ ଉନ୍ନତି ପଥରେ ନେଇଥାଏ । ଏହି ଦିଗ ଲେଖିବାର ଶୈଳୀକୁ ଉନ୍ନତ କରିଥାଏ । ଏହି ଦିଗରେ ପଢ଼ା ଟେବୁଲ୍ ରଖିବା ଉଚିତ୍ ଅଟେ ।

କୈାଣସି ପ୍ରକାରର ଟଏଲେଟ୍ କିମ୍ବା ଡଷ୍ଟବିନ୍‌ ଉପରୋକ୍ତ ଦିଗରେ ରଖନ୍ତୁ ନାହିଁ ।

ସନ୍ତାନମାନଙ୍କର ଯଦି ଅଧ୍ୟୟନ କକ୍ଷ ପୂର୍ବ ଦିଗରେ ରହେ ତେବେ ସେମାନେ ରାଜନୀତି ବିଜ୍ଞାନ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।

ଯଦି ଅଧ୍ୟୟନ ଟେବୁଲ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନକୁ ବୋଝ ରୂପରେ ନେଇଥାନ୍ତି ।

ଯଦି ଅଧ୍ୟୟନ ଟେବୁଲ ଉତ୍ତର ଦିଗରେ ଥାଏ ତେବେ ସନ୍ତାନମାନେ ନିଜର କ୍ୟାରିଅର୍ ପ୍ରତି ସଜାଗ ରୁହନ୍ତି ଏବଂ ଆଇ.ଏ.ଏସ୍, ଏମ୍.ବି.ଏ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି ।

ଯଦି ଅଧ୍ୟୟନ ଟେବୁଲ୍ ଦକ୍ଷିଣ ଦିଗରେ ଥାଏ ତେବେ ସନ୍ତାନମାନେ ଅଳସୁଆ ହୋଇଥାନ୍ତି କିମ୍ବା ଅଧିକାଂଶ ସମୟ ଶୋଇଥାନ୍ତି ।

ଅଧ୍ୟୟନ ଟେବୁଲ୍ ଯଦି ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଓ ପରୀକ୍ଷାରେ ଅତି ଉତ୍ତମ ଭାବରେ ଉତୀର୍ଣ୍ଣ ହୁଅନ୍ତି ।

   Related Posts